ମାଗିଲେ ବ୍ରେଡ଼୍ ବଟର ହେଲେ ମିଳିଲା ସୁଜି ଓ ମଟର: ଝାରପଡ଼ା ଜେଲର ସଂଗରୋଧ ୱାର୍ଡ଼ରେ କଟିଲା ପାଠକ ବାପ ପୁଅଙ୍କ ପ୍ରଥମ ରାତି

ସକାଳ ଜଳଖିଆରେ ମିଳିଲା ସୁଜି ଉପମା ସାଙ୍ଗକୁ ମଟର ତରକାରୀ ଓ ଚା । ବ୍ରେକ ଫାଷ୍ଟରେ ବ୍ରେଡ଼ ବଟର ମାଗୁଥିଲେ ଆକାଶ ପାଠକ

3,508

କନକ ବ୍ୟୁରୋ: ମାଗିଲେ ବ୍ରେଡ, ବଟର ମିଳିଲା ସୁଜି, ମଟର । ଝାରପଡା ଜେଲର ସଂଗରୋଧ ୱାର୍ଡରେ ପାଠକ ବାପ ପୁଅଙ୍କ ପ୍ରଥମ ରାତି କଟିଛି । ଅଏସ ଆରାମରେ ଦିନ କାଟୁଥିବା ବାପା, ପୁଅ ଆଜି ସକାଳୁ ଜଳଖିଆରେ ବ୍ରେଡ,ବଟର ଖାଇବାକୁ ମାଗିଥିଲେ । ହେଲେ ଜେଲରେ ତାଙ୍କୁ ଉପମା ଓ ମଟର ତରକାରୀ ଖାଇବାକୁ ଦିଆଯାଇଥିଲା । ବାପ ପୁଅଙ୍କୁ ତାହା ରୁଚି ନଥିଲେ ମଧ୍ୟ ଖାଇବାକୁ ପଡ଼ିଛି । ସେହପିରି ଜେଲରେ ସାଢେ ୧୧ଟା ସୁଦ୍ଧା ଦିନ ଖାଇବା ଶେଷ ହୋଇଛି ।

ବାପା, ପୁଅ ଧାଡିରେ ଛିଡା ହୋଇ ଖାଇଛନ୍ତି । ରୁଟି, ଭାତ ମଧ୍ୟରୁ ଗୋଟିଏ ମିଳିଥିବା ବେଳେ ତା ସହ ଡାଲି ଓ ତରକାରୀ ମିଳିଛି । ସେହିପରି ରାତି ଖାଇବା ସନ୍ଧ୍ୟା୫ରୁ ସାଢେ ୫ ଭିତରେ ମିଳିବ । ଦିନ ପରି ରାତିରେ ମଧ୍ୟ ଭାତ ଓ ରୁଟି ମଧ୍ୟରୁ ଗୋଟିଏ ତା ସହ ଡାଲି ଆଉ ତରକାରୀ ଖାଇବାକୁ ଦିଆଯିବ । ଉଭୟଙ୍କୁ ଗତ ରାତିରେ ଜେଲର ରୁଟି ଓ ସନ୍ତୁଳା ଦିଆଯାଇଥିଲା । ଆଉ ଖାଇବା ପାଇଁ ୨ଟି ଗିନା, ଗୋଟିଏ ଷ୍ଟିଲ ଥାଳି ଦିଆଯାଇଛି । ଏହା ସହ ଶୋଇବା ପାଇଁ ୨ଟି କମଳ ଦିଆଯାଇଛି ।

ଗୋଟିଏ ତଳେ ପାରିବେ ଓ ଅନ୍ୟଟି ଘୋଡାଇ ହେବେ । ପାଠକ ବାପ ପୁଅଙ୍କ ରଙ୍ଗୀନ ଦୁନିଆର ସଉକ ଶେଷ ହୋଇଛି । ବିଳାସପୂର୍ଣ୍ଣ ଫ୍ଲାଟରେ ରହିବା, ପଂଚତାରକା ହୋଟେଲରେ ଖାଇବା, ଲକ ଡ଼ାଉନରେ ଆକାଶରେ ଉଡ଼ି ବୁଲିବାର ନିଶା ଏବେ ଉତୁରି ଯାଇଛି । ବିଳମ୍ବିତ ରାତି ଯାଏଁ ଦୁହେଁଙ୍କୁ ନିଦ ଆସିନଥିବା ଶୁଣିବାକୁ ମିଳିଛି ।

ଏବେ ପଢନ୍ତୁ ପାଠକ ବାପ ପୁଅଙ୍କ ରଙ୍ଗିନ୍ ଦୁନିଆ । ବାପା ପଇସାରେ ଅୟସ କରୁଥିଲେ ପୁଅ । ସରକାରଙ୍କୁ ଲୁଟି ଯେତିକି କଳାଧନ ଲୁଚାଇଥିଲେ ବାପା ସେତିକି ଅୟସ ଆରାମ କରୁଥିଲେ ପୁଅ । ପାଠକ ପରିବାରର ଦାମି ଗାଡ଼ି ବିଷୟରେ ଅନେକ ଚର୍ଚ୍ଚା ହୋଇଛି । ସେଥିରେ ଗୋଟିଏ ମସ୍ଡ଼ିଜର ମୂଲ୍ୟ ୧କୋଟି ୬୦ ଲକ୍ଷ ହେବ ବୋଲି ଜଣା ପଡ଼ିଛି । ହେଲେ ଏବେ ପୁନେରେ ଏକ ମହିନ୍ଦ୍ରା ଜାୱା ବାଇକ୍ ଜବତ କରାଯାଇଛି । ଯାହାର ମୂଲ୍ୟ ୨ଲକ୍ଷ ଟଙ୍କା ହେବ । ଏଭଳି ଢ଼ଙ୍ଗରେ ଆକାଶ ବିତାଉଥିଲେ ବିଳାସପୂର୍ଣ୍ଣ ଜୀବନ ।