କନକ ବ୍ୟୁରୋ : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ବହୁଚର୍ଚ୍ଚିତ ଆଇଏଫଏସ୍ ଅଧିକାରୀ ଅଭୟକାନ୍ତ ପାଠକଙ୍କ ପକ୍ଷରୁ ହାଇକୋର୍ଟରେ ଜାମିନ ଆବେଦନ କରାଯାଇଛି। ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତରେ ଜାମିନ ଆବେଦନ ଖାରଜ ହେବା ପରେ ସେ ହାଇକୋର୍ଟରେ ନିୟମିତ ଜାମିନ ଆବେଦନ କରିଛନ୍ତି। ଡିସେମ୍ବର ୨ରେ ଭିଜିଲାନ୍ସ ଦ୍ବାରା ଗିରଫ ହେବା ପରେ ଅଭୟକାନ୍ତଙ୍କୁ ୯ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ଏହାପରେ ୩ଦିନିଆ ରିମାଣ୍ଡରେ ନେବା ପାଇଁ ଭିଜିଲାନ୍ସକୁ ଅଦାଲତ ଅନୁମତି ଦେଇଥିଲେ। ଏବେ ଭିଜିଲାନ୍ସ ତାଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରୁଛି।
ସୂଚନା ମୁତାବକ, ଅଭୟ ପାଠକଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବା ପାଇଁ ଭୁବନେଶ୍ବରସ୍ଥିତ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ଭିଜିଲାନ୍ସ ଏସ୍ଆଇଟି ପକ୍ଷରୁ ଆବେଦନ କରାଯାଇଥିଲା। ସେହି ଆବେଦନକୁ ବିଚାର କରି ଅଭୟ ପାଠକଙ୍କୁ ୩ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଥିଲେ ଭିଜିଲାନ୍ସ କୋର୍ଟ। ଏବେ ଅଭୟ ପାଠକଙ୍କୁ ୩ଦିନିଆ ରିମାଣ୍ଡରେ ନିଆଯାଇ ପଚରାଉଚରା କରାଯାଉଥିବା ବେଳେ ଅନେକ ଗୁମର ଖୋଲୁଥିବାର ଦେଖାଯାଇଛି।
ଅନ୍ୟ ପକ୍ଷରେ ଅଭୟଙ୍କ ପୁଅ ଆକାଶ ପାଠକ ରିମାଣ୍ଡର ଦ୍ୱିତୀୟ ଦିନର ଜେରା ବେଳେ ଆକାଶ ପାଠକ ଟାଟା ମୋଟର୍ସରେ ଚାକିରି କରି ନ ଥିବା ନେଇ ଭିଜିଲାନ୍ସର ଜେରା ବେଳେ ସ୍ୱୀକାର କରିଛନ୍ତି । ଏହା ସହ ସଂପର୍କୀୟଙ୍କ ସହ ଚାର୍ଟର ଫ୍ଲାଇଟରେ ବିଦେଶ ଭ୍ରମଣ କରିଥିବା ମଧ୍ୟ ମାନିଛନ୍ତି ଆକାଶ । ହେଲେ, ଆକାଉଂଟକୁ କେଉଁଠୁ କୋଟି କୋଟି ଟଙ୍କା ଆସିଲା, କିଏ ପଠେଇଲା ସେ ନେଇ ମତ ବଦଳାଉଛନ୍ତି ଆକାଶ ପାଠକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/22-3.jpg)