ୟୁଏନସି ସୁରକ୍ଷା ପରିଷଦରେ ଅବଦୁଲ ରହମାନ ମକ୍କି ଗ୍ଲୋବାଲ ଆତଙ୍କୀ ଘୋଷିତ । ୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସଇଦିଙ୍କ ଭିଣୋଇ

1,842

କନକ ବ୍ୟୁରୋ : ସୋମବାର ୟୁଏନଏସସି ବା ମିଳିତ ରାଷ୍ଟ୍ର ସଂଘର ସୁରକ୍ଷା ପରିଷଦ ଅବଦୁଲ ରହମାନ ମକ୍କିକୁ ଗ୍ଲୋବାଲ ଆତଙ୍କୀ ବୋଲି ଘୋଷଣା କରିଛନ୍ତି । ଅବଦୁଲ ରହମାନେ ମକ୍କି ହେଉଛନ୍ତି ଭାରତରେ ହୋଇଥିବା ୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସଇଦିଙ୍କ ଭିଣୋଇ । ସଂଯୁକ୍ତ ରାଷ୍ଟ୍ର ନିଜ ବୟାନରେ କହିଛନ୍ତି, ସୁରକ୍ଷା ପରିଷଦ ସମିତି ଅବଦୁଲ ରହମାନ ମକ୍କିଙ୍କୁ ଆଇଏସଆଇଏଲ ଏବଂ ଅଲ କାଏଦା ପ୍ରତିବନ୍ଧ ସମିତିର ସହମତିରେ ଗ୍ଲୋବାଲ ଆତଙ୍କବାଦୀ ବୋଲି ଘୋଷଣା କରିଛନ୍ତି । ଏହା ପରେ ଆତଙ୍କୀ ମକ୍କିଙ୍କ ସମ୍ପତି ଜବତ ହେବା ସହ ତାଙ୍କ ଯାତ୍ରା ଉପରେ ପ୍ରତିବନ୍ଧ ମଧ୍ୟ ଲଗାଯିବ । ସଂଯୁକ୍ତ ରାଷ୍ଟରେ ଭାରତର ସ୍ଥାୟୀ ପ୍ରତିନିଧି ସେୟଦ ଅକବରୁଦିନ ଅବଦୁଲ ରେହମାନ ମକ୍କିକୁ ଗ୍ଲୋବାଲ ଆତଙ୍କୀ ଘୋଷଣା ହେବା ପରେ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ, ଚୀନ ଭାରତକୁ ରୋକିପାରିବ ନାହିଁ । ଏବଂ ଏହି ଆତଙ୍କୀ ଲିଷ୍ଟରେ ଆହୁରି ଆତଙ୍କୀଙ୍କୁ ସାମିଲ କରାଯିବ ।