ଆର୍ଯ୍ୟା ରାଜେନ୍ଦ୍ରନ ଙ୍କୁ ନେଇ ସୋସିଆଲ ମିଡିଆରେ ଜୋର ଧରୁଛି ଚର୍ଚ୍ଚା । ଦେଶର ସବୁଠାରୁ କମ୍ ବୟସରେ ହେବାକୁ ଯାଉଛନ୍ତି ମେୟର ।

501

କନକ ବ୍ୟୁରୋ : କିଛିଦିନ ତଳେ ସରିଛି କେରଳରର ସିଭିକ୍ ବଡି ଇଲେକ୍ସନ । ଏହି ନିର୍ବାଚନ ପରେ ଫଳା ଫଳ ପ୍ରକାଶ ପାଇଛି । ନିର୍ବାଚନରେ ବାମ ଗଣତାନ୍ତ୍ରିକ ମେଣ୍ଟ ବେସ୍ ଭଲ ପ୍ରଦର୍ଶନ କରିଛି । ଏହାରି ମଧ୍ୟରେ ବିଜୟ ଲାଭ କରିଥିବା ଆର୍ଯ୍ୟା ରାଜେନ୍ଦ୍ର ଖୁବ୍ ଶିଘ୍ର ଏକ ନୂଆ ରେକର୍ଡ କରିବାକୁ ଯାଉଛନ୍ତି । ଆର୍ଯ୍ୟା କେରଳର ରାଜଧାନୀ ଥିରୁଅନନ୍ତପୁରମ୍ ଜିଲ୍ଲାର ମେୟର ହେବା ନେଇ ସୂଚନା ମିଳିଛି । ଏହି ପଦବିରେ ବସିବାକୁ ଯାଉଥିବା ଆର୍ଯ୍ୟା ଦେଶର ସବୁଠାରୁ କନିଷ୍ଟ ମେୟର ଭାବେ ମେୟର ହେବେ । ଏବେ ଆର୍ଯ୍ୟାଙ୍କୁ ମାତ୍ର ୨୧ ବର୍ଷ ହୋଇଛି । ଆର୍ଯ୍ୟା ଏହି ନିର୍ବାଚନରେ ମୁଡାବନମୁଗାଲ ଆସନରୁ ବିଜୟ ଲାଭ କରିଛନ୍ତି । ସେ ୟୁଡିଏଫର ପ୍ରାର୍ଥୀ ଶ୍ରୀକଲାଙ୍କୁ ୨୮୭୨ ଖଣ୍ଡ ଭୋଟରେ ପରାଜିତ କରିଛନ୍ତି । ଏହା ସହ ୨୦୨୦ ରେ ଦେଶରେ ହେଉଥିବା ବିଭିନ୍ନ ନିର୍ବାଚନରେ ପ୍ରାର୍ଥୀ ହେଉଥିବା ଆଶାୟୀଙ୍କ ମଧ୍ୟରୁ ସେ ସବୁଠାରୁ କନିଷ୍ଠ ପ୍ରାର୍ଥୀ ।

ଆର୍ଯ୍ୟାଙ୍କୁ ମେୟର କରିବାର ନିଷ୍ପତ୍ତି ସିପିଆଇ(ଏମ୍) ଜିଲ୍ଲା ସଚିବାଳୟର ଏକ ପ୍ୟାନେଲ ନେଇଛି । ହେଲେ ଏହି ନିର୍ବାଚନରେ ଏଲଡିଏଫ ର ବିଜୟ ହୋଇଥିଲେ ବି ପୂର୍ବନିର୍ବାଚନ ତୁଳନାରେ ପାର୍ଟି ୨ ଟି ନୂତନ ମେୟର ପଦ ହରାଇବା ସହ ପୂର୍ବରୁ ମେୟର ଥିବା ଜଣେ ନେତା ଏଥର ପରାଜିତ ହୋଇଛନ୍ତି । ଆର୍ଯ୍ୟାଙ୍କୁ ମେୟର କରିବା ନିସ୍ପତ୍ତି ଦଳ ନେବା ପୂର୍ବରୁ ଉକ୍ତ ସହର ପାଇଁ ଦଳ ତରଫରୁ ପ୍ରତିନିଧିତ୍ୱ କରୁଥିବା ଜମିଲା ଶ୍ରୀଧରନ୍ ଙ୍କ ନାମକୁ ନେଇ ଚର୍ଚ୍ଚା ହେଉଥିଲା ।

ଆର୍ଯ୍ୟା ରାଜେନ୍ଦ୍ର ଏବେ କେରଳର ରାଜଧାନୀ ଥିରୁଅନନ୍ତପୁରମ୍ ରେ ଥିବା ଅଲ ସେଣ୍ଟସ୍ କଲେଜରେ ପାଠ ପଢୁଛନ୍ତି । ସେ ବିଏସି ଦ୍ୱିତୀୟ ବର୍ଷର ଛାତ୍ରୀ ଅଟନ୍ତି । ବର୍ତ୍ତମାନ ସେ ସିପିଆଇ (ଏମ୍) ର ଛାତ୍ର ସଂଗଠନ ଏସଏଫଆଇ ର ରାଜ୍ୟ କମିଟି ସଦସ୍ୟ ଭାବେ ଦାୟିତ୍ୱ ତୁଲାଉଛନ୍ତି । ଏହାସହ ସେ କେରଳ ସିପିଆଇ (ଏମ) ର ବାଲସଂଗମ ବିଭାଗର ଅଧ୍ୟକ୍ଷ ଭାବେ ବି କାର୍ଯ୍ୟ କରୁଛନ୍ତି । ସେ ନିର୍ବାଚନ ପୂର୍ବରୁ କହିଥିଲେ କି ଯଦି ସେ ନିର୍ବାଚନ ଜିତନ୍ତି ତାହେଲେ ପ୍ରଥମେ ସେ ରାଜ୍ୟରେ ଥିବା ପ୍ରାଥମିକ ବିଦ୍ୟାଳୟ ବିକାଶକୁ ଗୂୁରୁତ୍ୱ ଦେବେ । ଗଣମାଧ୍ୟମ ସହ ସାକ୍ଷାତକାର ବେଳେ ସେ କହିଛନ୍ତି କି ପାର୍ଟି ମୋତେ ଯାହା ଦାୟିତ୍ୱ ଦେବେ ତାକୁ ମୁଁ ସୁଚାରୁରୂପେ ସମ୍ପର୍ଣ୍ଣ କରିବାକୁ ଚେଷ୍ଟା କରିବି ।