କନକ ବ୍ୟୁରୋ: ପାଣ୍ଡ୍ୟାଙ୍କୁ ମାଗୁଛି ପାକିସ୍ତାନ । ଉତ୍ତମ ଟ୍ରେନିଂ ଦେଇ ପାଣ୍ଡ୍ୟାଙ୍କୁ ବିଶ୍ୱର ୧ ନମ୍ବର ଖେଳାଳି କରିବାକୁ ସୁଯୋଗ ମାଗୁଛି ପାକିସ୍ତାନ । ବେଶି ନୁହେଁ ମାତ୍ର ୨ ସପ୍ତାହ ପାଣ୍ଡ୍ୟାଙ୍କୁ ପ୍ରଶିକ୍ଷଣ ଦେବାକୁ ସୁଯୋଗ ମାଗିଛନ୍ତି ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ଅବଦୁଲ ରଜ୍ଜାକ । ପାଣ୍ଡ୍ୟାଙ୍କୁ ସେ ୨ ସପ୍ତାହ ଟ୍ରେନିଂ ଦେବା ପରେ ପାଣ୍ଡ୍ୟା ଦୁନିଆର ଏକ ନମ୍ବର ହିଟର ଓ ଅଲରାଉଣ୍ଡର ହୋଇପାରିବେ ବୋଲି ତାଙ୍କର ଦୃଢ ବିଶ୍ୱାସ ଅଛି । ତେବେ ପାଣ୍ଡ୍ୟାଙ୍କୁ ଟ୍ରେନିଂ ଦେବା ନେଇ ନିଜ ଟ୍ୱିଟର ପେଜରେ ଭିଡିଓ ଜାରି କରି କହିଛନ୍ତିି ଅବଦୁଲ ରଜ୍ଜାକ ।

Advertisment

ରଜ୍ଜାକ କହିଛନ୍ତି ଗତକାଲି ମୁଁ ଇଣ୍ଡିଆ-ଇଣ୍ଡିଜ ମ୍ୟାଚ ଦେଖୁଥିଲି । ଇଣ୍ଡିଆ ଇଣ୍ଡିଜ ବିରୋଧରେ ଭଲ ପ୍ରଦର୍ଶନ କଲା ମାତ୍ର ମୁଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଖେଳରେ କିଛି କମି ରହି ଯାଉଥିବା ଅନୁଭବ କଲି । ପାଣ୍ଡ୍ୟା ବ୍ୟାଟିଂ କରୁଥିବା ମୁଁ ପ୍ରଥମ ଥର ଦେଖିଲି ଆଉ ତାଙ୍କ ଭିତରେ କିଛି କମିଥିବା ନଜର କଲି । ଯଦିଓ ସେ ୩୮ ବଲରେ ୪୬ ରନ କରିଥିଲେ ଆଉ ୨୮ ରନ ଦେଇ ୧ ୱିକେଟ ନେଇଥିଲେ । ମାତ୍ର ତାଙ୍କ ହିଟ କରିବା ବେଳେ ସେ ନର୍ଭସ ଥିବା ମୁଁ ନଜର କଲି । ଯେତେବେଳେ ସେ ହିଟ୍ କରୁଥିଲେ ତାଙ୍କ ପାଦର ମୁଭମେଣ୍ଟ, ବେଟ ସ୍ୱିଇଂ ଏବଂ ବଡି ବାଲାନ୍ସ କରିବାରେ କିଛି କମି ରହି ଯାଉଥିବା ଦେଖିଲି । ତେଣୁ ଯଜି ମୁଁ ଦୁବାଇରେ ପାଣ୍ଡ୍ୟାଙ୍କୁ ୨ ସପ୍ତାହ ଟ୍ରେନିଂ ଦିଅନ୍ତି ତେବେ ସେ ଭଲ ପ୍ରଦର୍ଶନ କରନ୍ତେ ବୋଲି ମୋର ବିଶ୍ୱାସ । ଯଦି ବିସିସିଆଇ ଚାହିଁବ, ତାହାଲେ ମୁଁ ଜିଜାନ ଲଗେଇ ପାଣ୍ଡ୍ୟାଙ୍କୁ ଏକ ନମ୍ବର କରାଇଦେବି ।

ତେବେ ଅବଦୁଲ ରଜ୍ଜାକ ପାକିସ୍ତାନ ପାଇଁ ୨୬୫ଟି ଦିନିକିଆ ମ୍ୟାଚ ଖେଳି ୫୦୮୦ ରନ କରିଛନ୍ତି ଓ ୨୬୯ଟି ୱିକେଟ ନେଇଛନ୍ତି ।