ରାମ ମନ୍ଦିର ପାଇଁ ଜମି କିଣା ଦୁର୍ନୀତିକୁ ନେଇ ଆପର ଟାର୍ଗେଟ । ଜମି କିଣାରେ ସାଢେ୧୬ କୋଟି ଟଙ୍କା ଠକେଇର ପ୍ରମାଣ ଦେଖାଇଲେ ଆପ ସାସଂଦ ସଂଜୟ ସିଂ 

216

କନକ ବ୍ୟୁରୋ: ରାମମନ୍ଦିର ଜମି କିଣାରେ ଦୁର୍ନୀତି ହୋଇନାହିଁ ବୋଲି ଟ୍ରଷ୍ଟର ଦାବି ଓ ଦେଉଥିବା ପ୍ରମାଣକୁ ମିଛ କହିଛନ୍ତି ଆପ ସାଂସଦ ସଂଜୟ ସିଂହ । ଆଜି ଜମି କିଣାର ଦଲିଲ ଦେଖାଇ ସେ କହିଛନ୍ତି । ୨୦୨୧ ମାର୍ଚ୍ଚ ୧୮ରେ କୁସୁମ ପାଠକ ଓ ହରିଶ ପାଠକଙ୍କ ଠାରୁ ୨ କୋଟି ଟଙ୍କାରେ ଜମି କିଣିଥିଲେ ସୁଲତାନ ଅନସାରୀ ଓ ରବିମୋହନ ତିୱାରୀ । ଏହାପରେ ସେହି ଦିନ ରାମ ଜନ୍ମଭୂମି ଟ୍ରଷ୍ଟକୁ ୧୮ କୋଟି ଟଙ୍କାରେ ବିକ୍ରି କରାଯାଇଥିବା ଅଭିଯୋଗ ଆଣିଛି ଆପ୍ ।

ରାମମନ୍ଦିର ନାଁରେ ଚାନ୍ଦା ଚୋରି କରିଥିବା ଲୋକେ ଦେଶବାସୀ ଓ ରାମଭକ୍ତଙ୍କୁ କ୍ଷମା ମାଗିବା ଉଚିତ ବୋଲି କହିଛନ୍ତି ଆପ ସାଂସଦ ସଂଜୟ ସିଂ । ଅନ୍ୟପଟେ ରାମନ୍ଦିର ଜମି କିଣାରେ ଦୁର୍ନୀତି ହୋଇନାହିଁ ବୋଲି କହିଛି ବିଜେପି । ଆଉ ଏହାକୁ ନେଇ ବୟାନବାଜି ତେଜିବାରେ ଲାଗିଛି ।  ରାମ ମନ୍ଦିର ପାଇଁ ଜମି କିଣା ଦୁର୍ନୀତି ଅଭିଯୋଗ ଆସିବା ପରେ ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରେରିତ ବୋଲି କହିଛି ରାମ ମନ୍ଦିର ଟ୍ରଷ୍ଟ ।