ସାଲେପୁର କୋର୍ଟରେ ହାଜର ହେଲା ଅଲ-କାଏଦା ଅବଦୁଲ ରେହମାନ ! ଆତଙ୍କବାଦୀ କାର୍ଯ୍ୟକଳାପ ସମ୍ପୃକ୍ତି ନେଇ ଏସଟିଏଫର ୫୭୪ପୃଷ୍ଠାର ଚାର୍ଜସିଟ୍

35

କନକ ବ୍ୟୁରୋ: ଆତଙ୍କବାଦୀ କାର୍ଯ୍ୟକଳାପରେ ସଂପୃକ୍ତି ନେଇ ଅଲ-କାଏଦା ଆତଙ୍କବଦୀ ଅବଦୁର ରେହମାନଙ୍କ ନାଁରେ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଆଜି ଚାର୍ଜସିଟ ଦାଖଲ କରିଛି । ସାଲେପୁର କୋର୍ଟରେ ୫୭୪ ପୃଷ୍ଠାର ଏହି ଚାର୍ଜସିଟ ଦାଖଲ କରାଯାଇଛି । ଆଜି କଡା ସୁରକ୍ଷା ମଧ୍ୟରେ ରେହମାନକୁ ତିହାର ଜେଲରୁ ଅଣାଯାଇ ସାଲେପୁର କୋର୍ଟରେ ହାଜର କରାଯାଇଥିଲା ।

ଅଲ-କାଏଦା ସହ ସମ୍ପର୍କ ଅଭିଯୋଗରେ ରେହମାନକୁ ୨୦୧୫ ମସିହା ଡିସେମ୍ବର ୧୬ ତାରିଖରେ ଜଗତପୁରର ଥାନା ସାତବାଟିଆ ପଶ୍ଚିମକଚ୍ଛ ଗାଁରୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ । ଟାଙ୍ଗୀ ଅଂଚଳରେ ରେହମାନ ବେଆଇନ ମଦ୍ରାସା ଚଳାଉଥିଲା । ପଡୋଶୀ ଝାଡଖଣ୍ଡ ଓ ଅନ୍ୟ ଅଂଚଳରୁ ପିଲା ଆଣି ଆତଙ୍କବାଦ ପାଠ ପଢାଉଥିଲା ଅଲ-କାଏଦା ଆତଙ୍କବଦୀ ଅବଦୁର ରେହମାନ । ତେବେ ଗତ ୨୯ ତାରିଖରେ ରେହମାନକୁ ଓଡିଶା ଅଣାଯାଇଥିଲେ ବି କୋର୍ଟରେ ଶୁଣାଣି ହୋଇପାରିନଥିଲା ।

ଏହା ସହ ଦେଖନ୍ତୁ ଏହି ଭିଡିଓ –