ସୁନ୍ଦରଗଡରୁ ଅପହରଣ ଛତିଶଗଡରୁ ଉଦ୍ଧାର। ସ୍ତ୍ରୀଙ୍କୁ ପିଛା କରି ସ୍ୱାମୀଙ୍କୁ ଉଦ୍ଧାର କଲା ପୁଲିସ

103

କନକ ବ୍ୟୁରୋ: ସୁନ୍ଦରଗଡରୁ ଅପହରଣ, ଛତିଶଗଡରୁ ଉଦ୍ଧାର । ଅପହୃତଙ୍କ ସ୍ତ୍ରୀଙ୍କୁ ପିଛା କରି କରି ଅପହରଣକାରୀଙ୍କ ପାଖରେ ପହଞ୍ଚିଲା ପୁଲିସ । ବିଦ୍ୟାଳୟରୁ ଘରକୁ ଫେରୁଥିବା ବେଳେ ସୁନ୍ଦରଗଡ କିଞ୍ଜିରକେଲା ଥାନା ଅଞ୍ଚଳର ବ୍ରାହ୍ମଣମରା ରାସ୍ତାରେ ଲିଫ୍ଟ ମାଗିବା ଆଳରେ ଶିକ୍ଷକଙ୍କୁ ଅପହରଣ କରି ନେଇଥିଲେ ଦୁର୍ବୃତ ।

ବ୍ରାହ୍ମଣମରା ହାଇସ୍କୁଲର ପ୍ରଧାନ ଶିକ୍ଷକ ଏକ ସ୍କର୍ପିଓ ଗାଡିରେ ଉଠାଇ ନେଇଥିଲେ । ଶିକ୍ଷକଙ୍କ ମୁଣ୍ଡ ଜାମିନ ରଖି ତାଙ୍କ ସ୍ତ୍ରୀଙ୍କୁ ୧ ଲକ୍ଷ ଟଙ୍କା ମାଗିଥିଲେ ଅପହରଣକାରୀ । ସ୍ତ୍ରୀ ମଧ୍ୟ ଟଙ୍କା ଦେବା ପାଇଁ ରାଜି ହୋଇଯାଇଥିଲେ । ଏକଥା ଜାଣିବା ପରେ ପୁଲିସ ସ୍ତ୍ରୀଙ୍କୁ ଫଲୋ କରି କରି ଛତିଶଗଡର ଯୋରନ୍ଦା ଅଞ୍ଚଳରେ ଅପହରଣକାରୀଙ୍କ ପାଖରେ ପହଞ୍ଚି ଯାଇଥଲା କିଂଜିରକେଲା ଥାନା ପୁଲିସ । ଜଙ୍ଗଲ ଭିତରେ ଦୁଇଟି ସ୍ଥାନରେ ଚଢାଉ କରି ଫିଲ୍ମ ଷ୍ଟାଇଲ୍ରେ ଅପହୃତ ଶିକ୍ଷକଙ୍କୁ ଉଦ୍ଧାର କରିବା ସହ ୩ ଅପହରଣକାରୀଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୨ଟି ବନ୍ଧୁକ ଓ ସ୍କର୍ପିଓ ଗାଡି ଜବତ ହୋଇଛି ।