ଅମୀରଙ୍କ ଫିଲ୍ମ…ଆଉ ପସନ୍ଦ କରୁନାହାନ୍ତି ଲୋକେ ? ପରଦାକୁ ଆସିଛି ‘ଲାଲ ସିଂ ଚଡ୍ଡା’; ଫିଲ୍ମକୁ ବୟକଟ ପାଇଁ ସୋସିଆଲ ମିଡିଆରେ ନାରା

1,119

କନକ ବ୍ୟୁରୋ : ଅମୀର ଖାନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ଲାଲ ସିଂ ଚଡ୍ଡା ଆଜି ରିଲିଜ୍ ହୋଇଛି । ମିଷ୍ଟର ପରଫେକ୍ସନିଷ୍ଟଙ୍କ ଫିଲ୍ମ ଦେଖିବା ପାଇଁ ଭାରତୀୟ ଦର୍ଶକ ଅପେକ୍ଷା କରି ବସିଥାନ୍ତି । କିନ୍ତୁ ସେ ଅପେକ୍ଷା ଏବେ ବି ଅଛି ନା ସେ ଅପେକ୍ଷା ଉପରେ ପ୍ରଭାବ ପକାଇଛି ବିବାଦ । କୁହାଯାଏ ପବ୍ଲିସିଟି ସବୁବେଳେ ସିନେମା ପାଇଁ ଆଶୀର୍ବାଦ ସାଜେ । ତାହା ଭଲ ପବ୍ଲିସିଟି ହେଉ ବା ଖରାପ ପବ୍ଲିସିଟି । ଆଉ ପବ୍ଲିସିଟି ପାଇଁ ଦରକାର କଂଟ୍ରୋଭର୍ସି । ଅମୀର ଖାନଙ୍କ ନୂଆ ଫିଲ୍ମକୁ ନେଇ ବିବାଦ ଟ୍ରେଲର ରିଲିଜ୍ ଠାରୁ ଆରମ୍ଭ ହୋଇଯାଇଛି । ଏହି ସମୟରେ ଫିଲ୍ମର କାହାଣୀକୁ ନେଇ ବିବାଦ ନୁହେଁ ଅମୀର ଖାନଙ୍କ ପାଇଁ ବିବାଦ ମୁଣ୍ଡ ଟେକିଛି ।

ଲାଲ ସିଂ ଚଡ୍ଡାକୁ ନେଇ କ’ଣ ବିବାଦ ହୋଇଛି ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ । ତେବେ ବିବାଦର ମୁଖ୍ୟ କାରଣ ଭାବରେ ଉଭା ହୋଇଛି ୨୦୧୫ରେ ଅମୀର ଖାନ ଓ ତାଙ୍କ ସ୍ତ୍ରୀଙ୍କ ଏକ ବୟାନକୁ ନେଇ । ଏକ ଇଂଟରଭ୍ୟୁରେ ଆମୀର ଖାନ କହିଥିଲେ ଦେଶରେ ଅସହିଷ୍ଣୁତା ବଢି ବଢି ଚାଲିଛି । ଏହି ପ୍ରସଙ୍ଗରେ ତାଙ୍କ ସ୍ତ୍ରୀ କିରନ୍ କହିଥିଲେ, ମୁଁ ଓ ଆମ ଶିଶୁ ଭାରତରେ ସୁରକ୍ଷିତ ନୁହନ୍ତି । ଏହି ବୟାନ ୨୦୧୫ରେ ଚର୍ଚ୍ଚାର ପରିସରକୁ ଆସିଥିଲା । ବଲିଉଡରେ ମଧ୍ୟ ତାଙ୍କର ଏ କଥାକୁ ପସନ୍ଦ କରିନଥିଲେ କିଛି ଅଭିନେତା ଓ ଅଭିନେତ୍ରୀ । ସେହି ବିବାଦ ପୁଣି ଥରେ ଏହି ଫିଲ୍ମ ବେଳକୁ ଆସିଛି । କିଛି ଦର୍ଶକ ସୋସିଆଲ୍ ମିଡିଆରେ ଏହି ଫିଲ୍ମକୁ ବଏକଟ୍ କରିବା ପାଇଁ ନାରା ଦେଉଛନ୍ତି । ଲେଖିଛନ୍ତି ଯିଏ ଏହି ଦେଶରେ ସୁରକ୍ଷିତ ମନେ କରେ ନାହିଁ, ସେ ଏହି ଦେଶରେ ଫିଲ୍ମ ରିଲିଜ୍ ମଧ୍ୟ କରିପାରିବ ନାହିଁ ।

ପିକେ ଫିଲ୍ମରେ ହିନ୍ଦୁ ଦେବାଦେବୀଙ୍କୁ ଅପମାନ କରିଥିବାର ଆରୋପ ମଧ୍ୟ ଲଗାଇଛନ୍ତି କିଛି ଦର୍ଶକ । କହିଛନ୍ତି ଦେଶରେ ଯିଏ ହିନ୍ଦୁ ଦେବାଦେବୀଙ୍କୁ ଅପମାନ କରିବ ତାଙ୍କର ଫିଲ୍ମକୁ ବ୍ୟାନ୍ କରିବାର ଆବଶ୍ୟକତା ରହିଛି । କିନ୍ତୁ କଙ୍ଗନା ରାଣାବତ୍ ଏହି ଫିଲ୍ମକୁ ନେଇ ଅନ୍ୟ ବୟାନ ଦେଇଛନ୍ତି କହିଛନ୍ତି । ଫିଲ୍ମକୁ ହିଟ୍ କରିବା ପାଇଁ ଏହି ବିବାଦ ପ୍ରଯୋଜକଙ୍କ ଏ ଚାଲ୍ । ୨୦୧୫ର ବୟାନ ପରେ ଆମିରଙ୍କ ଅନେକ ଗୁଡିଏ ଫିଲ୍ମ ରିଲିଜ୍ ହୋଇଛି । ୨୦୧୬ରେ ଅମୀରଙ୍କ ଦଙ୍ଗଲ୍ ଫିଲ୍ମ ରିଲିଜ୍ ହୋଇଥିଲା । ତାହା ଦର୍ଶକଙ୍କୁ ବହୁତ ଛୁଇଁଥିଲା । ଏହା ଭାରତର ବକ୍ସ ଅଫିସ୍ କଲେକ୍ସନର ସବୁ ରେକର୍ଡ ଭାଙ୍ଗିଦେଇଥିଲା ।

ବଲିଉଡରେ ଏମିତି ଅନେକ ଫିଲ୍ମ ରହିଛି ଯାହା କି ବାବଦର ପରିସରକୁ ଆସିଛି । ଯେମିତି କି ‘ପଦ୍ମାବତ୍’କୁ ନେଇ ବିବାଦ ମୁଣ୍ଡ ଟେକିଥିଲା । ସେହି ସମୟରେ ଦୀପିକା ନାକ କାଟିବା କଥା ବି ଅନେକ ଲୋକ କହିଥିଲେ । କିନ୍ତୁ ବକ୍ସ ଅଫିସରେ ସେହି ଫିଲ୍ମଟି ଭଲ ପ୍ରଦର୍ଶନ କରିଥିଲା । ସେହିପରି କଙ୍ଗନାଙ୍କ ଫିଲ୍ମ ‘ମଣିକର୍ଣ୍ଣିକା’ ରେ କାହାଣୀକୁ ଭୁଲ ଦେଖାଯାଇଥିବା କହି ବିଦାଦ ଉପୁଜିଥିଲା । ସେହି ଫିଲ୍ମ ମଧ୍ୟ ଭଲ ପ୍ରଦର୍ଶନ କରିଥିଲା । ବିଦ୍ୟା ବାଲାନଙ୍କ ଅଭିନିତ ଡାର୍ଟି ପିକଚରକୁ ନେଇ ବିବାଦ ହୋଇଥିଲା । ଆମିର୍ ଖାନଙ୍କ ଫିଲ୍ମ ପିକେକୁ ନେଇ ବହୁତ ବଡ ବିବାଦ ଦେଶରେ ଦେଖିବାକୁ ମିଳିଥିଲା । ହିନ୍ଦୁ ଦେବାଦେବୀଙ୍କୁ ଅପମାନିତ କରାଯାଇଥିବା କଥା କୁହାଯାଇଥିଲା । ‘ଓ ମାଏ ଗଡ୍’କୁ ନେଇ କଂଟ୍ରୋଭର୍ସି ହୋଇଥିଲା । ରାମଲୀଳା ଫିଲ୍ମରେ ରାମଙ୍କ ନାମକୁ ଅପବ୍ୟବହାର କରାଯାଇଥିବା କୁହାଯାଇଥିଲା । କିନ୍ତୁ ଫିଲ୍ମକୁ ଦର୍ଶକ ବହୁତ ଭଲପାଇବା ଦେଇଥିଲେ । ବକ୍ସ ଅଫିସରେ ଏହା ଭଲ ପ୍ରଦର୍ଶନ କରିଥିଲା ।