ହନୁମାନଙ୍କ କୃପାରୁ ଜିତିଲେ କେଜ୍ରିୱାଲ । ସଙ୍କଟମୋଚନଙ୍କ ଆଶିର୍ବାଦରୁ ଆମ୍ ଆଦମୀ ପାର୍ଟି ଦିଲ୍ଲୀରେ ୩ୟ ଥର ବିଜୟ ବାନା ଉଡାଇଥିବା କହିଲେ ଅରବିନ୍ଦ...

Advertisment
ହନୁମାନଙ୍କ କୃପାରୁ ଜିତିଲେ କେଜ୍ରିୱାଲ । ସଙ୍କଟମୋଚନଙ୍କ ଆଶିର୍ବାଦରୁ ଆମ୍ ଆଦମୀ ପାର୍ଟି ଦିଲ୍ଲୀରେ ୩ୟ ଥର ବିଜୟ ବାନା ଉଡାଇଥିବା କହିଲେ ଅରବିନ୍ଦ...

କନକ ବ୍ୟୁରୋ: ବିଜୟ ପଛରେ ବଜରଙ୍ଗବଲୀ । ଦିଲ୍ଲୀରେ ଲଗାତାର ୩ୟ ଥର ବିଜୟ ପଛରେ ରହିଛି ବଜରଙ୍ଗବଲୀଙ୍କ ଅପାର କୃପା । ତାଙ୍କ ଆଶିର୍ବାଦ ପାଇଁ ଆମେ ପୁଣି ଥରେ ଦିଲ୍ଲୀରେ ବିଜୟ ବାନା ଉଡାଇଲୁ ବୋଲି କହିଛନ୍ତି କେଜ୍ରିୱାଲ । ଆଜି ମଙ୍ଗଳବାର, ହନୁମାନଙ୍କ ବାର . ଆଉ ମଙ୍ଗଳବାର ପାଇଁ ଏ ମହାବିଜୟ ହୋଇଛି ବୋଲି ଦିଲ୍ଲୀବାସୀଙ୍କୁ ସମ୍ବୋଧିତ କଲାବେଳେ କହିଛନ୍ତି ଅରବିନ୍ଦ ।

ତେବେ ବିଜୟର ଶ୍ରେୟ ପୂରା ଦିଲ୍ଲୀବାସୀଙ୍କୁ ଦେଇଥିବା ବେଳେ ପୁଣି ଥରେ ତାଙ୍କ ପୁଅକୁ ଭରସା କରି ଜିତାଇଥିବାରୁ ସମସ୍ତଙ୍କ ପାଖରେ ଋଣି ବୋଲି ଅରବିନ୍ଦ କହିଛନ୍ତି । କେଜ୍ରିୱାଲଙ୍କ ପାଇଁ ଦିନଟି ବିଭିନ୍ନ ଆଡୁ ଶୁଭଙ୍କର। ଆପଣ ଜାଣିଥିବେ ନିଶ୍ଚୟ ଯେ ସେ ଜଣେ ହନୁମାନ ଭକ୍ତ। ଏପରିକି ନିକଟରେ ସେ ନିର୍ବାଚନ ପୂର୍ବରୁ ହନୁମାନ ମନ୍ଦିରରେ ଯାଇ ପୂଜାର୍ଚ୍ଚନା କରିଥିବା କାରଣରୁ ବିଜେପି ଦ୍ବାରା ସମାଲୋଚିତ ବି ହୋଇଥିଲେ। ଯୋଗକୁ ଆଜି ବଜରଙ୍ଗବଲୀଙ୍କ ବାର(ମଙ୍ଗଳବାର)। ଖାଲି ସେତିକି ନୁହେଁ, ଆଜି କେଜ୍ରିୱାଲଙ୍କ ପତ୍ନୀଙ୍କ ଜନ୍ମଦିନ ମଧ୍ୟ। ସେ ନିଜର ପତ୍ନୀଙ୍କୁ ତାଙ୍କ ଜନ୍ମଦିନର ଉପହାର ଭାବେ ‘ଦିଲ୍ଲୀ ବିଜୟ’ ଭେଟି ଦେଇଛନ୍ତି। ହନୁମାନଜୀଙ୍କ ଆଶୀର୍ବାଦ ଫଳକୁ ସେ ତାଙ୍କ ପତ୍ନୀଙ୍କୁ ସମର୍ପି ଦେଇ ବେଶ୍‌ ନିଆରା ଢଙ୍ଗରେ ଲୋକମାନଙ୍କ ସହ ନିଜର ଖୁସି ବାଣ୍ଟିଛନ୍ତି।

