ସହିଦ୍ ଅବଦୁଲ୍ ହମିଦ : ଭାରତୀୟ ସେନାର ଜାଗୃତ ସିଂହ,ଯେ ଏକାଥରେ ପାକିସ୍ତାନର ୮ ଟି ଟ୍ୟାଙ୍କ୍ ଉଡାଇବାରେ ହୋଇଥିଲେ ସଫଳ।

ସହିଦ୍ ଅବଦୁଲ୍ ହମିଦ : ଭାରତୀୟ ସେନାର ଜାଗୃତ ସିଂହ,ଯେ ଏକାଥରେ ପାକିସ୍ତାନର ୮ ଟି ଟ୍ୟାଙ୍କ୍ ଉଡାଇବାରେ ହୋଇଥିଲେ ସଫଳ।

Honourpoint

୧୯୬୭ ମସିହା ସେପ୍ଟେମ୍ବର ମାସରେ ଶତ୍ରୁଦେଶ ପାକିସ୍ତାନ ନିଜର ମନ୍ଦ ଉଦ୍ଦେଶ୍ୟ ନେଇ ଭାରତ ଉପରେ ଅଚାନକ ଆକ୍ରମଣ କରିଥିଲା ପ୍ରତିଉତ୍ତରରେ ଭାରତ ମଧ୍ୟ ଏହି ଆକ୍ରମଣକୁ ଅସଫଳ କରିବା ପାଇଁ ପୂର୍ବ ପ୍ରସ୍ତୁତି କରିସାରିଥିଲା । ଏହି ଯୁଦ୍ଦରେ ବୀର ଯବାନ୍ ଅବଦୁଲ୍ ହମିଦ୍ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ, ଯାହାକୁ ଶୁଣିଲେ ଆପଣ ମଧ୍ୟ ଖୁବ୍ ଗର୍ବ ଅନୁଭବ କରିବେ ।

publive-image

୧୯୬୭ ମସିହା ଯୁଦ୍ଧରେ ଯେତେବେଳେ ପାକିସ୍ତାନ ଭାରତ ଉପରେ ଆକ୍ରମଣ କଲା ବୀର ସୂପୁତ୍ର ଅବଦୁଲ୍ ହମିଦ ସେନା ତରଫରୁ ମୁଖ୍ୟ ଭୂମିକା ନେଇଥିଲେ । ସେପ୍ଟେମ୍ବର ମାସ ୮ ତାରିଖ ରାତିରେ ଅବଦୁଲ୍ ହମିଦ ପଞ୍ଜାବର ଖେମ୍କରଣ ସେକ୍ଟରରେ ନିଯୁକ୍ତ ଥିଲେ, ଏହି ମୋର୍ଚାରେ ପାକିସ୍ତାନ ନିଜର ଅପରାଜୟ ମାନୁଥିବା ଆମେରିକୀୟ ଟ୍ୟାଙ୍କ ପେଟନକୁ ଯୁଦ୍ଧରେ ଓହ୍ଲାଇଥିଲା । ବୀର ସୂପୁତ୍ର ଅବଦୁଲ୍ ହମିଦ ମଧ୍ୟ ଖୁବ୍ ସାହସିକତାର ସହ ଏହି ମୋର୍ଚାର ଅଧ୍ୟକ୍ଷତା ନେଇଥିଲେ, ଯଦିଓ ତାଙ୍କ ପାଖରେ କୋ÷ଣସି ହତିଆର ନଥିଲା କିନ୍ତୁ ତାଙ୍କର ଧର‌୍ୟ୍ୟ ଓ ସାହାସିକତା ତାଙ୍କୁ ଯୁଦ୍ଧରେ ବିଜୟ ଆଣିଦେଇଥିଲା । ହମିଦ୍ ନିଜ ଜୀବନକୁ ଖାତିର ନକରି ପାକ୍ ଟ୍ୟାଙ୍କର ସାମ୍ନା କରିଥିଲେ । ସେତେବେଳେ ତାଙ୍କ ପାଖରେ ଖାଲି ମାଉଣ୍ଟେଡ ଜିପ୍ ଥିଲା, କିନ୍ତୁ ତାଙ୍କର ଚତୁର ବୁଦ୍ଧିମତା ଯୋଗୁଁ ସେ ପାକ୍ ଟ୍ୟାଙ୍କର ଦୁର୍ବଳତାକୁ ବାରି ପାରିଥିଲେ ।publive-imageହମିଦ୍ ନିଜ ଚପଳତାର ଉପଯୋଗ କରି ଟ୍ୟାଙ୍କର ସେହି ଦୁର୍ବଳତା ଗୁଡିକ ଉପରେ ଆକ୍ରମଣ କରିଥିଲେ ଓ ଗୋଟିଏ ପରେ ଗୋଟିଏ ପାକ୍ ଟ୍ୟାଙ୍କ୍ କୁ ଅକାମି କରିଦେଇଥିଲେ । ଏହା ଭାରତୀୟ ସେନା ମଧ୍ୟରେ ଉତ୍ତେଜନା ବଢାଇଦେଇଥିଲା । ଏହିପରି ଭାବରେ ହମିଦ୍ ପାକର ୮ ଟି ଟ୍ୟାଙ୍କକୁ ଅକାମି କରିଦେଇଥିଲେ । ହମିଦ୍ ଏବଂ ତାଙ୍କ ସାଥି ଭାରତୀୟ ସେନା ଆଗରେ ପାକ୍ ପରାଜୟ ହୋଇ ପଳାୟନ କରୁଥିବା ସମୟରେ ହମିଦ୍ ତାଙ୍କ ପିଛା କରିଥିଲେ । ଠିକ୍ ଏହି ସମୟରେ ଏକ ବୋମା ତାଙ୍କ ଜିପ୍ ତଳକୁ ଆସିଯାଇଥିଲା ଯାହା ଫୁଟିବା ଫଳରେ ହମିଦ୍ ଗୁରୁତର ଆହତ ହୋଇଯାଇଥିଲେ ଏବଂ ସେପ୍ଟେମ୍ବର ୧୦ ତାରିଖରେ ସେ ବୀରଗତି ପ୍ରାପ୍ତ କରିଥିଲେ । ତାଙ୍କ ମୃତ୍ୟୁର ଉପରାନ୍ତରେ ସରକାର ତାଙ୍କ ସମ୍ମାନରେ ତାଙ୍କୁ ମହାବୀର ଚକ୍ର ଓ ସେନାର ସର୍ବୋଚ୍ଚ ପ୍ରତିନିଧି ଭାବେ ପରମବୀର୍ ଚକ୍ରରେ ସମ୍ମାନିତ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe