କନକ ବ୍ୟୁରୋ: ଯେଉଁ ହାତୀ ଛୁଆକୁ ନେଇ ଆଜି ମୁଣ୍ଡଳିରେ ଅଘଟଣ ଘଟିଛି । ସେହି ହାତୀ ଛୁଆ ଏବେ ପାଣିରେ ଭାସି ଭାସି ଅନନ୍ତପୁର ଜଙ୍ଗଲକୁ ଚାଲି ଯାଇଥିବା ସୂଚନା ମିଳିଛି । ଏ ନେଇ ଆଠଗଡ଼ ରେଞ୍ଜର କହିଛନ୍ତି, ନିଆଁ ହୁଳା ଦେଖାଇବାରୁ ମୁଣ୍ଡଳି ବ୍ୟାରେଜ୍ ନିକଟରୁ ଭାସି ଭାସି ଚାଲି ଯାଇଥିଲା ହାତୀ ଛୁଆ । ତେବେ ଆଜି ମହାନଦୀରେ ଫସିଯାଇଥଲା ଗୋଟିଏ ଛୁଆ ହାତୀ । ନଦୀପାର ହେଉଥିବାବେଳେ ହାତୀପଲରେ ଥିବା ୭ଟି ହାତୀ ଭାସିଯାଇଥିଲେ । ସେ ଭିତରୁ ୬ଟି ହାତୀ ମହାନଦୀରେ ଭାସି ଭାସି ଆଠଗଡ ରେଞ୍ଜର ନୂଆ ଶାସନ ଗାଁ ଆନିକଟରେ ଲାଗିଥିଲେ ହେଲେ ଗୋଟିଏ ହାତୀ ମୁଣ୍ଡଳି ନିକଟରେ ଫସିଯାଇଥିଲା । ଆଉ ଏହି ଖବର ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଆଉ ଏହି ସମୟରେ ଓଡ୍ରାଫ ବୋଟରେ ଛୁଆ ହାତୀଟିର ପାଖକୁ ଯିବା ପାଇଁ ବାହାରିଥିଲେ ଓଟିଭି ଚିଫ୍ ରିପୋର୍ଟର ଅରିନ୍ଦମ ଦାସ ଓ କ୍ୟାମେରାମ୍ୟାନ ପ୍ରଭାତ ସିହ୍ନ ଆଉ ଏହି ସମୟରେ ଦୁର୍ଘଟଣା ଘଟିଥିଲା । ଏବେ ତାଜା ସୂଚନା ମୁତାବକ, ହାତୀଟି ନଦୀରୁ ବାହାରି ଜଙ୍ଗଲକୁ ଚାଲିଯାଇଛି ।
ଆଠଗଡ଼ ରେଞ୍ଜରଙ୍କ ସୂଚନା - ପାଣିରେ ଭାସି ଭାସି ଅନନ୍ତପୁର ଜଙ୍ଗଲକୁ ଚାଲିଗଲା ହାତୀ
/kanak/media/post_attachments/wp-content/uploads/2021/09/vlcsnap-2021-09-24-23h17m54s001.png)