କେଜ୍ରିୱାଲ୍ ଙ୍କ ଶପଥ ଗ୍ରହଣ ଉତ୍ସବରେ ନିମନ୍ତ୍ରଣ ହେଲେ ସ୍ପେଶାଲ୍ ଅତିଥି : ଆପ୍ ପକ୍ଷରୁ କୁନି କେଜ୍ରିୱାଲ୍ ଙ୍କୁ ମିଳିଲା ସ୍ୱତନ୍ତ୍ର ନିମନ୍ତ୍ରଣ 

ଦିଲ୍ଲୀରୁ ଆସିଲା ରୋଚକ ଚିତ୍ର: କୁନି କୁନି ପିଲାଙ୍କ ହୃଦୟରେ କେଜ୍ରିୱାଲ, ଫଳାଫଳ ପୂର୍ବରୁ କୁନି କେଜ୍ରିୱାଲଙ୍କ ଫଟୋ ଭାଇରାଲ ।

ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଆସନ୍ତା ୧୬ ରେ ସେ ଶପଥ ନେବେ । କେଜ୍ରିୱାଲଙ୍କୁ ବିଧାୟକ ଦଳର ନେତା ଭାବେ ମନୋନୀତ କରାଯାଇଛି । ଏହି ନିର୍ବାଚନରେ ଆମ ଆଦମୀ ପାର୍ଟି ୬୨ ଆସନ ହାସଲ କରିଛି । କେଜ୍ରିୱାଲଙ୍କ ଶପଥ ଗ୍ରହଣ ସମାରୋହ ଦିଲ୍ଲୀର ରାମଲୀଲା ମୈଦାନରେ ହେବ । ଏଥି ନେଇ ପାର୍ଟି ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି । ତେବେ ସବୁଠାରୁ ବଡ କଥା ହେଉଛି , ଦିଲ୍ଲୀ ରାଜ୍ୟ ସରକାରଙ୍କ ଶପଥପାଠ ଉତ୍ସବରେ କୌଣସି ବଡ ନେତାଙ୍କୁ ଆମତନ୍ତ୍ର କରାଯାଉନାହିଁ ।

publive-image

କେଜ୍ରିୱାଲଙ୍କ ବିଜୟପରେ ଚର୍ଚ୍ଚାକୁ ଆସିଥିବା ‘ବେବି ମଫଲର ମ୍ୟାନ’ ଏହି ଶପଥ ଗ୍ରହଣ ଉତ୍ସବରେ ଅତିଥି ହେଉଥିବା ଜଣାପଡିଛି । ଆମ ଆଦମୀ ପାର୍ଟି ଟ୍ୱିଟର ଆକାଉଣ୍ଟରେ ମଧ୍ୟ ଏହାର ସୂଚନା ଦିଆଯାଇଛି । ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟ ଗଣନା ଦିନ ଜଣେ କୁନି ଶିଶୁର ଫଟୋ ଖୁବ୍ ଭାଇରାଲ ହୋଇଥିଲା । ଶିଶୁଟି ସେ ଦିନ କେଜ୍ରିୱାଲଙ୍କ ବେଶରେ ଦେଖାଯାଇଥିଲା । ଯେଉଁଥିରେ ସେ ଏକ ସାଧା ସ୍ୱେଟର, ମଫଲର ଓ ଚଷମା ପିନ୍ଧିଥିଲା ।

ସୂଚନାନୁସାରେ, ଏହି କୁନି କେଜ୍ରିୱାଲ ଜଣକ ହେଉଛନ୍ତି ଅବ୍ୟାନ ତୋମର । ଦିଲ୍ଲୀ ମୟୁର ବିହାରରେ ରହୁଥିବା ରାହୁଲ ତୋମରଙ୍କ ପୁଅ ହେଉଛନ୍ତି ଅବ୍ୟାନ । ଅବ୍ୟାନଙ୍କ ବୟସ ମାତ୍ର ୧ ବର୍ଷ । ଦିଲ୍ଲୀର ‘ବେବି କେଜ୍ରିୱାଲ୍’ଙ୍କ ଫଟୋ ଆପ୍ ପକ୍ଷରୁ ଏହି ଫଟୋ ପୋଷ୍ଟ କରାଯିବାର କିଛି ସମୟ ପରେ ଏହା ଭାଇରାଲ୍ ହୋଇଥିଲା। ଏହାକୁ ନେଇ ମତ ମନ୍ତବ୍ୟର ସୁଅ ମଧ୍ୟ ଛୁଟିଥିଲା। ନିର୍ବାଚନରେ ୭୦ ବିଧାନସଭା ସିଟରୁ ଆମ ଆଦମୀ ପାର୍ଟିକୁ ୬୨ଟି ସିଟରେ ବିଜୟ ହାସଲ କରିଛନ୍ତି ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe