କନକ ବ୍ୟୁରୋ : ସମ୍ପୂର୍ଣ୍ଣ ରୀତିନୀତିର ସହ ମାଆଙ୍କର ଚାଲିଛି ନବଦିନାତ୍ମକ ପୂଜା । ଆଜି ପୀଠ ଗୁଡିକରେ ମହାମାୟାଙ୍କ ମହାଅଷ୍ଟମୀ ପୂଜା କରାଯାଉଛି । ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମାଆ ଚର୍ଚ୍ଚିକାଙ୍କ ପୀଠରେ ଚାଲିଛି ଷୋଡଶ ଉପଚାରରେ ପୂଜା । ଆଜି ମହାଷ୍ଟମୀରେ ମାଆ ଚର୍ଚ୍ଚିକା ମହିଷାମର୍ଦ୍ଦିନୀଙ୍କ ବେଶ କରାଯାଇଛି । ସକାଳୁ ମାଆଙ୍କର ପୂଜା ଆଳତୀ କରାଯିବା ପରେ ଶ୍ରଦ୍ଧାଳୁଙ୍କୁ ମହିଷାମର୍ଦ୍ଦିନୀ ବେଶରେ ଦର୍ଶନ ଦେଉଛନ୍ତି ମାଆ ଚର୍ଚ୍ଚିକା । ସେହିଭଳି ନବଦିନାତ୍ମକ ପୂଜାରେ ମାଆଙ୍କ ସମ୍ମୁଖରେ ରାମାୟଣ ପଠନ ସହିତ ଚଣ୍ଡୀପାଠ କରାଯାଉଛି ।

Advertisment