କନକ ବ୍ୟୁରୋ: ଭୟଙ୍କର ଦୁର୍ଘଟଣା । କୋମାକୁ ଚାଲିଗଲେ ଅଭିନେତ୍ରୀ । ବଞ୍ଚିବାର ଆଶା ବି ନଥିଲା । ହେଲେ ମୃତ୍ୟୁ ମୁଖରୁ ଫେରିଆସିଲେ । ହେଲେ ଚେହେରା ଏପରି ବିଗିଡିଗଲା ଯେ ଦେଖିଲେ ଡରିଯିବେ ।
ଆମେ କହୁଛୁ ‘ଆଶିକି’ ଫେମ୍ ଅଭିନେତ୍ରୀ ଅନୁ ଅଗ୍ରୱାଲଙ୍କ କଥା । ଏକ ଗୁରୁତର ଦୁର୍ଘଟଣାର ଶିକାର ହେବା ପରେ ତାଙ୍କର ମୁହଁ ଏତେ ଖରାପ ହୋଇଯାଇଛି ଯେ ତାଙ୍କୁ ଏବେ ଚିହ୍ନିବା ମୁସ୍କିଲ । ଅନେକ ଦିଦ କୋମାରେ ରହିବା ପରେ ଏବେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଅଭିନେତ୍ରୀ ଅନୁ ଅଗ୍ରୱାଲ । ପୁଣିଥରେ ବଲିଉଡକୁ ଫେରିବାକୁ ଚାହୁଁଛନ୍ତି ହେଲେ ଏବେ ଏହା ତାଙ୍କ ପାଇଁ କଷ୍ଟକର ହୋଇପଡିଛି ।