କନକ ବ୍ୟୁରୋ: ଓଡ଼ିଶା ଘରେ ଆନ୍ଧ୍ରର ବିଜୁଳି । ପୁଣି କୋଟିଆରେ ପଶିଲା ଆନ୍ଧ୍ର । କେତେବେଳେ ପଟାଙ୍ଗୀର ସୁନାବେଢ଼ା ତ କେତେବେଳେ ନାରାୟଣ ପାଟଣା ଗ୍ରାମର ସୀମାନ୍ତକୁ ନେଇ ଚଳାଇଛି ଚକ୍ରାନ୍ତ । ଏବେ କୋଟିଆରେ ଏଭଳି ଚକ୍ରାନ୍ତ ସାମ୍ନାକୁ ଆସିଛି । ଆନ୍ଧ୍ର ଅନୁପ୍ରବେଶ କରି କୋଟିଆ ବାସୀଙ୍କୁ ପ୍ରଲୋଭନ ଦେଖାଇ ବିଦ୍ୟୁତ ଲାଇନ ଯୋଗାଉଛି । ଆନ୍ଧ୍ରର ବିଦ୍ୟୁତ ବିଭାଗ କର୍ମଚାରୀମାନେ ଆସି କାମ ଆରମ୍ଭ କରିଛନ୍ତି । ସେହିଭଳି କୋଟିଆବାସୀଙ୍କ ଜୀବିକା ପାଇଁ ପୋଖରୀ ଖୋଳିବା ଆରମ୍ଭ କରିଛି ଆନ୍ଧ୍ର । କୋଟିଆର ବିକାଶ ପାଇଁ ଓଡ଼ିଶା ସରକାର ବିଭିନ୍ନ ଯୋଜନା ଆରମ୍ଭ କରିଥିବା ବେଳେ କରୋନା କାଳରେ ମନ୍ଥର ହୋଇଯାଇଥିଲା । ଆଉ ଏହାର ଫାଇଦା ଉଠାଇ ଆନ୍ଧ୍ର ଏଭଳି କାମ ହାତକୁ ନେଇଛି । ହେଲେ ଏଯାଏଁ ଚୁପ ବସିଛି ପ୍ରଶାସନ ।
କାହାକୁ ପୋଖରି ତ କାହାକୁ ବିଜୁଳି । ଆନ୍ଧ୍ର ବିଦ୍ୟୁତ୍ ବିଭାଗର କର୍ମଚାରୀ ମାନେ କୋଟିଆର ଯୁଦ୍ଧ ସ୍ଥରରେ ଲାଗି ପଡ଼ି ଆଲୁଅ ଯୋଗାଉଛନ୍ତି । ଠିକଣା ସ୍ଥାନରେ ଟ୍ରନ୍ସଫରମର ମଧ୍ୟ ଲଗାଉଛନ୍ତି । ତଳଗଞେଇ ପଦର, ଉପର ସେମି, ତଳ ସେମି , ଗ୍ରାମର ପ୍ରତି ଘରକୁ ଯୋଗାଇଛନ୍ତି ବିଜୁଳି । ଖାଲି ବିଜୁଳି ନାହିଁ ଏହା ବ୍ୟତିତ ଲୋକଙ୍କ ଜିବିକା ପାଇଁ ପ୍ରତି ଗାଁ ଗାଁରେ ଏବେ ପୋଖରି ଖୋଳା କାମ ମଧ୍ୟ ଆରମ୍ବ କରିଦେଇଛନ୍ତି । ଆନ୍ଧ୍ରର ଏଭଳି କାମକୁ ନେଇ ଏବେ କୋଟିଆ ବାସୀ ଦ୍ୱୀବଧାରେ ପଡ଼ି ଯାଇଛନ୍ତି । ଆନ୍ଧ୍ରର ଅନୁପ୍ରବେଶ ଓ ପୋଖରି ଖୋଳିବା ଘଟଣା କୁ ସ୍ୱକାର କରିଛନ୍ତି ତଦନ୍ତ ପାଇଁ ଘଟଣା ସ୍ଥଳକୁ ଯାଇଥିବା କୋରାପୁଟ ଜିଲ୍ଳାର ସ୍ୱତନ୍ତ୍ର ଟିମ୍ ।
ଓଡ଼ିଶାର ବିକାଶର କାମ କୋଟିଆ ରେ ମନ୍ଥର ଗତିରେ ଚାଲିଥିବାରୁ କେ।।ଟିଆବାସୀ ଙ୍କ ପାଖରେ ପହଚିଂ ପାରୁନଥିବାରୁ ଆନ୍ଧ୍ର ତାର ଫାଇଦା ଉଠାଉଛି । ସୀମାନ୍ତ ବାସୀ ମଧ୍ୟ ଆନ୍ଧ୍ରର ଏଭଳି କାକୁ ସ୍ୱାଗତ କରୁଛନ୍ତି । ଓଡ଼ିଶା ରାସ୍ତା ନିର୍ମାଣ କରିଛି କିନ୍ତୁ ଅନେକ ସ୍ଥାନରେ ଖରାପ ହୋଇଗଲାଣି, ବିଏସଏନଏଲ ଟୱାର ଦେଇଛନ୍ତି କିନ୍ତୁ କାର୍ଯ୍ୟକାରୀ ନାହିଁ । ଏଯାଏଁ କେବଳ ୨୫ ଟି ଘର ଓଡ଼ିା କୋଟିଆ ଯୋଗାଇଛି । ଲୋକଙ୍କ ଅଭାବ ଅନେକ । ସମସ୍ୟା ବୁଝିବାକୁ କେହି ଆସୁନାହାନ୍ତି, ଯାହାକି ଆନ୍ଧ୍ର ସବୁ କଥା ବୁଝୁଛି ବୋଲି କୋଟିଆ ବାସୀ କହିଛନ୍ତି ।