କନକ ବ୍ୟୁରୋ: ବଲିଉଡରେ ଆରମ୍ଭ ହୋଇଗଲାଣି ଚଳିତ ସିଜିନର ବିବାହ ଋତୁ । ପ୍ରଥମେ ରାଜକୁମାର ରାଓ ଓ ପତ୍ରଲେଖାଙ୍କ ଠାରୁ ଆରମ୍ଭ ହୋଇଥିଲା ଏହି ବିବାହ ସିଜିନ୍ । ତା ପରେ ଏବେ କ୍ୟାଟ୍ରିନା କୈଫ୍ ଓ ଭିକି କୌଶଲଙ୍କ ବିବାହ ଉପରେ ସମସ୍ତଙ୍କ ନଜର । ଡିସେମ୍ବର ଦ୍ୱିତୀୟ ସପ୍ତାହରେ ଦୁହେଁ ବିବାହ ବନ୍ଧନରେ ବାନ୍ଧିହେବେ । ଏସବୁ ଭିତରେ ଆଉ ଏକ ଖବର ଶୁଣିବାକୁ ମିଳୁଛି ଯେ ଅମୀର ଖାନ୍ ମଧ୍ୟ ପୁଣିିଥରେ ମାନେ ତୃତୀୟ ଥର ବିବାହ କରିବାକୁ ଯାଉଛନ୍ତି । ନିକଟରେ ସେ ହଠାତ୍ ଦ୍ୱିତୀୟ ପତ୍ନୀ କିରଣ ରାଓଙ୍କୁ ଛାଡପତ୍ର ଦେଇଛନ୍ତି । ଏହାପରେ ଉଭୟ ଅମୀର ଓ କିରଣ ନିଜ ପକ୍ଷରୁ ସ୍ପଷ୍ଟିକରଣ ଦେବାକୁ ଯାଇ କହିଥିଲେ ଯେ, ‘ଆମେ ଆଉ ପତି -ପତ୍ନୀ ହୋଇନାହୁଁ । ବରଂ ଆମେ ଆମ ପିଲାମାନଙ୍କର ଅଭିଭାବକ ହୋଇ ରହିବୁ’ । ଅମୀର ଓ କିରଣଙ୍କ ଏହି ସ୍ପଷ୍ଟୋକ୍ତି ପ୍ରଶଂସକଙ୍କୁ ଚକିତ କରିଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହା ପରେ ଏବେ ଚର୍ଚ୍ଚା ହେଉଛି ଯେ ଅମୀର ଖାନ୍ ଆଉ ଥରେ ବିବାହ କରିବାକୁ ଯୋଜନା କରୁଛନ୍ତି । ନିଜ ଅପକମିଙ୍ଗ ଫିଲ୍ମ ‘ ଲାଲ ସିଂହ ଚଡ୍ଢା’ର ରିଲିଜ୍ ପରେ ସେ ଏ ନେଇ ସୂଚନା ଦେବେ । କେବଳ ଏତିକି ନୁହେଁ ବଲିଉଡ ଗସିପ୍ ଅନୁସାରେ ଅମୀର ନିଜର କୌଣସି କୋ- ଷ୍ଟାରଙ୍କୁ ବିବାହ କରିବେ । କହିରଖୁଁ କି, ଅମୀର ଓ କିରଣ ରାଓଙ୍କ ଅଚାନକ ଛାଡପତ୍ର ପରେ ଅଭିନେତ୍ରୀ ଫତିମା ସନା ସୋସିଆଲ ମିଡିଆରେ ବେଶ୍ ଟ୍ରୋଲ ହୋଇଥିଲେ । ଫତିମା ଅମୀରଙ୍କ ସହ ‘ଦଙ୍ଗଲ’ ଓ ‘ଠଗ୍ସ୍ ଅଫ୍ ହିନ୍ଦୁସ୍ତାନ’ ଫିଲ୍ମରେ ନଜର ଆସିଥିଲେ । ଏହାପରେ ଦୁହିଁଙ୍କୁ ଅନେକ ସ୍ଥାନରେ ମଧ୍ୟ ଏକାଠି ଦେଖିବାକୁ ମିଳିଥିଲା । ତେଣୁ ଅମୀର ଫତିମାଙ୍କ ସହ ସମ୍ପର୍କରେ ଥିବା ଚର୍ଚ୍ଚା ମଧ୍ୟ ହେଉଥିଲା ।
ଅମୀର ଦୁଇଥର ବିବାହ କରିଛନ୍ତି । ପ୍ରଥମେ ୧୯୮୭ ରେ ରୀନା ଦତ୍ତଙ୍କୁ ବିବାହ କରିଥିବାବେଳେ ୨୦୦୨ରେ ଦୁହିଁଙ୍କ ବିବାହ ବିଚ୍ଛେଦ ହୋଇଥିଲା । ଏହାପରେ ସେ କିରଣ ରାଓଙ୍କ ହାତ ଧରିଥିଲେ । ଏହି ସମ୍ପର୍କ ବି ବେଶିଦିନ ତିଷ୍ଠିଲା ନାହିଁ । ଅମୀରଙ୍କର ତିନି ସନ୍ତାନ ଅଛନ୍ତି, ଇରା ଖାନ୍, ଜୁନୈଦ୍ ଖାନ୍ ଓ ଆଜାଦ୍ ରାଓ ଖାନ୍ । ଏବେ ତୃତୀୟ ଥର ପାଇଁ କେଉଁ କୋ ଷ୍ଟାରଙ୍କୁ ବିବାହ କରିବାକୁ ଯାଉଛନ୍ତି ତାକୁ ହିଁ ପ୍ରଶଂସକଙ୍କ ଅପେକ୍ଷା ।