କନକ ବ୍ୟୁରୋ : ଗଣେଶ ପୂଜା ପାଇଁ ଚଳଚଞ୍ଚଳ ମହାରାଷ୍ଟ୍ର । ମୁମ୍ବାଇଠୁ ନେଇ ପୁଣେ ସବୁଠି ଦେଖିବାକୁ ମିଳିଛି ଉତ୍ସବର ମାହୋଲ । ମହାରାଷ୍ଟ୍ରରେ ୧୦ଦିନ ଧରି ଧୁମଧାମରେ ପାଳନ ହୁଏ ଗଣେଶ ପୂଜା । ମୁମ୍ବାଇର ଲାଲବାଗ ପୂଜା ମଣ୍ଡପରେ ଲୋକଙ୍କ ଭିଡ ଜମିଛି । ସକାଳୁ ସକାଳୁ ଗଣପତିଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଧାଡ଼ି ଧାଡ଼ି କରି ଛିଡ଼ା ହୋଇଥିଲେ । ଏହି ଅବସରରେ ଭକ୍ତ ଗଜାନନଙ୍କ ବିଭିନ୍ନ ଅବତାରର ଦର୍ଶନ କରିଥାନ୍ତି ।

Advertisment

ଦେଶର ବିଭିନ୍ନ ସ୍ଥାନରେ ବେଶ୍ ଧୁମଧାମରେ ଚାଲିଛି ଅଗ୍ରପୂଜ୍ୟ ବିଘ୍ନ ବିନାଶନ ଶ୍ରୀ ଗଣେଶଙ୍କ ପୂଜା । ସିଦ୍ଧି ଓ ବୁଦ୍ଧିର ଦେବତାଙ୍କ ଆବାହନ ପାଇଁ ସାରା ଦେଶ ଚଳଚଞ୍ଚଳ । ପାର୍ବଣ ଋତୁର ପର୍ବ ଗଣେଶ ପୂଜା ଠାରୁ ଆରମ୍ଭ ହୁଏ । ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ଘରେ, ଯୁବ ସଂଗଠନ ଓ ବିଭିନ୍ନ କ୍ଲବ ଗୁଡ଼ିକ ଗଣେଶ ପୂଜା ପାଇଁ ଉତ୍ସବ ମୁଖର ହୋଇ ପଡ଼ିଛି । ଦେଶର ବିଭିନ୍ନ ସ୍ଥାନରୁ ଗଣପତିଙ୍କ ସ୍ଥାପନ ଓ ପୂଜା ହେଉଥିବା ଚିତ୍ର ସାମ୍ନାକୁ ଆସିଛି ।