ରାକେଶ ଶର୍ମାଙ୍କ ବାୟୋପିକ୍‌ରେ ନଜର ଆସିବେ ଅମୀର

ରାକେଶ ଶର୍ମାଙ୍କ ବାୟୋପିକ୍‌ରେ ନଜର ଆସିବେ ଅମୀର

ମହାକାଶଚାରୀ ଭୂମିକାରେ ନଜର ଆସିବେ ମିଷ୍ଟର ପରଫେକସନିଷ୍ଟ । ଭାରତର ପ୍ରଥମ ମହାକାଶଚାରୀ ରାକେଶ ଶର୍ମାଙ୍କ ଚରିତ୍ରରେ ଅଭିନୟ କରିବେ ଅମୀର ଖାନ । ସିନେମାର ନାଁ ମଧ୍ୟ ଏକପ୍ରକାର ଚୂଡାନ୍ତ ହୋଇସାରିଛି । ଅମୀରଙ୍କ ଆଗାମୀ ସିନେମାର ନାଁ ରହିବ ‘ସାରେ ଜାହାଁ ସେ ଆଚ୍ଛା’ । ରାକେଶ ଶର୍ମା ଯେତେବେଳେ ପ୍ରଥମ କରି ଚନ୍ଦ୍ରରେ ପାଦ ରଖିଲେ, ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ତାଙ୍କୁ ପଚାରିଥିଲେ, ମହାକାଶରୁ ଭାରତ କିପରି ଦେଖାଯାଉଛି? ଆଉ ରାକେଶ ଶର୍ମା ତତକ୍ଷଣାତ କହିଥିଲେ ‘ସାରେ ଜାହାଁସେ ଆଚ୍ଛା’

ତେଣୁ ପ୍ରଥମେ ପ୍ରସ୍ତାବିତ ‘ସାଲ୍ୟୁଟ’ ନାଁକୁ ବାଦ ଦେଇ ଏହି ଶୀର୍ଷକକୁ ଚୂଡାନ୍ତ କରିଛି ପ୍ରଯୋଜନା ସଂସ୍ଥା । ଡିସେମ୍ବର ୨୩ ତାରିଖରେ ରିଲିଜ ହେବାକୁ ଯାଉଛି ଅମୀରଙ୍କ ଏବର୍ଷର ଶେଷ ସିନେମା ‘ଦଙ୍ଗଲ’ । ଏହାପରେ ୨୦୧୮ରେ ଆସିବାକୁ ଥିବା ୟଶରାଜ ବ୍ୟାନରର ସିନେମା ‘ଠଗ୍ସ ଅଫ ହିନ୍ଦୁସ୍ତାନ’ରେ ନଜର ଆସିବେ ମିଷ୍ଟର ପରଫେକ୍ସନିଷ୍ଟ । ତାପରେ ରାକେଶ ଶର୍ମାଙ୍କ ବାୟୋପିକ୍‌ କାମ ଆରମ୍ଭ ହେବ ବୋଲି ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe