ଅଭୟ ପାଠକଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ । ବୈଦ୍ୟନାଥପୁର ଥାନା ମାମଲାରେ ମିଳିଲା ଜାମିନ ।

104

କନକ ବ୍ୟୁରୋ: ଅଭୟ ପାଠକଙ୍କୁ ଜାମିନ । ଅଭୟ ପାଠକଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ । ବୈଦ୍ୟନାଥପୁର ଥାନା ମାମଲାରେ ମିଳିଲା ଜାମିନ । ପୂର୍ବରୁ ୨ଟି ମାମଲାରେ ଅଭୟଙ୍କୁ ମିଳିସାରିଛି ଜାମିନ । ଆୟବର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିଲେ ଆଇଏଫଏସ ଅଭୟ ପାଠକ ।

ଗତ ବର୍ଷ ନଭେମ୍ବର ୨୭ ତାରିଖରେ ବାପା-ପୁଅଙ୍କୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରାଯାଇଥିଲା । ଦୀର୍ଘ ଦିନର ବ୍ୟବଧାନ ପରେ ଆଜି ତାଙ୍କୁ ଜାମିନ ମିଳିଛି । ଆଏଫଏସ୍ ଅଫିସର ଅଭୟକାନ୍ତ ପାଠକଙ୍କ ଘରେ ଯାଞ୍ଚ ହୋଇ କୋଟି କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠାବ କରାଯାଇଥିଲା । ତାଙ୍କ ପୁଅ ମଧ୍ୟ ଚାକିରି ଦେବା ନାଁରେ ଅନେକ ଲୋକଙ୍କୁ ଠକି ଥିବା ନେଇ ଅଭିଯୋଗ ଆସିଥିଲା । ଯାହାପରେ ଦୁହିଁଙ୍କୁ ଗତ ନଭେମ୍ବର ୨୭ ତାରିଖରେ ଗିରଫ କରାଯାଇଥିଲା । ଏହାକୁ ନେଇ ରାଜନୀତି ମହଲରେ ମଧ୍ୟ ବେଶ ଚର୍ଚ୍ଚା ହୋଇଥିଲା । ପାଠକ ବାପା-ପୁଅଙ୍କ ସହ ସମ୍ପୃକ୍ତି ନେଇ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ ହେବା ସହିତ ଗିରଫ ହୋଇ ଜେଲରେ ଅଛନ୍ତି ।