କନକ ବ୍ୟୁରୋ : କେଜ୍ରିୱାଲ ସରକାରଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିବା ରାଜେନ୍ଦ୍ର ପାଲ ଗୌତମ ଆଜି ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି । କିଛିଦିନ ତଳେ ଏକ ଧର୍ମ ସଂସଦରେ ରାଜେନ୍ଦ୍ର କିଛି ବିବାଦୀୟ ବୟାନ ଦେଇଥିଲେ । ଏହାପରେ ଏହାକୁ ନେଇ ସାରା ଦେଶରେ ତାଙ୍କ ମନ୍ତବ୍ୟକୁ ବିରୋଧ କରାଯାଇଥିଲା । ବିଜେପି ଗୌତମଙ୍କ ଇସ୍ତଫା ଦାବି କରିଥିଲା ।

Advertisment

ଦିଲ୍ଲୀ ସରକାରରେ ସମାଜ କଲ୍ୟା. ସହକାରିତା, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ୨ ପୃଷ୍ଟାର ଏକ ଇସ୍ତଫା ପତ୍ର ଟ୍ୱିଟ୍ କରିଛନ୍ତି । ସେ ଲେଖିଛନ୍ତି କି ଆଜି ମହର୍ଷି ବାଲ୍ମୀକିଙ୍କ ପ୍ରକଟଉତ୍ସବ ଓ ମାନ୍ୟବର କାଂଶିରାମଙ୍କ ପୂର୍ଣ୍ଣ୍ୟତିଥି । ଏହି ଅବସରରେ ମୁଁ ଆଜି ଅନେକ ବନ୍ଧନରୁ ମୁକ୍ତ ହୋଇଛି ଓ ଆଜି ମୋର ପୁର୍ନଜନ୍ମ ହୋଇଛି । ଏବେ ମୁଁ ସ୍ୱାଧୀନ ଭାବେ ସମାଜ ଉପରେ ହେଉଥିବା ଅତ୍ୟାଚାର ଓ ଅଧିକାରକୁ ନେଇ ଲଢେଇ କରିପାରିବି ବୋଲି ସେ ଲେଖିଛନ୍ତି ।

ସୂଚନା ଥାଉକି ଭାଇରାଲ ହୋଇଥିବା ଭିଡିଓରେ ହଜାର ହଜାର ସଂଖ୍ୟାର ଲୋକ ବୌଦ୍ଧ ଧର୍ମ ଗ୍ରହଣ କରିବାକୁ ସଂକଳ୍ପ ନେବା ସହ ହିନ୍ଦୁ ଦେବୀ ଓ ଦେବତାଙ୍କୁ ନିନ୍ଦା କରୁଛନ୍ତି । ଏହି ଭିଡିଓ ଭାଇରାଲ ହେବା ପରେ ବିଜେପି ତରଫରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ୍ କରାଯାଇଥିଲା । ବିଜେପି ଦାବି କରିଥିଲା କି, କେଜ୍ରୱାଲ ରାଜେନ୍ଦ୍ର ପାଲ ଗୌତମଙ୍କୁ ମନ୍ତ୍ରୀ ମଣ୍ଡଳରୁ ବରଖାସ୍ତ କରନ୍ତୁ ।