କନକ ବ୍ୟୁରୋ : ରାଜ୍ୟସଭାରେ ସୋମବାର କିଷାନ ବିଧେୟକକୁ ନେଇ ପୁଣି ହଙ୍ଗାମା ଦେଖିବାକୁ ମିଳିଛି । ରବିବାର ରାଜ୍ୟସଭାରେ ଏହି ବିଲ୍ ପାସ ହୋଇସାରିଛି । ସୋମବାର ରାଜ୍ୟସଭାରେ ଅନ୍ୟଏକ ବିଲ୍ ଉପସ୍ଥାପିତ ହେବା ପୂର୍ବରୁ ବିରୋଧୀ ସାଂସଦ ଜୋରଦାର ବିରୋଧ ପ୍ରଦର୍ଶନ କରିଥିଲେ । ଏନେଇ ତାଙ୍କୁ ବାହାରକୁ ବାହାର କରିଦେବା ପରେ ସେ ସେଠାରେ ଚାଦର ଓ ତକିଆ ରଖି ଧାରଣା ଦେଇଥିବା ଦେଖିବାକୁ ମିଳିଛି ।
ରବିବାର ହଙ୍ଗାମା ପରେ ସୋମବାର ଏନଡିଏର କିଛି ସାଂସଦ ରବିବାରର ଘଟଣାକୁ ନେଇ କିଛି ବିରୋଧୀ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସଂସଦର ଉପସଭାପତିଙ୍କ ପାଖରେ ଫେରାଦ ହୋଇଥିଲେ । ଏହାପରେ ୮ ଜଣ ସାଂସଦଙ୍କୁ ୭ ଦିନ ଅର୍ଥାତ ସଂସଦ ଅଧିବେସନ ଶେଷ ହେବା ଯାଏ ଗୃହରୁ ନିଲମ୍ବିତ କରାଯାଇଥିଲା । ଯାହା ମଧ୍ୟରେ ସଂଜୟ ସିଂ ବି ରହିଛନ୍ତି । ଏହାପରେ ଶ୍ରୀ ସିଂ ସଦନ ଭିତରେ ଧାରଣାରେ ବସିବାକୁ ନିଷ୍ପତ୍ତି ନେଇ ଘରୁ ଚାଦର ଓ ତକିଆ ଧରି ଆସିଥିଲେ ।
ଏହି ଧାରଣା ଭିତରେ ସଂଜୟ ସିଂ ବି ଏକ ଟ୍ୱିଟ୍ କରିଛନ୍ତି । ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି କି ମୋଦି ସରକାର କୃଷି ବିରୋଧୀ କଳା ଆଇନ ପାରିତ କରିଛନ୍ତି । ବିଲକୁ ବିରୋଧ କରିବାରୁ ମୋତେ ସଦନରୁ ବାହାର କରାଗଲା । ଏଥିପାଇଁ ମୁଁ ଧାରଣାରେ ବସିଛି । ଏହାସହ ସେ କହିଛନ୍ତି କି ମୁଁ ସେତେଦିନ ଯାଏ ଧାରଣାରେ ବସିବି ଯେତେଦିନ ଯାଏ ସରକାର ଯବାବ୍ ଦେଇ ନାହାନ୍ତି କି କାହିଁକି ବିନା ଭୋଟିଂରେ ବିଲକୁ ତରବରିଆ ଭାବେ ପାରିତ କରାଗଲା ।
କହିରଖୁ କି ରବିବାର ସଂସଦରେ କୃଷି ଉପସ୍ଥାପିତ ହେବା ବେଳେ ରାଜ୍ୟସଭାରେ ଐତିହାସିକ ହଙ୍ଗାମା ଦେଖିବାକୁ ମିଳିଥିଲା । ଏନେଇ ସଂଜୟ ସିଂ, ଡେରେକେ ଓବ୍ରାୟନ,ରାଜୀବ ସାଟବଙ୍କ ସହ ୮ ଜଣ ସାଂସଦ ସଂସଦରେ ଏହି ବିଲକୁ ଜୋରଦାର ବିରୋଧ କରିବା ସହ ରୋଲବୁକ୍ ଚିରିବାକୁ ଉଦ୍ୟମ କରିଥିଲେ । ଏହାସହ ପୋଡିୟମରୁ ମାଇକ୍ ବି ଭଙ୍ଗାରୋଜା କରିଥିଲେ । ଏହାକୁ ନେଇ ୮ ଜଣ ସାଂସଦଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଭାବେ ୭ ଦିନ ପାଇଁ ଗୃହରୁ ନିଲମ୍ବିତ କରାଯାଇଥିଲା ।