ଆୟାରଙ୍କ ପାଇଁ କୋର୍ଟରେ ପହଞ୍ଚିଲେ ୯ ଜଣ ଆଇନଜୀବୀ, ଜାମିନ ଦେଲେ ବିଚାରପତି ! ୨୮ରେ କୋଣାର୍କ ଥାନାରେ ହାଜର ହେବେ ବୈଜୟନ୍ତଙ୍କ ବନ୍ଧୁ

50

କନକ ବ୍ୟୁରୋ : ଆଗାମୀ ୨୮ରେ କୋଣାର୍କ ଥାନାରେ ହାଜର ହେବେ ବୈଜୟନ୍ତଙ୍କ ବିବାଦୀୟ ବନ୍ଧୁ ଅଭିଜିତ ଆୟାର ମିତ୍ର । ଏନେଇ ଅଭିଜିତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀର ସାକେତ କୋର୍ଟ । କୋଣାର୍କ ବିଷୟରେ ଆଶାଳୀନ ମନ୍ତବ୍ୟ ଦେଇଥିବା ତଥା ଓଡିଆ ଲୋକଙ୍କ ଧାର୍ମିକ ଭାବନାକୁ କ୍ଷତି ପହଞ୍ଚାଇଥିବା ଅଭିଜିତଙ୍କୁ ଆଜି ଦିଲ୍ଲୀର ନିଜାମୁଦ୍ଦିନ ଥାନାରେ ଗିରଫ କରି ରଖାଯାଇଥିଲା । ଗିରଫ ପରେ ତାଙ୍କୁ ସାକେତ କୋର୍ଟରେ ହାଜର କରାଯାଇଥିଲା । ଏପରିକି ଅଭିଜିତଙ୍କୁ ଟ୍ର୍ରାନଜିଟ୍ ରିମାଣ୍ଡରେ ଆଣିବାକୁ ମଧ୍ୟ ଓଡିଶା ପୋଲିସ ପକ୍ଷରୁ ଆବେଦନ କରାଯାଇଥିଲା । କିନ୍ତୁ ପୋଲିସର ଆବେଦନକୁ କୋର୍ଟ ଆଗ୍ରାହ୍ୟ କରି ଅଭିଜିତଙ୍କୁ ଆସନ୍ତା ୨୮ରେ କୋର୍ଣାକ ଥାନାରେ ହାଜର ହୋଇ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାସହ ଅଭିଜିତଙ୍କୁ କୋର୍ଟରୁ ମିଳିଥିଲା ସର୍ତ୍ତମୂଳକ ଜାମିନ ।

Abhijit iyer mitra arrestedତେବେ ଗିରଫ ହୋଇ କୋର୍ଟରେ ହାଜିର ହେବା ପରେ ଅଭିଜିତଙ୍କୁ ଜାମିନ ଦେବାକୁ ୯ ଜଣ ଓକିଲ ନିଜର ପକ୍ଷ ରଖିଥିଲେ । ଠିକ୍ ସେହିଭଳି ଅଭିଜିତଙ୍କୁ ଜାମିନ ନ ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତ ହୋଇଥିବା ଓକିଲ କୋର୍ଟରେ ଯୁକ୍ତି ବାଢିଥିଲେ । ଯଦି ତାଙ୍କୁ ଜାମିନ ମିଳେ ତେବେ ଓଡିଶାବାସୀଙ୍କ ଭାବାବେଗକୁ ଆଘାତ ଲାଗିବ । ତେବେ କୋର୍ଟ କହିଥିଲେ ତାଙ୍କୁ ପୂର୍ବରୁ ଥାନାରେ ହାଜିର ହେବାକୁ ନୋଟିସ ହୋଇଥିଲା ଯେଉଁ ତାରିଖରେ ସେ ହାଜିର ହୋଇପାରିନଥିଲେ । କିନ୍ତୁ ତାଙ୍କୁ ହାଜିର ହେବାକୁ ଆଉ ଗୋଟିଏ ସୁଯୋଗ ଦିଆଯାଉ । ଏହାସହ ଆଗାମୀ ୨୮ ତାରିଖରେ କୋଣାର୍କ ଥାନାରେ ହାଜିର ହେବାକୁ ନିର୍ଦ୍ଦେଶ ଦେବା ସହ ଅଭିଜିତଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ ।

ପୂର୍ବରୁ ଗତ ୧୫ ତାରିଖରେ ବୈଜୟନ୍ତଙ୍କ ସହ ହେଲିକପ୍ଟରରେ ଉଡି ବିବାଦକୁ ଆସିଥିଲେ ଅଭିଜିତ ଆୟାର ମିତ୍ର । ସେ ଚପ୍ପରରେ ଚିଲିକା , କୋଣାର୍କ, ପୁରୀ ଓ ଅନ୍ୟନ୍ୟା ସ୍ଥାନ ବି ବୁଲିଥିଲେ । କୋଣାର୍କ ଉପରେ ଅଶାଳୀନ ମନ୍ତବ୍ୟ ଦେଇ ବିବାଦକୁ ଆସିଥିଲେ ଅଭିଜିତ ଆୟାର ମିତ୍ର । ଓଡିଶା ସମ୍ପର୍କରେ ସେ ବିବାଦୀୟ ମନ୍ତବ୍ୟ ଦେଇଥିଲେ । କୋଣାର୍କ ମନ୍ଦିରକୁ ଅପମାନ କରିବା ସହ ଓଡ଼ିଶାକୁ ଏକ ଘଟିଆ ରାଜ୍ୟ ବୋଲି କହିଥିଲେ ଅଭିଜିତ । କୋଣାର୍କରେ ଖୋଦେଇ ହୋଇଥିବା ଚିତ୍ରକୁ ନେଇ ସମାଲୋଚନା କରିଥିଲେ । ମନ୍ଦିରରେ ଏପରି ଅଶ୍ଳୀଳ ଚିତ୍ର ଖୋଦିତ ହୋଇଛି, ଏହା କିପରି ଏକ ପବିତ୍ର ସ୍ଥାନ ହୋଇପାରିବ ବୋଲି ସେ ଭିଡ଼ିଓରେ ଜରିଆରେ କହିଥିଲେ । ହିନ୍ଦୁ ମାନଙ୍କ ବିରୋଧରେ କୋଣାର୍କ ମନ୍ଦିର ମୁସଲମାନ ଶାସକଙ୍କ ଏକ ଷଡଯନ୍ତ୍ର ବୋଲି ଅନେକ ଅଶାଳୀନ ମନ୍ତବ୍ୟ ଦେଇଥିଲେ ।

ଓଡିଶାକୁ ନୀଚା ଦେଖାଇବାକୁ ଯାଇ କହିଥିଲେ ଓଡିଶାକୁ ଆବିଷ୍କାର କରିଥିଲେ ବଙ୍ଗାଳି । ଓଡିଶା ଭଳି କିଛି ନାହିଁ, ଏହା ବେଙ୍ଗଲର ଏକ ଅଂଶ । ଜଗନ୍ନାଥ ପ୍ରକୃତରେ କୋଲକାତାର ଦେବତା ବୋଲି ମଧ୍ୟ କହିଥିଲେ । ଏହା ବ୍ୟତୀତ ଓଡ଼ିଶାକୁ ଏକ ଘଟଇଆ ରାଜ୍ୟ ବୋଲି ମଧ୍ୟ କହିଥିଲେ । ନିଜ ଟ୍ୱିଟରେ ଅଭିଜିତ ରାଜ୍ୟର ବିଧାୟକଙ୍କ ଉପରେ ବି ନକାରାତ୍ମକ ମନ୍ତବ୍ୟ ଦେଇଥିଲେ । ଏହା ପରେ ଏହାକୁ ନେଇ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ଆଜି ବିଧାନସଭାରେ ଏହାକୁ ନେଇ ଦଳମତ ନିର୍ବିଶେଷରେ ସବୁ ଦଳ ନିନ୍ଦା କରିଥିଲେ । ଏପରିକି ସ୍ୱାଧୀକାର ଭଙ୍ଗ ନୋଟିସ ବି ଆଣିଥିଲେ ବିରୋଧୀ ଦଳ ନେତା । ଶେଷରେ ଦିଲ୍ଲୀରେ ଅଭିଜିତଙ୍କୁ ଗିରଫ କରିଥିଲା ଓଡିଶା ପୋଲିସ ।