ଆଇଏଫଏସ ଅଭୟ ପାଠକଙ୍କ ୨ ଦିନିଆ ରିମାଣ୍ଡ ଅବଧି ଶେଷ : ଖବର ଅନୁସାରେ,  ସତ ଓଗାଳିଲେ ଅଭୟ; କହିଲେ, ଆକାଶ ଟାଟାର ଏମଡି ନୁହେଁ

ବାପାଙ୍କ ଟଙ୍କାର ଅୟଏ କରୁଥିଲା ପୁଅ; ଅଭୟଙ୍କ ଟଙ୍କାରେ ବୁକିଂ ହୋଇଥିଲା ହୋଟେଲ ଓ ଫ୍ଲାଇଟ

130

କନକ ବ୍ୟୁରୋ : ସରିଲା ରିମାଣ୍ଡ, କୋର୍ଟରେ ହାଜର ପରେ ଜେଲ ଗଲେ ଅଭୟକାନ୍ତ ପାଠକ । ୨ ଦିନିଆ ରିମାଣ୍ଡରେ ଅଭୟକାନ୍ତ ପାଠକଙ୍କୁ ମାରାଥନ୍ ଜେରା କରିଥିଲା କମିଶନରେଟ୍ ପୋଲିସ । ଏହି ସମୟରେ ଅନେକ ସତ ଓଗାଳିଛନ୍ତି ସିନିୟର ପାଠକ । ଆକାଶ ପାଠକ ଟାଟା ଗ୍ରୁପର ଏମଡି ନୁହଁନ୍ତି ।

ପୁଅକୁ ଟାଟାର ନକଲି ଏମଡି ହେବାକୁ କହିଥିଲେ ବୋଲି ଜେରା ବେଳେ ସତ ଓଗାଳିଥିବା ପୋଲିସ ସୂଚନା ଦେଇଛି । ଅଭୟଙ୍କ ଟଙ୍କାରେ ପୁଅ ଆକାଶ ପାଠକ କରୁଥିଲେ ଅୟସ । ଅଭୟଙ୍କ ଟଙ୍କାରେ ବୁକିଂ ହୋଇଥିଲା ହୋଟେଲ ଓ ଫ୍ଲାଇଟ୍ । ସ୍କାଏକିଙ୍ଗ୍ ଠକେଇ ମାମଲାରେ ଅଭୟକାନ୍ତ ପାଠକଙ୍କୁ ୨ ଦିନିଆ ରିମାଣ୍ଡରେ ନେଇଥିଲା କମିଶନରେଟ୍ ପୋଲିସ ।