ଜିରୋରୁ ହିରୋ କରିଦେଲା ଜିଜ୍ଞାସା : ଅଧାରୁ ଛାଡିଥିଲେ ପାଠପଢା , ଏବେ ଲଢୁଆ ବିମାନ ଏବଂ ମିସାଇଲର ପାର୍ଟସ୍ କରୁଛନ୍ତି ପ୍ରସ୍ତୁତ ।

337

ପ୍ରତିଭା ଥିଲେ ଉପାୟ ଆପେ ଆପେ ଆସେ । କିଛି କରି ଦେଖାଇବାର ଆତ୍ମବିଶ୍ୱାସ ଆଗକୁ ବଢିବାର ବାଟ ଦେଖାଇଥାଏ । ଏଥିପାଇଁ କୌଣସି ବଡ଼ ବଡ଼ କଲେଜ କି ବିଶ୍ୱବିଦ୍ୟାଳୟର ଡ଼ିଗ୍ରୀର ଆବଶ୍ୟକତା ପଡେନି । କେବଳ ଦୃଢ଼ ମନୋବୃତ୍ତି ଏବଂ ଜିଜ୍ଞାସା ହିଁ ଜଣକୁ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ । ଏମିତି ଜଣେ ପ୍ରତିଭା ସମ୍ପର୍ଣ୍ଣ ବ୍ୟକ୍ତି ହେଲେ ହାଇଦ୍ରାବାଦରେ ରହୁଥିବା ରାକେଶ ଚୋପଦାର । ହାଇସ୍କୁଲରୁ ପାଠ ପଢ଼ାରେ ଡୋ଼ରି ବାନ୍ଧି ଥିଲେ ରାକେଶ । ଆଉ ଆଜି ଫାଇଟର ଜେଟ୍ ଓ ମିସାଇଲ୍ ପାଇଁ ଯନ୍ତ୍ରପାତି ତିଆରି କରୁଛନ୍ତି । ତାଙ୍କ କଂପାନୀ ଫାଇଟର ଜେଟ୍ ସୁଖୋଇ ବ୍ରହ୍ମୋସ ମିଶାଇଲ୍ ଓ ବିଦ୍ୟୁତ୍ କଂପାନୀଗୁଡ଼ିକ ପାଇଁ ପାର୍ଟସ ବନାଉଛି। ରାକେଶ କୁହନ୍ତି , ନିଜ ପିତାଙ୍କ ୱାର୍କସପରେ କାମ କରି ସେ ଶିକ୍ଷା ଲାଭ କରିଛନ୍ତି । ତାଙ୍କ ବାପା ନଟ ଓ ବୋଲ୍ଟ ତିଆରି କାମ କରନ୍ତି।

ନିଜର ବୋର୍ଡ ପରୀକ୍ଷା ବିଷୟରେ ରାକେଶ କୁହନ୍ତି, ମୁଁ ପରୀକ୍ଷା ସମୟରେ ବହୁତ ଚେଷ୍ଟା କରିଥିଲି । କିନ୍ତୁ କୌଣସି ବିଷୟକୁ ଠିକରେ ବୁଝିପାରେନି । ଆଉ ପରୀକ୍ଷା ସମୟରେ କିଛି ମନେ ରଖି ପାରୁନଥିଲି। ଜୀବନରେ ପାଠପଢ଼ା ତ ନିହାତି ଜରୁରୀ , ହେଲେ ସଫଳ ହେବା ପାଇଁ ଡିଗ୍ରୀ ହିଁ ସବୁକିଛି । ଏହା ଭାବିବା ସମ୍ପୂର୍ଣ୍ଣ ଭୁଲ । ସଫଳତା ପାଇଁ ଆମକୁ ଦୂରଦୃଷ୍ଟି , ଧୈର୍ଯ୍ୟ , ସାହସ ଓ କଡ଼ା ପରିଶ୍ରମର ଆବଶ୍ୟକତା ରହିଥାଏ । ବର୍ତ୍ତମାନ ଆଜାଦ ଇଂଜିନିୟରିଂର ସଂସ୍ଥାପକ ଓ ଏମ୍ଡି ହେଉଛନ୍ତି ରାକେଶ ଚୋପଦାର । ନିଜର ପ୍ରଥମ ଜୀବନର ସେହି ବାଟ ଖୋଜୁଥିବା ବୟସକୁ ମନେପକାଇ ସେ କୁହନ୍ତି ସ୍କୁଲ୍ ଛାଡ଼ିଲା ପରେ ମୋ ଜୀବନ ଦିଶାହୀନ ହୋଇପଡିଥିଲା । ମୋ ଭବିଷ୍ୟତକୁ ନେଇ ପରିବାର ଓ ରିଲେଟିଭସଙ୍କ ପ୍ରଶ୍ନ ମୋତେ ଆନ୍ଦୋଳିତ କରିବାକୁ ଲାଗିଲା । କଣ କରିବି କଇଛି ଜାଣିପାରିଲି ନାହିଁ । ସେତେବେଳେ ବାପାଙ୍କ ୱାର୍କସପରେ କିଛି ସମୟ ଅତିବାହିତ କଲି । ବାପାଙ୍କ ୱର୍କସପକୁ ଗଲା ପରେ ମୋ ଭିତରେ କିଛି କରିବାକୁ ଇଚ୍ଛା ଜାଗ୍ରତ ହେଲା । ପ୍ରଥମେ ଅଫିସରେ ବସିବା ଓ ଫାଇଲ୍ ଦେଖିବାକୁ ଭଲ ଲାଗିଲା ନାହିଁ । କିନ୍ତୁ ଯେତେବେଳେ ମୁଁ ୱର୍କସପ୍ ଯିବା ଆରମ୍ଭ କଲି ମୋତେ ମେକାନକଲ୍ ଇଂଜିନିୟରିଂ ଦୁନିଆ ବିଷୟରେ ଜାଣିବାକୁ ମିଳିଲା । ମୋତେ ଏହା ବହୁତ ପସନ୍ଦ ଆସିଲା । ଆଉ ଯାହାର ସଫଳତା ମୋତେ ଆଜି ମିଳିଛି ।