ପୁଣି ଅନଲାଇନରେ ମହାପ୍ରସାଦ ଓ ଶୁଖିଲା ଭୋଗ ବିକ୍ରି ଅଭିଯୋଗ: ପିନରେଷ୍ଟ ନାମକ ସଂସ୍ଥା ପକ୍ଷରୁ ମହାପ୍ରସାଦ ବିକ୍ରି ଅଭିଯୋଗ; ଅନଲାଇନରେ ବିକ୍ରିକୁ ସେବାୟତଙ୍କ ନିନ୍ଦା

ପୂର୍ବରୁ ଆମାଜନ ଅନଲାଇନରେ ନିର୍ମାଲ୍ୟ ବିକ୍ରି ଅଭିଯୋଗ ଥିଲା

125

କନକ ବ୍ୟୁରୋ: ବାରମ୍ବାର ଅଭିଯୋଗ ସତ୍ୱେ ମଧ୍ୟ ଶ୍ରୀଜଗନ୍ନାଥ ସଂସ୍କୃତିର ସୁରକ୍ଷା ପାଇଁ ନିଆଯାଉନି ପଦକ୍ଷେପ । ଅନଲାଇନ ରେ ମହାପ୍ରସାଦ ବିକ୍ରି କରୁଛନ୍ତି ଗୋଟେ ପରେ ଗୋଟେ ସଂସ୍ଥା । କିଏ ନିର୍ମାଲ୍ୟ ତ ଆଉ କିଏ ବିକ୍ରି କରୁଛି ମହାପ୍ରଭୁଙ୍କ ଦୁର୍ମୁଲ୍ୟ ମହାପ୍ରସାଦ । ଆଜି ପୁଣି ଏମିତି ଏକ ଘଟଣା ଆସିଛି ସାମ୍ନା କୁ । ପିନରେଷ୍ଟ ନାମକ ଏକ ଅନଲାଇନ ସଂସ୍ଥା ମହାପ୍ରଭୁଙ୍କ ମହାପ୍ରସାଦ ଓ ଶୁଖିଲା ଭୋଗ ବିକ୍ରି କରୁଥିବା ଜଣା ପଡିଛି ।

ଏହାକୁ ନେଇ ସେବାୟତ ମହଲରେ ପୁଣି ନିନ୍ଦା କରାଯାଇଥିବା ବେଳେ ସମ୍ପୃକ୍ତ ସଂସ୍ଥା ବିରୁଦ୍ଧରେ ଏତଲା ଦେବା ପାଇଁ ଯୋଜନା କରାଯାଉଥିବା ଜଣାପଡିଛି । ଏନେଇ ଶ୍ରୀମନ୍ଦିର ସେବାୟତ ଶମ୍ଭୁନାଥ ଖୁଣ୍ଟିଆ ଏତଲା ଦେବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପୂର୍ବରୁ ମଧ୍ୟ ଏଭଳି ଅନେକ ଉଦାହରଣ ଦେଖିବାକୁ ମିଳିଛି । ତେବେ ନିକଟ ଅତୀତ ରେ ଆମାଜନ ନାମକ ଇକମର୍ସ ସଂସ୍ଥା ଅନଲାଇନ ରେ ନିର୍ମାଲ୍ୟ ବିକ୍ରି କରୁଥିବା ବେଳେ ଏନେଇ ନଜର କୁ ଆଣିଥିଲେ ସେବାୟର ଶମ୍ଭୁନାଥ ଖୁଣ୍ଟିଆ । ତେବେ ଶ୍ରୀମନ୍ଦିର ପ୍ରଶାସନ ଆମାଜନ ନାଁ ରେ ଏତଲା ଦାଏର କରିଥିଲେ ।