ଭିଜିଲାନ୍ସ ଜାଲରେ ଆଡିସିନାଲ ପିସିସିଏଫ ଅଭୟକାନ୍ତ ପାଠକ : ଓଡିଶା ସମେତ ମହାରାଷ୍ଟ୍ର ଓ ବିହାରରେ ଚଢ଼ାଉ

କୋଟି କୋଟି ଟଙ୍କା ଆୟବର୍ହିଭୂତ ସମ୍ପତି ଠୁଳ କରିଥିବା ଅଭିଯୋଗ 

279

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଆଡିସିନାଲ ପିସିସିଏଫ ଅଭୟକାନ୍ତ ପାଠକ । ଓଡିଶା ସମେତ ମହାରାଷ୍ଟ୍ର ଓ ବିହାରର ଏକାଧିକ ସ୍ଥାନରେ ଚାଲିଛି ଏକକାଳିନ ଚଢ଼ାଉ । ଓଡିଶାର ୫ଟି ସ୍ଥାନରେ, ମହାରାଷ୍ଟ୍ରର ୭ଟି ସ୍ଥାନରେ ଓ ବିହାରର ପାଟଣା ଓ ରାଜସ୍ଥାନର ଉଦୟପୁରରେ ଚଢ଼ାଉ କରୁଛି ଭିଜିଲାନ୍ସ । ୧୫୦ ଭିଜିଲାନ୍ସ ଅଧିକାରୀ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି । ସେ ୧୯୮୭ ମସିହା ବ୍ୟାଚର ଆଇଏଫଏସ୍ ।

ତାଙ୍କ ବିରୋଧରେ କୋଟି କୋଟି ଟଙ୍କାର ଆୟବର୍ହିଭୂତ ସମ୍ପତି ଠୁଳ କରିଥିବାର ଅଭିଯୋଗ ରହିଛି । ସେ ଲକଡାଉନ ସମୟରେ ୨୦ ଥର ଚାର୍ଟର ପ୍ଲେନ୍ ବ୍ୟବହାର କରିଥିଲେ । ପାଠକଙ୍କ ସହ ତାଙ୍କ ପୁଅ ଆକାଶ କୁମାର ପାଠକ ମଧ୍ୟ ଚାର୍ଟର ପ୍ଲେନରେ ଯାଇଥିବା ଜଣାପଡିଛି । ଅଭୟ ପାଠକଙ୍କ ଅତି ବିଳାସ ବ୍ୟସନ ଜୀବନଯାପନ କରୁଥିବା ଜଣାପଡିଛି ।