ଦିଲ୍ଲୀ ପାଇଁ ପୂର୍ଣ୍ଣ ରାଜ୍ୟ ପାହ୍ୟା ଦାବିକୁ ଦୋହରାଇଲା ଆପ୍ : ନିଜ ସ୍ୱର ଜନତାଙ୍କ ପାଖକୁ ପହଂଚାଇବା ପାଇଁ ରିଲିଜ କଲା ଗୀତ 

Advertisment
ଦିଲ୍ଲୀ ପାଇଁ ପୂର୍ଣ୍ଣ ରାଜ୍ୟ ପାହ୍ୟା ଦାବିକୁ ଦୋହରାଇଲା ଆପ୍ : ନିଜ ସ୍ୱର ଜନତାଙ୍କ ପାଖକୁ ପହଂଚାଇବା ପାଇଁ ରିଲିଜ କଲା ଗୀତ 

source : Aajtak

ଦିଲ୍ଲୀ ପାଇଁ ପୂର୍ଣ୍ଣ ରାଜ୍ୟ ପାହ୍ୟା ଦାବି କରି ବୁଧବାର ଦିନ ଆପ୍ ଗୋଟିଏ ଭିଡିଓ ଗୀତ ରିଲିଜ୍ କରିଛି। ଏହି ଗୀତର ଲେଖକ ଓ ଗାୟକ ହେଉଛନ୍ତି ଉତ୍ତରପୂର୍ବ ଦିଲ୍ଲୀର ଲୋକସଭା ପ୍ରାର୍ଥୀ ଦିଲୀପ ପାଣ୍ଡେ। ନିର୍ବାଚିତ ସରକାର ପୂର୍ଣ୍ଣ କ୍ଷମତା ପାଇଲେ ଦିଲ୍ଲୀ କିଭଳି ଉପକାର ପାଇବ ସେ କଥା ୩. ୩୮ ମିନିଟ୍ ଦୀର୍ଘ ଏହି ଗୀତରେ ବର୍ଣ୍ଣନା କରାଯାଇଛି। ମାର୍ଚ୍ଚ ୧୦ ତାରିଖରୁ ଆରମ୍ଭ ହେଉଥିବା ପୂର୍ଣ୍ଣ ରାଜ୍ୟ ପାହ୍ୟା ଅଭିଯାନରେ ଆପର ସମସ୍ତ କାର୍ଯ୍ୟକ୍ରମରେ ଏହି ଗୀତ ବାଜିବ।

publive-image

ମଙ୍ଗଳବାର ଦିନ ଦିଲ୍ଲୀ କଂଗ୍ରେସ ମୁଖ୍ୟ ଶିଲା ଦୀକ୍ଷିତ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ବୈଠକ ପରେ ଆପ୍ ସହିତ ମେଣ୍ଟ ହେବ ନାହିଁ ବୋଲି ଘୋଷଣା କରିବା ପରେ ଆପ୍ ଏଭଳି ପଦକ୍ଷେପ ଗ୍ରହଣ କରିଛି ।

ଗୀତ ଲଂଚ କରିବା ପରେ ଆପ୍ ଦିଲ୍ଲୀର ଆବାହକ ଗୋପାଳ ରାୟ କହିଛନ୍ତି ଗତ ଚାରି ବର୍ଷ ମଧ୍ୟରେ ଦିଲ୍ଲୀ ସରକାର ଉଲ୍ଲେଖଯୋଗ୍ୟ କାମ କରିଛନ୍ତି। ଯଦି ଦିଲ୍ଲୀ ପୂର୍ଣ୍ଣ ରାଜ୍ୟ ମାନ୍ୟତା ପାଏ ତେବେ ଆହୁରି ଗୁଡ଼ାଏ କାମ କରିହେବ। ପରେ କେଜ୍ରିଓ୍ଵାଲ୍ ଟୁଇଟରରେ ସେ ଗୀତ ସେୟାର୍ କରି କହିଛନ୍ତି, ଏ ଗୀତ ହେଉଛି ଦିଲ୍ଲୀବାସୀଙ୍କ ଦାବି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe