ଉତ୍ତରାଖଣ୍ଡରେ ନିର୍ବାଚନୀ ପେଡି ଖୋଲିଲେ କେଜ୍ରିୱାଲ, ଲୋକଙ୍କୁ ଏମିତି ପ୍ରତିଶ୍ରୁତି

119

କନକ ବ୍ୟୁରୋ : ସାରା ଦେଶରେ କୌଣସି ରାଜ୍ୟ ସରକାର ଅତ୍ୟାବଶକୀୟ ବିଜୁଳି ବ୍ୟବସ୍ଥାକୁ ନିର୍ବାଚନୀ ମୁଦ୍ଦା କରୁନଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଯେଉଁଠିକି ଯାଉଛନ୍ତି ସାଧାରଣ ଲୋକଙ୍କ ପାଇଁ ମାଗଣା ବିଜୁୂଳିର ପ୍ରତିଶ୍ରୁତି ଦେବାରେ ଲାଗିଛନ୍ତି । କେବଳ ପ୍ରତିଶ୍ରୁତି ଦେଉ ନାହାନ୍ତି ତାହା ବି ସେ କରି ଦେଖାଇଛନ୍ତି ଆପ୍ ଶାସିତ ରାଜ୍ୟ ଦିଲ୍ଲୀରେ ।

ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଉତ୍ତରାଖଣ୍ଡ ଗସ୍ତ କରିଛନ୍ତି । ଏହି ଅବସରରେ ଏକ ଜନସଭାକୁ ଉଦବୋଧନ ଦେଇ କେଜ୍ରିୱାଲ ସରକାର ଉତ୍ତରାଖଣ୍ଡର ବିକାଶ ପାଇଁ କଣ କରାଯାଇ ପାରିବ ତାର ଏକ ରୋଡ ମ୍ୟାପ ଲୋକଙ୍କୁ ଦେଖାଇଛନ୍ତି । ଆଗକୁ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି କ୍ରମରେ କେଜ୍ରିୱାଲ କହିଛନ୍ତି କି ଯଦି ଆପ୍ କୁ ଉତ୍ତରାଖଣ୍ଡବାସୀ ସରକାର ଗଠନ କରିବାର ସୁଯୋଗ ଦିଅନ୍ତି ତେବେ ବେରୋଜଗାର ଯୁବକ ଯୁବତୀଙ୍କ ପରିବାରକୁ ମାସିକ ୫ ହଜାର ଟଙ୍କାର ସହାୟତା ଯୋଗାଇ ଦିଆଯିବ । ଏହାସହ ସରକାର ଗଠନ ହେବାର ୬ ମାସ ମଧ୍ୟରେ ରାଜ୍ୟର ୧ ଲକ୍ଷ ଯୁବକ ଯୁବତୀଙ୍କୁ ସରକାରୀ ଚାକିରୀର ଗ୍ୟାରେଣ୍ଟି ଦେଇଛନ୍ତି କେଜ୍ରିୱାଲ ।

ଉତ୍ତରାଖଣ୍ଡରେ ସବୁଠାରୁ ବଡ ପଲିଟିକାଲ ଗେମ ଖେଳିଛନ୍ତି କେଜ୍ରିୱାଲ । ସେ କହିଛନ୍ତି କି ସେ ସରକାରୀ ଚାକିରୀ ହେଉକି ଘରୋଇ ସବୁ କ୍ଷେତ୍ରରେ ରାଜ୍ୟର ଯୁବକ ଯୁବତୀଙ୍କୁ ୮୦ ପ୍ରତିଶତ ସଂରକ୍ଷଣ ଯୋଗାଇ ଦିଆଯିବ । ସେଠାରେ ସେ ବିରୋଧୀ ବିଜେପିକୁ ଟାର୍ଗେଟ କରି କହିଛନ୍ତି ବିଜେପିକୁ ଯଦି ଆପଣମାନେ ଭୋଟ ଦେଉଛନ୍ତି ଅନ୍ୟ କିଛି ମିଳିବାର ଆଶା ନ କରି ପ୍ରତିମାସରେ ଜଣେ ଜଣେ ନୂଆ ମୁଖ୍ୟମନ୍ତ୍ରୀ ଦେଖିବାକୁ ପାଇବେ ହେଲେ ଆପ୍ ସରକାର ଆସିଲେ ୫ ବର୍ଷର ସ୍ଥିର ସରକାର ଓ ଜଣେ ମୁଖ୍ୟମନ୍ତ୍ରୀ ଦେଖିବେ ।

ନିର୍ବାଚନୀ ପ୍ରତିଶ୍ରୁତି

  • ପ୍ରତି ବେରୋଜଗାରୀଙ୍କୁ ରୋଜଗାର
  • ରୋଜଗାର ନମିଳିବା ଯାଏଁ ପ୍ରତିମାସ ୫ ହଜାର ଟଙ୍କା ଭତ୍ତା
  • ସରକାରୀ ଓ ଘରୋଇ କ୍ଷେତ୍ରରେ ରାଜ୍ୟର ଯୁବକ ଯୁବତୀଙ୍କୁ ୮୦ ପ୍ରତିଶତ ସଂରକ୍ଷଣ
  • ସରକାର ଗଠନର ୬ ମାସ ମଧ୍ୟରେ ୧ ଲକ୍ଷ ବେକାରୀଙ୍କୁ ସରକାରୀ ଚାକିରୀ
  • ସାଧାରଣ ଲୋକଙ୍କ ପାଇଁ ମାସିକ ମାଗଣାରେ ୩ ଶହ ୟୁନିଟ୍ ବିଜୁଳି
  • ରାଜ୍ୟରେ ନିଯୁକ୍ତି ପାଇଁ ‘ଜବ୍ ପୋର୍ଟାଲ’