publive-image

ନିଜର ବିଜୟ ପରେ ଖୁସିରେ କେଜ୍ରିୱାଲ୍‌ କହିଥିଲେ, ‘ଆଜି ହଉଛି ଭଗବାନ ହନୁମାନଜୀଙ୍କ ଦିନ, ସେ ଦିଲ୍ଲୀବାସୀଙ୍କୁ ଆଶୀର୍ବାଦ ଦେଇଛନ୍ତି। ମୁଁ ପ୍ରାର୍ଥନା କରୁଛି କି ହନୁମାନଜୀ ଆମକୁ ଉଚିତ ମାର୍ଗ ଦେଖାନ୍ତୁ। ଫଳରେ ମୁଁ ଆଗକୁ ୫ ବର୍ଷ ପର୍ୟ୍ୟନ୍ତ ଲୋକଙ୍କ ସେବା କରିପାରିବି।’

ଲଗାତାର ତୃତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦିଲ୍ଲୀ ଗାଦିରେ ବସିବାକୁ ଯାଉଛନ୍ତି କେଜ୍ରିୱାଲ । ଏଭଳି ଐତିହାସିକ ବିଜୟ ଖୁସିକୁ ଦୁଇଗୁଣା କରିଛି ତାଙ୍କ ପତ୍ନୀଙ୍କ ୫୪ତମ ଜନ୍ମଦିନ । ସୋସିଆଲ ମିଡ଼ିଆରେ ସୁନିତାଙ୍କୁ ଜନ୍ମଦିନର ଶୁଭେଚ୍ଛା ମିଳୁଥିବାବେଳେ ତାଙ୍କୁ କେଜ୍ରିୱାଲ ଦେଇଛନ୍ତି ନିଆରା ଉପହାର । ଆପ୍ ପାର୍ଟି ଅଫିସରେ କର୍ମକର୍ତ୍ତାଙ୍କ ସହ କେକ୍ କାଟି ମିଠା ଖୁଆଇ ପତ୍ନୀଙ୍କ ଜନ୍ମଦିନ ପାଳିଛନ୍ତି କେଜ୍ରିୱାଲ ।

ବିଗତ ଦିନରେ ହୋଇଥିବା ଦିଲ୍ଲୀ ନିର୍ବାଚନ ଭଳି ଚଳିତ ନିର୍ବାଚନ ଟିକେ ଟକ୍କର ହେବ ବୋଲି ଆଶା କରାଯାଉଥିଲା । କାରଣ ନିକଟରେ ମୋଦି ସରକାରଙ୍କ ବଡ଼ ବଡ଼ ବିଲ୍ ଏବଂ ଐତିହାସିକ ପଦକ୍ଷେପ ଦିଲ୍ଲୀବାସୀଙ୍କୁ ପ୍ରଭାବିତ କରିପରିଥାନ୍ତା । କିନ୍ତୁ ଦିଲ୍ଲୀବାସୀଙ୍କ ଉପରେ ମୋଦୀ ମ୍ୟାଜିକ୍ ଟିକିଏ ବି କାମ ଦେଲାନି ତେଣୁ ଏଭଳି ଶୋଚନୀୟ ପରାଜୟ ବିଜେପିକୁ ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe