ବିଧାନସଭାର ସ୍ୱାଧୀକାର ଭଙ୍ଗ କରିଛନ୍ତି କି ଅଭିଜିତ ଅୟାର । ଗୃହ କମିଟିର ରିପୋର୍ଟ ଉପରେ ଅଭିଜିତଙ୍କ ଭାଗ୍ୟ ନିର୍ଭର କରୁଛି । ଆଜି ଗୃହ କମିଟି ଅଭିଜିତ୍ ଆୟାର ପ୍ରସଙ୍ଗରେ ଗୃହ କମିଟିରେ ରିପୋର୍ଟ ଉପସ୍ଥାପନ କରିବେ । ବାଚସ୍ପତିଙ୍କ ନିର୍ଦ୍ଦେଶ ଆଧାରରେ ଗତକାଲି ବିଧାନସଭାରେ ଗୃହ କମିଟି ଅଧକ୍ଷ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର ରିପୋର୍ଟ ଦାଖଲ କରିବାର ଥିଲା । କିନ୍ତୁ ଗୃହ ମୁଲତବି ଯୋଗୁଁ ରିପୋର୍ଟ ଦାଖଲ ହୋଇପାରିନଥିଲା । ତେବେ ଅଭିଜିତଙ୍କ ବିରୋଧରେ ନିର୍ଦ୍ଦିଷ୍ଟ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ? ନା ଅଭିଜିତ ଗୃହ କମିଟି ସାମ୍ନାରେ ଯେଉଁ କ୍ଷମା ମାଗିଛନ୍ତି ସେ ନେଇ କମିଟି ଗୃହକୁ ସୂଚାଇ କାର୍ଯ୍ୟାନୁଷ୍ଠାନ ନିଷ୍ପତି ଗୃହ ଉପରେ ଛାଡିଦେବେ ତାହା ଏବେ ରହସ୍ୟ ଘେରରେ ରହିଛି । କୋଣାର୍କ,ପୁରୀ ଶ୍ରୀମନ୍ଦିର ସମେତ ଓଡିଶାର ଅସ୍ମିତାକ ଯଥେଷ୍ଟ ଆଘାତ ପହଁଚାଇଥିବା ଅଭିଜିତ୍ ବିଧାୟକ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ସର୍ବସମ୍ମତି କ୍ରମେ ବିଧାନସଭା ଗୃହ କମିଟି ଗଠନ ହୋଇଥିଲା । ଏହି ବିବାଦୀୟ ବୟାନକୁ ନେଇ ୬ ଥର ବସିଛି ଗୃହ କମିଟି । ପୂର୍ବରୁ ୨ ଥର ବିଧାନ ସଭାର ଗୃହ କମିଟିରେ ହାଜର ହୋଇ କ୍ଷମା ମଗିବା ସହିତ ଦେଇଥିବା ବୟାନର ସତ୍ୟପାଠ ଦାଖଲ କରିଥିଲେ ଅଭିଜତ ।
ଅଭିଜିତ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାରେ ଥିବା ବେଳେ ଏବେ ଅନ୍ତର୍ଜାତୀୟ ମିଡିଆରେ ମଧ୍ୟ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବିବିସି ନ୍ୟୁଜ ନିଜ ୱେବପେଜରେ ଆଭିଜିତ ଆୟାରଙ୍କୁ ନେଇ ଲେଖା ପ୍ରକାଶ କରିଛି । ଅପମାନଜନକ ମଜାଳିଆ କଥା କହି ଜେଲରେ ଭାରତୀୟ । ଏହି ଶୀର୍ଷକରେ ଅଭିଜିତ ଆୟାରଙ୍କୁ ନେଇ ଏକ ରିପୋର୍ଟ ପ୍ରକାଶ କରିଛି ବିବିସି । ବିବିସି ନ୍ୟୁଜର ଏସିଆନ ପେଜର ଇଣ୍ଡିଆ କାଟାଗୋରୀରେ ଇଣ୍ଡିଆନ କରସ୍ପନଡେନ୍ସ ସ୍ୱସ୍ତିକ ବିଶ୍ୱାସଙ୍କ ଏହି ଲେଖା ପ୍ରକାଶ ପାଇଛି । ରିପୋର୍ଟରେ ଲେଖା ରହିଛି ଦିଲ୍ଲୀର ଜଣେ ସାମ୍ବାଦିକ ୫ଟି ବ୍ୟଙ୍ଗପୂର୍ଣ୍ଣ ଟ୍ୱିଟ୍ କରି ପ୍ରାୟ ମାସେ ହେଲା ଜେଲରେ ରହିଛନ୍ତି । ନିଜ ଟ୍ୱିଟର ହ୍ୟାଣ୍ଡଲରେ ଓଡିଶାର ପ୍ରସିଦ୍ଧ କୋଣାର୍କ ମନ୍ଦିରକୁ ନେଇ ଅଶାଳୀନ ମନ୍ତବ୍ୟ ଦେଇଥିବା ଏକ ଭିଡିଓ ପୋଷ୍ଟ କରିଥିଲେ । ପରେ ଅବଶ୍ୟ ସଫେଇ ରଖି ଅଭିଜିତ ଆୟାର ନିଜ ପୋଷ୍ଟରେ କେବଳ ଜୋକ କରିଥିବା କହି କୋଣାର୍କକୁ ଅତି ଚମକ୍ରାର ବୋଲି ବର୍ଣ୍ଣନା କରିଥିଲେ । ହେଲେ ଏବେ ଆଇନ ଜାଲରେ ଛନ୍ଦି ହୋଇ ଅଭିଜିତ ତାଙ୍କ ତଥା କଥିତ ବ୍ୟଙ୍ଗ ପାଇଁ ମାସେ ହେଲା ଜେଲରେ ଥିବା ରିପୋର୍ଟ ବିବିସି ପ୍ରକାଶିତ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/11/ABIJIT.jpg)
/kanak/media/post_attachments/wp-content/uploads/2018/11/assembly-abhjijit-300x155.jpg)