କନକ ବ୍ୟୁରୋ : ସମୁଦ୍ରରେ ଏକାକୀ ୪୦ ହଜାର କିଲୋମିଟର ଯାତ୍ରା । କଥାଟି ବିଶ୍ୱାସ ହେଉନଥିଲେ ବି ସତ । ବିଶ୍ୱର ସୁବୁଠୁ ପ୍ରତିଷ୍ଠିତ ସାମୁଦ୍ରିକ ଯାତ୍ରା ପତିଯୋଗୀତା ‘ଗୋଲ୍ଡେନ ଗ୍ଲୋବ’ରେ ରେକର୍ଡ କରିଛନ୍ତି ଭାରତର ଅଭିଳାସ ଟମି । ଭାରତୀୟ ନୌସେନାର ଅବସରପ୍ରାପ୍ତ କମାଣ୍ଡର ଅଭିଳାଷ ଟମି ଏହି ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ଏହି ପ୍ରତିଯୋଗୀତାରେ ନାବିକ ଏକୁଟିଆ ସମୁଦ୍ର ପଥରେ ପୁରା ଦୁନିଆ ବୁଲିଥାନ୍ତି ।

Advertisment

ଏହାକୁ ବିଶ୍ୱର ସବୁଠୁ କଷ୍ଟକର ନୌଯାତ୍ରା ପ୍ରତିଯୋଗୀତା ଭାବେ ଗଣାଯାଏ । ଗତ ବର୍ଷ ସେପ୍ଟେମ୍ବର ୪ ତାରିଖରେ ଗୋଲ୍ଡେନ ଗ୍ଲୋବ’ ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ୨୩୬ ଦିନର ଯାତ୍ରା ପରେ ଶନିବାର ଫ୍ରାନ୍ସର ତଟରେ ପହଞ୍ଚିଥିଲେ ଅଭିଳାଷ । ଅଭିଳାଷ ଟମି କୌଣସି ସ୍ଥାନରେ ନରହି ଯାତ୍ରା ପୁରଣ କରିବାରେ ସେ ହେଉଛନ୍ତି ବିଶ୍ୱର ଦ୍ୱିତୀୟ ବ୍ୟକ୍ତି । ୪୪ ବର୍ଷିୟ ଅଭିଳାଷ ଏହି ରେସ ପୂର୍ଣ୍ଣ କରିବାରେ ପ୍ରଥମ ଭାରତୀୟ ନୁହଁନ୍ତି ପ୍ରଥମ ଏସୀୟ ମଧ୍ୟ ।

ସମୁଦ୍ରରେ ୪୦ ହଜାର କିମି
ଅଭିଳାଷଙ୍କ ସଂଘର୍ଷମୟ ଯାତ୍ରା

ବିଶ୍ୱର ସୁବୁଠୁ ପ୍ରତିଷ୍ଠିତ ସାମୁଦ୍ରିକ ଯାତ୍ରା ପତିଯୋଗୀତା ‘ଗୋଲ୍ଡେନ ଗ୍ଲୋବ’
ଏଥିରେ ଭାଗ ନେଇଥିଲେ ଭାରତର ଅଭିଳାଷ ଟମି
ସମୁଦ୍ରରେ ଏକାକୀ ୪୦ ହଜାର କିଲୋମିଟରର ଯାତ୍ରା
୨୦୨୨ ସେପ୍ଟେମ୍ବର ୪ ତାରିଖରେ ପ୍ରତିଯୋଗିତା ଆରମ୍ଭ ହୋଇଥିଲା
୨୩୬ ଦିନର ଯାତ୍ରା ପରେ ଫ୍ରାନ୍ସ ତଟରେ ପହଂଚିଛନ୍ତି ଅଭିଳାଷ
ବିଶ୍ୱର ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ଅଭିଳାଷ
ପ୍ରଥମ ଏସିୟ ଭାବେ ଏହି ରେକର୍ଡ କରିଛନ୍ତି ଟମି
କୌଣସି ସ୍ଥାନରେ ନରହି ଏହି ଯାତ୍ରା ଶେଷ କରିଛନ୍ତି
ଅଭିଳାଷ ଭାରତୀୟ ନୌସେନାର ଅବସରପ୍ରାପ୍ତ କମାଣ୍ଡର
ଅଭିଳାଷଙ୍କ ବୋଟର ନାମ ‘ବାୟନଟ୍’
ଦକ୍ଷିଣ ଆଫ୍ରିକାର ମହିଳା ନାବିକ କିରଷ୍ଟେନ ନ୍ୟୁଶ୍ଚାପର ପ୍ରଥମ ସ୍ଥାନରେ ଅଛନ୍ତି
ପ୍ରତିଯୋଗୀତାରେ ମୋଟ ୧୬ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ
ଏଥିରେ ଅତ୍ୟାଧୁନିକ ନେଭିଗେସନ୍ ଉପକରଣର ସହାୟତା ନିଆଯାଏ ନାହିଁ