କନକ ବ୍ୟୁରୋ: ଉତ୍ତରପ୍ରଦେଶ ଚନ୍ଦୌଲିରେ ଆଶ୍ଚର୍ଯ୍ୟ କରିଦେବା ଭଳି ଏକ ଘଟଣା ଘଟିଛି । କେହି ଏକ ନବଜାତକୁ ଅଟୋରେ ଅସହାୟ ଅବସ୍ଥାରେ ଛାଡି ଦେଇ ଯାଇଥିବାବେଳେ ଏହାକୁ ପାଇଛନ୍ତି ଜଣେ କିନ୍ନର । ନବଜାତକୁ ପାଇ ପ୍ରଥମେ ପୁଲିସ ପାଖକୁ ନେବା ପରେ ଏହାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ଯଦିଓ ପୁଲିସ ଏହି ଶିଶୁକୁ ଚାଇଲ୍୍ଡ ଲାଇନ୍ ସହଯୋଗରେ ଶିଶୁ ଗୃହ ଦାୟିତ୍ୱରେ ଦେଇଥିଲେ କିନ୍ତୁ ଜୋୟାନାମକ କିନ୍ନର ଶିଶୁକୁ ଗ୍ରହଣ କରିଛନ୍ତି । କିନ୍ନରଙ୍କ କହିବା କଥା , ସେ ଏହି ନବଜାତକୁ ଆଇନଗତ ଭାବରେ ଗ୍ରହଣ କରିଛନ୍ତି । ସେ ଏହାକୁ ପାଳିବେ, ପାଠ ପଢାଇ ବଡ ଅଫିସର କରିବେ ।

Advertisment

ସୂଚନା ମୁତାବକ, ଦୀନଦୟାଲ ଉପାଧ୍ୟାୟ ରେଲୱେ ଷ୍ଟେସନ ନିକଟରେ ରାଜୁ ନାମକ ଅଟୋଚାଳକ ଅଟୋ ରଖି ଚା’ ପିଇବାକୁ ଯାଇଥିବାବେଳେ କେହି ଜଣେ ଶିଶୁକୁ ଅଟୋର ପଛ ସିଟରେ ରଖିଦେଇ ଚାଲିଯାଇଥିଲା । ଅଟୋଚାଳକ ଆସି ସିଟ ଉପରେ ଏକ ମିଠା ପୁଡିଆ ରଖାଯାଇଥିବା ଦେଖିଥିଲେ । ଏହାକୁ ଫିଟାଇ ଦେଲାବେଳେକୁ ସେ ଅଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ଏହା ଭିତରେ ଏକ ନବଜାତ ଶିଶୁଟିଏ ମଧ୍ୟ ଥିଲା । ଚାହୁଁ ଚାହୁଁ ଏହି ଖବର ସ୍ଥାନୀୟ ଅଞ୍ଚଳରେ ଖେଳିଗଲା । ଏବଂ ଅଟୋଚାଳକ ପାଖ କିନ୍ନର ସମାଜକୁ ମଧ୍ୟ ଏ ବାବଦରେ ଖବର ଦେଇଥିଲେ ଏବଂ ସମସ୍ତେ ପହଞ୍ଚି ଶିଶୁକୁ ପାଖ ପୁଲିସ ଷ୍ଟେସନକୁ ନେଇଯାଇଥିଲେ । ଏହା ପରେ ଜୋୟା ଶିଶୁକୁ ନିଜ ସନ୍ତାନ ଭାବେ ଗ୍ରହଣ କରିନେଇଛନ୍ତି ।