କନକ ବ୍ୟୁରୋ: ବିବାହ ବନ୍ଧନରେ ବାନ୍ଧିହେବେ ଆପ୍ ସାଂସଦ ରାଘବ ଚଢା ଏବଂ ବଲିଉଡ୍ ଅଭିନେତ୍ରୀ ପରିଣିତି ଚୋପ୍ରା । ଆଜି ପରିବାର ଓ ସାଙ୍ଗଙ୍କ ଗହଣରେ ତାଙ୍କର ନିର୍ବନ୍ଧ ଶେଷ ହୋଇଛି । ରାଘବ ଚଢା ଏବଂ ପରିଣିତି ଚୋପ୍ରା ନିଜେ ଫଟୋ ସେୟାର କରି ବିଧିବଦ୍ଧ ଭାବେ ନିଜ ନିର୍ବନ୍ଧର ସୂଚନା ଦେଇଛନ୍ତି ।
Everything I prayed for .. She said yes! 💍
ਵਾਹਿਗੁਰੂ ਜੀ ਮਿਹਰ ਕਰਨ। 🙏🏻 pic.twitter.com/OquwJwHTDL— Raghav Chadha (@raghav_chadha) May 13, 2023
Everything I prayed for .. I said yes! 💍
ਵਾਹਿਗੁਰੂ ਜੀ ਮਿਹਰ ਕਰਨ। 🙏🏻 pic.twitter.com/xREJWjEr7n— Parineeti Chopra (@ParineetiChopra) May 13, 2023
ରାଘବଙ୍କ ଏହି ନିର୍ବନ୍ଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହିତ ତାଙ୍କ ପତ୍ନୀ ସୁନୀତା କେଜ୍ରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଏବଂ ତାଙ୍କ ପତ୍ନୀ ଗୁରପ୍ରୀତ କୌର ସାମିଲ ହୋଇଥିଲେ । ପରିଣିତି ଚୋପ୍ରାଙ୍କ ଭଉଣୀ ପ୍ରିୟଙ୍କା ଚୋପ୍ରା ମଧ୍ୟ ଏହି ଉତ୍ସବରେ ସାମିଲ ହୋଇଥିଲେ । ଏହାବ୍ୟତୀତ ପି ଚିଦାମ୍ବରମ, ଆଦିତ୍ୟ ଠାକରେ, ରାଜୀବ ଶୁକ୍ଲା, କପିଲ ସିବଲଙ୍କ ଭଳି ନେତା ମଧ୍ୟ ଏହି ନିର୍ବନ୍ଧରେ ସାମିଲ ହୋଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/05/23-9.jpg)