କନକ ବ୍ୟୁରୋ : ସିସୋଦିଆଙ୍କୁ ଗିରଫ କରାଯିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କ ପତ୍ନୀଙ୍କ ସହ ମନୀଷ ସିସୋଦିିଆଙ୍କ ଘରେ ପହଞ୍ଚିଥିଲେ । ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ଗିରଫ ହେବା ପରେ ଦିଲ୍ଲୀ ପୁଲିସ ମଧ୍ୟ ସୁରକ୍ଷାକୁ ବଢ଼ାଇଦେଇଛି । ଦିଲ୍ଲୀରେ ଆଇନ ଶୃଙ୍ଖଳା ପରିସ୍ଥିତି ଯେଭଳି ବିଗିଡ଼ିନଯାଏ ସେଥିପ୍ରତି ଦୃଷ୍ଟି ରଖିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ସୁରକ୍ଷାକୁ ଦୃଷ୍ଟିରେ ରଖି ସିବିଆଇ କାର୍ଯ୍ୟାଳୟ ବାହାରେ ରାପିଡ୍ ଆକ୍ସନ୍ ଫୋର୍ସ ମୁତୟନ କରାଯାଇଛି ।

Advertisment

ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ସିସୋଦିଆ ନିର୍ଦ୍ଦୋଷ । ସେହିପରି ଆମ୍ ଆଦମୀ ପାର୍ଟି ଟ୍ୱିଟ୍ କରି କହିଛି ଯେ ଗଣତନ୍ତ୍ର ପାଇଁ ଏହା ଏକ କଳା ଦିନ । ଏଥିସହ ଆପ ସାଂସଦ ସଞ୍ଜୟ ସିଂ ଟ୍ୱିଟ୍ କରି କହିଛନ୍ତି ଯେ, ‘ମୋଦୀ ଆପଣ ଜଣେ ଭଲ ବ୍ୟକ୍ତି ଏବଂ ସର୍ବୋତମ ଶିକ୍ଷା ମନ୍ତ୍ରୀଙ୍କୁ ଗିରଫ କରି ଭଲ କାମ କରିନାହାଁନ୍ତି । ଭଗବାନ ଆପଣଙ୍କୁ କ୍ଷମା କରିବେ ନାହିଁ । ଦିନେ ଏହି ଏକଛତ୍ରବାଦୀ ଶାସନର ଶେଷ ହେବ । ସେହିପରି ବିଜେପି ପ୍ରଶ୍ନ କରିଛି ଯଦି ଦୁର୍ନୀତି ହୋଇନି ତାହାଲେ ଏହି ଅବକାରୀ ନୀତିକୁ କାହିଁକି ପ୍ରତ୍ୟାହାର କରିଥିଲେ ଦିଲ୍ଲୀ ସରକାର । ସେପଟେ କଂଗ୍ରେସ ଦୁର୍ନୀତି ବିରୋଧରେ ଆକ୍ସନ ନିଆଯାଇଥିବାରୁ ସ୍ୱାଗତ କରିଛି ।