ପଞ୍ଜାବ ଭୋଟ ପୂର୍ବରୁ ପ୍ରଶ୍ନ ଘେରରେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ: କୁମାର ବିଶ୍ୱାସଙ୍କ ଅଭିଯୋଗ ପରେ କେଜ୍ରିୱାଲଙ୍କୁ ଘେରିଲେ ବିରୋଧୀ

Advertisment
ପଞ୍ଜାବ ଭୋଟ ପୂର୍ବରୁ ପ୍ରଶ୍ନ ଘେରରେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ: କୁମାର ବିଶ୍ୱାସଙ୍କ ଅଭିଯୋଗ ପରେ କେଜ୍ରିୱାଲଙ୍କୁ ଘେରିଲେ ବିରୋଧୀ

କନକ ବ୍ୟୁରୋ: ଫେବୃଆରୀ ୨୦ରେ ପଡିବ ପଂଜାବ ପାଇଁ ଭୋଟ । ଠିକ୍ ଏହା ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଆପର ପୂର୍ବତନ ନେତା କୁମାର ବିଶ୍ୱାସ ଦେଇଥିବା ବିସ୍ଫୋରକ ବୟାନ ଏବେ ହଲଚଲ ସୃଷ୍ଟି କରିଛି । ବିଶ୍ୱାସଙ୍କ ବୟାନକୁ ନେଇ ବିରୋଧୀ ଏବେ କେଜ୍ରିୱାଲଙ୍କୁ ଟାର୍ଗେଟ କରୁଛନ୍ତି ସେପଟେ ସମାଲୋଚକଙ୍କୁ ତେରଛା ବାଣ ମାରିଛନ୍ତି କେଜ୍ରିୱାଲ ।

ଗଡୁଛି ଦିନ । ଘନଉଛି ବୟାନକୁ ନେଇ ବିବାଦ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ଆପର ପୂର୍ବତନ ନେତା କୁମାର ବିଶ୍ୱାସ ଖଲିସ୍ତାନୀ ଆତଙ୍କବାଦୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆଣିବା ଘଟଣା ଏବେ ଚର୍ଚ୍ଚାର ଶିରୋନାମା ପାଲଟିଛି । ଅଭିଯୋଗ କ୍ରମଶ ବିବାଦର ରୂପ ନେଉଛି । ଆଜି ଏହି ଅଭିଯୋଗର ପାଲଟା ଜବାବ ରଖିଛନ୍ତି କେଜ୍ରିୱାଲ । କେଜ୍ରିୱାଲ କହିଛନ୍ତି କୁମାର ବିଶ୍ୱାସ ଗୋଟେ କାହାଣୀ ଶୁଣାଇଲେ । ଯାହାକୁ ବିରୋଧୀ ବିଶ୍ୱାସ କଲେ । ଆତଙ୍କବାଦୀ କେବେ ବିକାଶର କଥା କୁହେ ନାହିଁ ବୋଲି କେଜ୍ରିୱାଲ କହିଛନ୍ତି ।

ଏଥିସହ ବିରୋଧୀଦଳର ବରିଷ୍ଠ ନେତାଙ୍କୁ ମଧ୍ୟ ତେର୍ଛାବାଣ ମାରିଛନ୍ତି ଆପ ମୁଖ୍ୟ । ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କିଛି ବିରୋଧୀଦଳର ବରିଷ୍ଠ ନେତାଙ୍କୁ ପାଲଟା ଜବାବ ଦେଇଛନ୍ତି କେଜ୍ରିୱାଲ କହିଛନ୍ତି । କେନ୍ଦ୍ରକୁ ପ୍ରଶ୍ନ କରି କେଜ୍ରିୱାଲ କହିଛନ୍ତି କି ଯଦି ସେ ଆତଙ୍କବାଦୀ ତେବେ କେନ୍ଦ୍ରର ସୁରକ୍ଷା ସଂସ୍ଥା ଏବେ ସୁଦ୍ଧା କଣ କରୁଥିଲେ ? ମୋଦି ସରକାର ମୋତେ କଣ ପାଇଁ ତାଙ୍କୁ ଏପର୍ଯ୍ୟନ୍ତ ଗିରଫ କରି ନାହାଁନ୍ତି ? ଯଦି ସେ ବିଚ୍ଛିନତାବାଦୀଙ୍କ ସମର୍ଥକ ତେବେ ତାଙ୍କ ବିରୋଧରେ ସରକାର ପ୍ରମାଣ ସାରା ବିଶ୍ୱ ସାମ୍ନାରେ ରଖନ୍ତୁ ।

