କନକ ବ୍ୟୁରୋ : ସରିଲା ରିମାଣ୍ଡ, କୋର୍ଟରେ ହାଜର ପରେ ଜେଲ ଗଲେ ଅଭୟକାନ୍ତ ପାଠକ । ୨ ଦିନିଆ ରିମାଣ୍ଡରେ ଅଭୟକାନ୍ତ ପାଠକଙ୍କୁ ମାରାଥନ୍ ଜେରା କରିଥିଲା କମିଶନରେଟ୍ ପୋଲିସ । ଏହି ସମୟରେ ଅନେକ ସତ ଓଗାଳିଛନ୍ତି ସିନିୟର ପାଠକ । ଆକାଶ ପାଠକ ଟାଟା ଗ୍ରୁପର ଏମଡି ନୁହଁନ୍ତି ।
ପୁଅକୁ ଟାଟାର ନକଲି ଏମଡି ହେବାକୁ କହିଥିଲେ ବୋଲି ଜେରା ବେଳେ ସତ ଓଗାଳିଥିବା ପୋଲିସ ସୂଚନା ଦେଇଛି । ଅଭୟଙ୍କ ଟଙ୍କାରେ ପୁଅ ଆକାଶ ପାଠକ କରୁଥିଲେ ଅୟସ । ଅଭୟଙ୍କ ଟଙ୍କାରେ ବୁକିଂ ହୋଇଥିଲା ହୋଟେଲ ଓ ଫ୍ଲାଇଟ୍ । ସ୍କାଏକିଙ୍ଗ୍ ଠକେଇ ମାମଲାରେ ଅଭୟକାନ୍ତ ପାଠକଙ୍କୁ ୨ ଦିନିଆ ରିମାଣ୍ଡରେ ନେଇଥିଲା କମିଶନରେଟ୍ ପୋଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/22-22.jpg)