କନକ ବ୍ୟୁରୋ : ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ କିଏ ବା ନଜାଣେ । ବାଲାକୋଟ ଆକ୍ରମଣ ପରେ ପାକିସ୍ତାନ ମାଟିରେ ପସି ଶତ୍ରୁର ଯୁଦ୍ଧ ବିମାନକୁ ଧ୍ୱଂସ କରିଥିଲେ ବାୟୁସେନାର ବୀର ପୁଅ ଅଭିନନ୍ଦନ ବର୍ଦ୍ଧମାନ । ଏହାସହିତ ନିଜେ ଚଳାଉଥିବା ବିମାନ କ୍ରାସ ହେବା ପରେ ଶତ୍ରୁ ମାଟିକୁ ଖସିପଡିଥିଲେ ଅଭିନନ୍ଦନ । ଆଉ ପାକିସ୍ତାନ ସେନାଙ୍କ ହାତରେ ଧରାପଡିଥିଲେ । ପ୍ରାୟ ୬୦ ଘଣ୍ଟା ଶତ୍ରୁ ଦେଶରେ ରହିଥିଲେ । ଆଉ ସେହି ୬୦ ଘଣ୍ଟା କେମିତି ଥିଲା... ପାକିସ୍ତାନ କେମିତି ଭୟରେ ଥରି ଉଠିଥିଲା ଆସନ୍ତୁ ଜାଣିବା ।
ପାକିସ୍ତାନ ଅଭିନନ୍ଦନଙ୍କୁ ନିଜ କବଜାରେ ରଖିଥିଲା ସତ କିନ୍ତୁ ପାକିସ୍ତାନର ପ୍ରତିଟି ମୁହୁର୍ତ୍ତ ଭୟରେ କଟୁଥିଲା । ଡର ଥିଲା ଅଭିନନ୍ଦନଙ୍କ ପାଇଁ ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିଦେବନି ତ? ଆଉ ପାକିସ୍ତାନର ଏହି ଡରର ଖୁଲାସା କରିଛନ୍ତି ପାକିସ୍ତାନର ପୂର୍ବତ୍ତନ ବୈଦେଶୀକ ମନ୍ତ୍ରୀ ଖ୍ୱାଜା ମହମ୍ମଦ ଆଶିଫ୍ । ଗତବର୍ଷ ପାକିସ୍ତାନ ସଂସଦରେ ଏହି ଘଟଣାର ଖୁଲାସା କରି ମହମ୍ମଦ ଆସିଫ୍ କହିଥିଲେ, ଭାରତର ଆକ୍ରମଣ ଭୟରେ ପାକିସ୍ତାନ ଅଭିନନ୍ଦନଙ୍କୁ ଛାଡିଥିଲେ । ପାକିସ୍ତାନ ଅଭିନନ୍ଦନକୁ ଛାଡି ଭାରତ ଏବଂ ଦୁନିଆକୁ ଖୁସି କରିବାକୁ ଚାହୁଁଥିଲା ।
राहुल जी,
आप Surgical Strike औरAir Strike पर सवाल उठा रहे थे ना?
ज़रा देखिए मोदी जी का क्या ख़ौफ़ है पाकिस्तान में
सरदार अयाज़ सादिक़ बोल रहे है पाकिस्तान के National Assembly में की Pak के Cheif of Army Staff के पैर काँप रहे थे और चेहरे पर पसीना था,कहीं भारत अटैक न कर दे!
समझें? pic.twitter.com/QdzxKetUzW— Sambit Patra (@sambitswaraj) October 28, 2020
ସେପଟେ ପାକିସ୍ତାନ ଅସେଂବାଲିର ପୂର୍ବତ୍ତନ ମୁଖପାତ୍ରଙ୍କ କହିବା ଅନୁସାରେ, ଅଭିନନ୍ଦନଙ୍କୁ ଧରିବା ପରେ ପ୍ରତି ମୁହୁର୍ତ୍ତରେ ପାକିସ୍ତାନ ଡରି ଡରି ବଞ୍ଚୁଥିଲା । ଭାରତର ଆକ୍ରମଣ ଭୟରେ ସେନା ମୁଖ୍ୟ କମର ଜାବେଦ ବାଜୱାଙ୍କ ଗୋଡ ଥରୁଥିଲା । ମୁହଁରୁ ଗମ ଗମ ହୋଇ ଝାଳ ବହିପଡୁଥିଲା । ମନରେ ଭୟ ଥିବା ସ୍ପଷ୍ଟ ବାରିହୋଇପଡୁଥିଲା । କେବଳ ଏତିକି ନୁହେଁ ପାକର ପୂର୍ବତ୍ତନ ବୈଦେଶୀକ ମନ୍ତ୍ରୀ ଶାହା ମହମ୍ମଦ ଖୁରେସି ବି ଆତଙ୍କିତ ଅବସ୍ଥାରେ ଥିଲେ । ସେ କହୁଥିଲେ ଭଗବାନଙ୍କ ଦୟାରୁ ଅଭିନନ୍ଦନଙ୍କୁ ଛାଡିଦିଆଯାଉ । ଯଦି ରାତି ୯ଟା ସୁଦ୍ଧା ଅଭିନନ୍ଦନଙ୍କୁ ଛାଡିନଦିଆଯାଏ ତେବେ ପାକିସ୍ତାନ ଉପରେ ଭାରତ ଆକ୍ରମଣ କରିଦେବ । ତେଣୁ ଦୟାକରି ଅଭିନନ୍ଦନଙ୍କୁ ଛାଡିଦିଆଯାଉ ।