୮ ମିନିଟରେ ଚାର୍ଜ ହୋଇ ୨୦୦ କିଲୋମିଟର ଦୌଡିବ କାର ! ଏବିବି ତରଫରୁ ଲଞ୍ଚ ହେଲା ଆଶ୍ଚର୍ଯ୍ୟଜନକ ଚାର୍ଜିଙ୍ଗ ସିଷ୍ଟମ ।

65

ପେଟ୍ରୋଲ ଦର ଦିନକୁ ଦିନ ବଢୁଥିବା ବେଳେ ଇଞ୍ଜିନିୟରମାନେ ପେଟ୍ରୋଲ ଚାଳିତ ଗାଡିକୁ ବାଦ ଦେଇ ଏବେ ବ୍ୟାଟେରୀ ଯୁକ୍ତ ଗାଡି ତିଆରି କରିବା ଉପରେ ଗୁରୁତ୍ୱ ଦେଉଛନ୍ତି । କିନ୍ତୁ ବ୍ୟାଟେରି ଯୁକ୍ତ ଗାଡିକୁ ଅଧିକ ସମୟ ଚାର୍ଜରେ ବସାଇବାକୁ ପଡୁଥିବାରୁ ଏହା ଏକ ସମସ୍ୟା ହୋଇ ଛିଡାହୋଇଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଉର୍ଜା କ୍ଷେତ୍ର ସହ ଜଡିତ କମ୍ପାନୀ ଏବିବି ବୈଶ୍ୱିକ ମୋବିଲିଟି ସମ୍ମେଳନ ଦ୍ୱାରା ଶୁକ୍ରବାର ଦିନ ଖୁବ କମ ସମୟ ଭିତରେ ବାହାନକୁ ରିଚାର୍ଜ କରିହେଲା ଭଲି ପ୍ରଣାଣି ଉଦ୍ଭାବନ କରିଛନ୍ତି ।

ଏହି ପ୍ରଣାଳି ଅନୁଯାୟୀ, ବ୍ୟାଟେରି ଯୁକ୍ତ କାରକୁ ମାତ୍ର ୮ ମିନିଟ ଭିତରେ ଫୁରା ଚାର୍ଜ କରାଯାଇ ପାରିବ । ଏବଂ ଗୋଟେ ଥର କାରକୁ ଚାର୍ଜ କରାଗଲା ୨୦୦ କିଲୋମିଟର ପର୍ଯ୍ୟନ୍ତ କାର ଚାଲିପାରିବ । ନୂଆ ଦିଲ୍ଲୀର ବିଜ୍ଞାନ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଆରମ୍ଭ ହୋଇଛି ଗ୍ଲୋବାଲ ମୋବିଲିଟି ।

ଏବିବିଙ୍କ କହିବା ଅନୁସାରେ, ଭାରତରେ ପ୍ରଥମଥର ଏବିବି ଟେରା ଏଚପି ତ୍ୱରିତ ଚାର୍ଜିଙ୍ଗ ପ୍ରଣାଣି ଲଞ୍ଚ କରିଛି । ଏହି ପ୍ରଣାଳି ମାତ୍ର ୮ ମିନିଟରେ କାରକୁ ଚାର୍ଜ କରିପାରିବ । ଏବଂ କାର ଥରେ ରିଚାର୍ଜ ହେଲେ ୨୦୦ରୁ ଅଧିକ କିଲୋମିଟର ଯାଏ ଚାଲିପାରିବ । ଏହି ଚାର୍ଜିଙ୍ଗ ସିଷ୍ଟମ ରାଜରାସ୍ତା କଡରେ କିମ୍ବା ପେଟ୍ରୋଲ ପମ୍ପ ଗୁଡିକରେ ଲଗାଇବା ପାଇଁ ଉପଯୁକ୍ତ ଅଟେ ।