ପାକିସ୍ତାନରେ ଅଭିନନ୍ଦନଙ୍କ ୬୦ ଘଣ୍ଟା । ଭୟରେ ଥରିଥିଲା ପାକ୍… ଦେଖନ୍ତୁ ଭିଡିଓ

910

କନକ ବ୍ୟୁରୋ :  ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ କିଏ ବା ନଜାଣେ । ବାଲାକୋଟ ଆକ୍ରମଣ ପରେ ପାକିସ୍ତାନ ମାଟିରେ ପସି ଶତ୍ରୁର ଯୁଦ୍ଧ ବିମାନକୁ ଧ୍ୱଂସ କରିଥିଲେ ବାୟୁସେନାର ବୀର ପୁଅ ଅଭିନନ୍ଦନ ବର୍ଦ୍ଧମାନ । ଏହାସହିତ ନିଜେ ଚଳାଉଥିବା ବିମାନ କ୍ରାସ ହେବା ପରେ ଶତ୍ରୁ ମାଟିକୁ ଖସିପଡିଥିଲେ ଅଭିନନ୍ଦନ । ଆଉ ପାକିସ୍ତାନ ସେନାଙ୍କ ହାତରେ ଧରାପଡିଥିଲେ । ପ୍ରାୟ ୬୦ ଘଣ୍ଟା ଶତ୍ରୁ ଦେଶରେ ରହିଥିଲେ । ଆଉ ସେହି ୬୦ ଘଣ୍ଟା କେମିତି ଥିଲା… ପାକିସ୍ତାନ କେମିତି ଭୟରେ ଥରି ଉଠିଥିଲା ଆସନ୍ତୁ ଜାଣିବା ।

ପାକିସ୍ତାନ ଅଭିନନ୍ଦନଙ୍କୁ ନିଜ କବଜାରେ ରଖିଥିଲା ସତ କିନ୍ତୁ ପାକିସ୍ତାନର ପ୍ରତିଟି ମୁହୁର୍ତ୍ତ ଭୟରେ କଟୁଥିଲା । ଡର ଥିଲା ଅଭିନନ୍ଦନଙ୍କ ପାଇଁ ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିଦେବନି ତ? ଆଉ ପାକିସ୍ତାନର ଏହି ଡରର ଖୁଲାସା କରିଛନ୍ତି ପାକିସ୍ତାନର ପୂର୍ବତ୍ତନ ବୈଦେଶୀକ ମନ୍ତ୍ରୀ ଖ୍ୱାଜା ମହମ୍ମଦ ଆଶିଫ୍ । ଗତବର୍ଷ ପାକିସ୍ତାନ ସଂସଦରେ ଏହି ଘଟଣାର ଖୁଲାସା କରି ମହମ୍ମଦ ଆସିଫ୍ କହିଥିଲେ, ଭାରତର ଆକ୍ରମଣ ଭୟରେ ପାକିସ୍ତାନ ଅଭିନନ୍ଦନଙ୍କୁ ଛାଡିଥିଲେ । ପାକିସ୍ତାନ ଅଭିନନ୍ଦନକୁ ଛାଡି ଭାରତ ଏବଂ ଦୁନିଆକୁ ଖୁସି କରିବାକୁ ଚାହୁଁଥିଲା ।

ସେପଟେ ପାକିସ୍ତାନ ଅସେଂବାଲିର ପୂର୍ବତ୍ତନ ମୁଖପାତ୍ରଙ୍କ କହିବା ଅନୁସାରେ, ଅଭିନନ୍ଦନଙ୍କୁ ଧରିବା ପରେ ପ୍ରତି ମୁହୁର୍ତ୍ତରେ ପାକିସ୍ତାନ ଡରି ଡରି ବଞ୍ଚୁଥିଲା । ଭାରତର ଆକ୍ରମଣ ଭୟରେ ସେନା ମୁଖ୍ୟ କମର ଜାବେଦ ବାଜୱାଙ୍କ ଗୋଡ ଥରୁଥିଲା । ମୁହଁରୁ ଗମ ଗମ ହୋଇ ଝାଳ ବହିପଡୁଥିଲା । ମନରେ ଭୟ ଥିବା ସ୍ପଷ୍ଟ ବାରିହୋଇପଡୁଥିଲା । କେବଳ ଏତିକି ନୁହେଁ ପାକର ପୂର୍ବତ୍ତନ ବୈଦେଶୀକ ମନ୍ତ୍ରୀ ଶାହା ମହମ୍ମଦ ଖୁରେସି ବି ଆତଙ୍କିତ ଅବସ୍ଥାରେ ଥିଲେ । ସେ କହୁଥିଲେ ଭଗବାନଙ୍କ ଦୟାରୁ ଅଭିନନ୍ଦନଙ୍କୁ ଛାଡିଦିଆଯାଉ । ଯଦି ରାତି ୯ଟା ସୁଦ୍ଧା ଅଭିନନ୍ଦନଙ୍କୁ ଛାଡିନଦିଆଯାଏ ତେବେ ପାକିସ୍ତାନ ଉପରେ ଭାରତ ଆକ୍ରମଣ କରିଦେବ । ତେଣୁ ଦୟାକରି ଅଭିନନ୍ଦନଙ୍କୁ ଛାଡିଦିଆଯାଉ ।