କନକ ବ୍ୟୁରୋ: ରାଜ୍ୟସଭା ସଚିବାଳୟ ଦ୍ୱାରା ଆବଣ୍ଟିତ ସରକାରୀ ଆବାସକୁ ରଦ୍ଦ କରିଯିବା ନେଇ ପ୍ରତିକ୍ରୟା ପ୍ରକାଶ କରିଛନ୍ତି ଆପ୍ ସାଂସଦ ରାଘବ ଚଢା । ବିନା ସୂଚନାରେ ବଙ୍ଗଳା ରଦ୍ଦ କରି ବିଜେପି ତାଙ୍କ ବିରୋଧରେ ଷଡଯନ୍ତ୍ର କରିଛି ବୋଲି ସେ ଅଭିଯୋଗ କରିଛନ୍ତି । ରାଜ୍ୟସଭାରେ ୭୦ ବର୍ଷରୁ ଅଧିକ ବର୍ଷର ଇତିହାସରେ ଏଭଳି ଘଟଣା ପ୍ରଥମଥର ଘଟିଥିବା ସେ କହିଛନ୍ତି ।

Advertisment

ରାଜ୍ୟସଭା ସାଂସଦ ରାଘବ ଚଢାଙ୍କୁ ପଟିଆଲା କୋର୍ଟରୁ ଝଟକା । ଟାଇପ୍ ୭ ବଙ୍ଗଳା ଖାଲି କରିବାକୁ ରାଘବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପଟିଆଲା କୋର୍ଟ । ରାଜ୍ୟସଭା ସଚିବାଳୟ ଓକିଲ ଦଲିଲ ଦାଖଲ କରି କହିଛନ୍ତି ଯେ, ରାଘବ ଚଢାଙ୍କ ଟାଇପ୍ ୬ ବଙ୍ଗଳା ଆବଣ୍ଟ କରାଯାଇଛି କିନ୍ତୁ ଟାଇପ୍ ୭ ନୁହେଁ । ଏହା ବିରୋଧରେ ରାଘବ ଚଢା କୋର୍ଟର ଦ୍ୱାରସ୍ଥ ବୋ ସହ ବିଜେପିକୁ ଟାର୍ଗେଟ କରିଛନ୍ତି । କହିଛନ୍ତି , ତାଙ୍କ ବିରୋଧରେ ଷଡଯନ୍ତ୍ର ହୋଇଛି । ତାଙ୍କୁ କୌଣସି ସୂଚନା ନଦେଇ ତାଙ୍କ ସରକାରୀ ବଙ୍ଗଳାକୁ ଖାଲି କରାଯାଇଛି । ଏଭଳି ଘଟଣା ରାଜ୍ୟସଭାର ୭୦ ବର୍ଷର ଇତିହାସରେ ଘଟିନଥିବା ରାଘବ କହିଛନ୍ତି ।