ଏଥିସହ କେଜ୍ରିୱାଲ କହିଛନ୍ତି କି ବିଜେପି, ଶିରୋମଣୀ ଅକାଳୀ ଦଳ, କଂଗ୍ରେସ ସବୁ ରାଜନୈତିକ ଦଳ ଏକାଠି ହୋଇ ପଂଜାବ ବିଧାନସଭା ପୂର୍ବରୁ ଆପ ବିରୋଧରେ ଷଡଯନ୍ତ୍ର କରୁଛନ୍ତି । ନିର୍ବାଚନ ପୂର୍ବରୁ ଆପର ଲୋକପ୍ରିୟତା ପଂଜାବରେ ବେଶ ବୃଦ୍ଧି ପାଇଛି ଓ ପରାଜୟ ଭୟରେ ବିରୋଧୀଙ୍କ ଏହା ଏକ ଷଡଯନ୍ତ୍ର ବୋଲି କେଜ୍ରିୱାଲ କହିଛନ୍ତି ।

ନିକଟରେ ଆପର ପୂର୍ବତନ ନେତା କୁମାର ବିଶ୍ୱାସ କହିଥିଲେ କି କେଜ୍ରିୱାଲ ଜଣେ ବିଚ୍ଛିନତାବାଦୀଙ୍କ ସମର୍ଥକ । ସେ ପଂଜାବ ମୁଖ୍ୟମନ୍ତ୍ରୀ କିମ୍ବା ସ୍ୱତନ୍ତ୍ର ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛନ୍ି । କୁମାର ବିଶ୍ୱାସଙ୍କ ଅଭିଯୋଗ ପରେ ଆମ ଆଦମୀ ପାର୍ଟିକୁ ଘେରିଛନ୍ତି ବିରୋଧୀ । ବିଜେପି, କଂଗ୍ରେସ ସହ ଶିରୋମଣୀ ଅକାଳୀଦଳର କେଜ୍ରିୱାଲଙ୍କଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି ।

ଯେଉଁ ଦିନରୁ କୁମାର ବିଶ୍ୱାସ ଆମ ଆଦମୀ ପାର୍ଟି ସହ ସର୍ମ୍ପକ ଭାଙ୍ଗିଛନ୍ତି ସେବେଠୁ ବିଭିନ୍ନ ଢଙ୍ଗରେ ଆପ ବିରୋଧୀ ବୟାନ ଦେଇ ଆସୁଛନ୍ତି । କେବେ ସାୟରୀ ତ ପୁଣି କେବେ କମେଡି କହି ଆପ ଓ ଏହାର ନେତାଙ୍କ ବିରୋଧରେ ବୟାନ ଦେଉଛନ୍ତି । ବର୍ତମାନ ପଂଜାବ ବିଧାନସଭା ତାତି ଭିତରେ ଆପର ମୁଖ୍ୟ କେଜ୍ରିୱାଲଙ୍କ ବିରୋଧରେ ଯେଉଁ ସଂଗୀନ ଅଭିଯୋଗ ବିଶ୍ୱାସ ଆଣିଛନ୍ତ ତାହା ନିର୍ବାଚନ ଉପରେ କଣ ପ୍ରଭାବ ପଡୁଛି? ଏହାର ପରିଣାମ ସୁରୁପ ଆପକୁ କଣ ସମ୍ମୁଖୀନ ହେବାକୁ ପଡିବ ସେକଥା ଆଗାମୀ ଦିନରେ ଜଣାପଡିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe