୧୫ ବର୍ଷର ବୈବାହିକ ଜୀବନରେ ପଡିଲା ପୂର୍ଣ୍ଣଛେଦ । ଅମୀର ଖାନ ଓ କିରଣ ରାଓଙ୍କ ମଧ୍ୟରେ ବିବାହ ବିଚ୍ଛେଦ ।

1,091

କନକ ବ୍ୟୁରୋ : ବଲିଉଡର ