ମମତାଙ୍କ ପରେ ଇଣ୍ଡିଆ ମେଣ୍ଟକୁ ଆମ ଆଦମୀ ପାର୍ଟିର ଝଟକା । ପଞ୍ଜାବରେ କଂଗ୍ରେସ ସହ ମେଣ୍ଟ କରିବେ ନାହିଁ ବୋଲି ସ୍ପଷ୍ଟ କଲେ ଭଗୱନ୍ତ ମାନ୍

87

କନକ ବ୍ୟୁରୋ : ଇଣ୍ଡିଆ ମେଣ୍ଟକୁ ମମତାଙ୍କ ପରେ ଏବେ ଆମ୍ ଆଦମୀ ପାର୍ଟି ଝଟକା ଦେଇଛି । ପଶ୍ଚିମବଙ୍ଗରେ ମମତା ବାନାର୍ଜୀ କଂଗ୍ରେସ ସହ ମେଣ୍ଟ କରିବେ ନାହିଁ ବୋଲି ସ୍ପଷ୍ଟ କରିବାର କିଛି ସମୟ ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ମଧ୍ୟ ପଞ୍ଚାବରେ କଂଗ୍ରେସ ସହ ମେଣ୍ଟ ହେବ ନାହିଁ ବୋଲି ଜଣାଇଛନ୍ତି । ଭଗୱନ୍ତ ମାନ୍ କହିଛନ୍ତି କି ପଞ୍ଜାବରେ ମୋଟ ୧୩ଟି ଯାକ ଲୋକସଭା ଆସନରେ ଆମ ଆଦମୀ ତରଫରୁ ପ୍ରାର୍ଥୀ ଦିଆଯିବ । ଏହାସହ ସେହି ୧୩ଟି ଆସନ ପାଇଁ ୪୦ ଜଣ ଆଶାୟୀଙ୍କ ନାମ ଉପରେ ଚର୍ଚ୍ଚା ଚାଲିଥିବା କଥା ସେ କହିଛନ୍ତି ।

ଏହା ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ରାଜ୍ୟରେ ଟିଏମସି ଏକାକୀ ଲୋକସଭା ନିର୍ବାଚନ ଲଢିବ ବୋଲି ଘୋଷଣା କରିଛନ୍ତି । ବୁଧବାର ଦିନ ମମତା ବାନାର୍ଜୀ ଘୋଷଣା କରିଛନ୍ତି କି ପଶ୍ଚିମବଙ୍ଗର ସମସ୍ତ ଲୋକସଭା ଆସନରେ ଟିଏମସି ପ୍ରାର୍ଥୀ ଦେବ । ଏହାସହ ନିର୍ବାଚନ ଫଳାଫଳ ଆସିବା ପରେ କଂଗ୍ରେସ ସହ ମେଣ୍ଟ ହେବ କି ନାହିଁ ତାହା ବିଚାର କରାଯିବ ବୋଲି ମମତା ବାନାର୍ଜୀ କହିଛନ୍ତି ।