କନକ ବ୍ୟୁରୋ : ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ । ଏଥିପାଇଁ ପ୍ରସ୍ତୁତ ଉଭୟ ବିରୋଧୀ ଓ ସରକାର । ଆଜି ବେଙ୍ଗାଲୁରରେ ୨୬ ବିରୋଧୀ ଦଳଙ୍କୁ ନେଇ ବୈଠକ ହେବାର ଅଛି । ସେପଟେ ଆସନ୍ତାକାଲି ବିଜେପି ଏବଂ ଏନଡିଏ ସହଯୋଗୀ ଦଳମାନଙ୍କ ବୈଠକ ହେବାର ଅଛି । ଯେଉଁଥିରେ ୩୦ ଟି ରାଜନୈତିକ ଦଳ ଯୋଗ ଦେବେ ବୋଲି ସୂଚନା ମିଳିଛି । ଆଜିଠୁ ଦୁଇ ଦିନ ଧରି ବେଙ୍ଗାଲୁରରେ ହେବାକୁ ଥିବା ବିରୋଧୀ ବୈଠକରେ ଆପ୍ ଯୋଗଦେବ ବୋଲି ସ୍ପଷ୍ଟ କରିଛି ।

Advertisment

ସବୁଠୁ ବଡ଼ କଥା ହେଉଛି କଂଗ୍ରେସ ଏହି ବୈଠକ କଂଗ୍ରେସ ନେତୃତ୍ୱରେ ହେବାର ଅଛି । ପୂର୍ବରୁ ବିହାର ପାଟନାରେ ବିରୋଧିଙ୍କ ବୈଠକ ହୋଇଥିଲା । ବୈଠକରେ ୧୫ଟି ଦଳର ୩୦ରୁ ଅଧିକ ନେତା ଯୋଗଦେଇଥିଲେ । ଆଜି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ସାମିଲ ହେବେ ବୋଲି ସୂଚନା ମଳିଛି । ତେବେ ମମତାଙ୍କ ହସ୍ତକ୍ଷେପ ଯୋଗୁ ଆଜି କଂଗ୍ରେସ ଏବଂ ଆପ୍ ମଧ୍ୟରେ ଦିଲ୍ଲୀ ଅଧ୍ୟାଦେଶକୁ ନେଇ ଲାଗିରହିଥିବା ବିବାଦର ସମାଧାନ ହୋଇଥିବା କୁହାଯାଉଛି । ବୈଠକରେ ୨୦୨୪ ନିର୍ବାଚନରେ ଲୋକସଭା ଆସନ ଭାଗବଂଟା ନେଇ ଆଲୋଚନା ହୋଇପାରେ ବୋଲି କୁହାଯାଉଛି ।

ସେପଟେ ଶକ୍ତି ପଦର୍ଶନ ପାଇଁ ବିରୋଧୀ ଏନଡିଏର ସହଯୋଗୀ ଦଳଙ୍କ ସହ କିଛି ନୂଆ ଦଳଙ୍କୁ ବୈଠକରେ ଯୋଗଦେବାକୁ ଆମନ୍ତ୍ରଣ କରିଛି । ଏଥିରେ ଏଲଜେନି ନେତା ଚିରାଗ ପାସୱାନ, ଭାରତୀୟ ସମାଜ ପାର୍ଟି, ଜିତିନ ରାମ ଯୋଗ ଦେବେ ବୋଲି ସୂଚନା ମଳିଛି । ଏଥିସହ ପରୁଣା ସହଯୋଗୀ ଦଳ ଟିଡିପି ଏବଂ ଅକାଳୀ ଦଳ ଏହି ବୈଠକରେ ଯୋଗଦେବେ ବୋଲି କୁହାଯାଉଛି । ଲୋକସଭା ନିର୍ବାଚନ ପୂର୍ବରୁ ଶାସକ ଓ ବିରୋଧର ଦଳଙ୍କ ବୈଠକ ଉପରେ ସମସ୍ତଙ୍କର ନଜର ରହିଛି ।