‘ମୁଁ ଅଯୋଧ୍ୟା ନିଶ୍ଚୟ ଯିବି । ଯଦି କୌଣସି ଦଳର କିଛି ସମସ୍ୟା ଥାଏ…’ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ଏଭଳି କହିଲେ ହରଭଜନ ।

1,330

କନକ ବ୍ୟୁରୋ: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ବିରୋଧୀ ଏକ ପ୍ରକାର ଆସୁନାହାନ୍ତି । ଏହା ବିଜେପି ଏବଂ ଆରଏସଏସର କାର୍ଯ୍ୟକ୍ରମ ବୋଲି କଂଗ୍ରେସ କହିଛି । ସେହିପରି ଆମ୍ ଆଦମୀ ପାର୍ଟି ମଧ୍ୟ ଏହି ଭବ୍ୟ ଉତ୍ସବରେ ଯୋଗ ଦେଉନି । ହେଲେ ଦଳର ରାଜ୍ୟସଭା ସାଂସଦ ହରଭଜନ ସିଂହ କିନ୍ତୁ ଭିନ୍ନ ମତ ରଖିଛନ୍ତି । ପଞ୍ଜାବରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ କ୍ରିକେଟରରୁ ନେତା ହୋଇଥିବା ହରଭଜନ ରାମ ମନ୍ଦିର ପ୍ରତିଷ୍ଠାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି । କହିଛନ୍ତି, ସେ ସବୁ ଧର୍ମକୁ ସମ୍ମାନ ଦିଅନ୍ତି । ଶ୍ରୀରାମଙ୍କ ପାଖରେ ରାଜନୀତିର ସ୍ଥାନ ନାହିଁ ଓ ଦଳର ଅନୁମତି ନଥିଲେ ବି ବ୍ୟକ୍ତିଗତ ଭାବେ ସେ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବା ପାଇଁ ଅଯୋଧ୍ୟା ଆସିବେ ବୋଲି କହିଛନ୍ତି ।