ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ ରାଜନୀତି ସରଗରମ । ଅଖିଳେଶଙ୍କୁ ଭେଟିବାକୁ ପହଂଚିଲେ ଆପ୍ ନେତା ସଂଜୟ ସିଂ

197

କନକ ବ୍ୟୁରୋ : ଆଗାମୀ ବର୍ଷ ଉତ୍ତର ପ୍ରଦେଶରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । କିନ୍ତୁ ନିର୍ବାଚନ ପୂର୍ବରୁ ରାଜନୀତି ସରଗରମ ହୋଇଛି । ଆଜି ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଂଜୟ ସିଂ ସମାଜବାଦୀ ପାର୍ଟିର୍ର ମୁଖ୍ୟ ଅଖିଳେଶ ଯାଦବଙ୍କୁ ଭେଟିବାକୁ ଜିନେଶ୍ୱର ଟ୍ରଷ୍ଟ କାର୍ଯ୍ୟାଳୟରେ ପହଂଚିଛନ୍ତି । ଏନେଇ ଆମ୍ ଆଦମୀ ପାର୍ଟି ତରଫରୁ କୁହାଯାଇଛି କି ଅଖିଳେଶଙ୍କ ଜନ୍ମ ଦିନରେ ଶୁଭେଚ୍ଛା ଜଚ୍ଚାଇବାକୁ ସଂଜୟ ସିଂ ତାଙ୍କୁ ଭେଟିଛନ୍ତି ।

ନିର୍ବାଚନ ପୂର୍ବରୁ ଏଭଳି ଭାବେ ଦୁଇ ଦଳର ନେତାଙ୍କ ଭେଟକୁ ରାଜନୈତିକ ସମୀକ୍ଷକମାନେ ଗୁରୁତ୍ୱ ଦେଇଛନ୍ତି । ଗୋଟେପଟେ ଉତ୍ତରପ୍ରଦେଶରେ ନିଜର କ୍ଷମତା ବୃଦ୍ଧି କରିବାକୁ ଆମ୍ ଆଦମୀ ପାର୍ଟି ପ୍ରୟାସ କରୁଛି । କୃଷକ ଆନ୍ଦୋଳନ ଠାରୁ ରାମ ମନ୍ଦିର ଜମିକିଣା ଘୋଟାଲା ପର୍ଯ୍ୟନ୍ତ ଆପ୍ ନେତା ସଂଜୟ ସିଂ ବିଜେପିକୁ ବାରମ୍ବାର ଟାର୍ଗେଟ୍ କରିବାରେ ଲାଗିଛନ୍ତି । ସେ ଏକ ଟ୍ୱିଟ କରି କହିଥିଲେ କି ନିର୍ବାଚନ ଆସିଲେ ବିଜେପିକୁ ଆମ୍ବେଦକର ଓ ରାଷ୍ଟ୍ରପତି ମନେ ପଡନ୍ତି କିନ୍ତୁ ରାମ ମନ୍ଦିର ଶିଳାନ୍ୟାସ ବେଳେ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରିବାକୁ ଭୂଲି ଯାଆନ୍ତି ।

କହିରଖୁ କି ସଂଜୟ ସିଂ ଉତ୍ତରପ୍ରଦେଶ ଆମ୍ ଆଦମୀ ପାର୍ଟିର ପ୍ରଭାରୀ ଅଟନ୍ତି । ନିର୍ବାଚନ ପୂର୍ବରୁ ସେ ବେସ୍ ଆକ୍ଟିଭ୍ ଅଛନ୍ତି । ଆଗାମୀ ବିଧାନସଭା ନିର୍ବାଚନରେ ବିଜେପିକୁ କଡା ଟକ୍କର ଦେବାକୁ ସେ କିଛିଦିନ ଆଗରୁ ବାରମ୍ବାର ଉତ୍ତରପ୍ରଦେଶ ଗସ୍ତ କରୁଛନ୍ତି । ଅନ୍ୟପଟେ କିଛିଦିନ ପୂର୍ବରୁ ଭାରତୀୟ ସମାଜ ପାର୍ଟିର ମୁଖ୍ୟ ସୁହେଲ ଦେବ ଓ ଭାଗିଦାରୀ ସଂକଳ୍ପ ମୋର୍ଚ୍ଚାର ସଂଯୋଜକ ଓମପ୍ରକାଶ ରାଜଭର ବି ସଂଜୟ ସିଂଙ୍କ ଲକ୍ଷେ୍ନø ସ୍ଥିତ ବାସଭବନରେ ଭେଟିଥିଲେ । ଅନ୍ୟପଟେ କିଛିଦିନ ତଳେ ଅଖିଳେଶ ଯାଦବ କହିଥିଲେ କି ଆଗାମୀ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ଛୋଟ ଛୋଟ ଦଳମାନଙ୍କ ସହ ମେଣ୍ଟ କରିବ । ଏସବୁକୁ ନଜର କଲେ ଯୋଗୀ ସରକାରଙ୍କୁ ଟକ୍କର ଦେବାକୁ ଏମାନେ ମିଳିତ ଭାବେ ନିର୍ବାଚନ ଲଢିପାରନ୍ତି ବୋଲି ଅନୁମାନ କରାଯାଉଛି ।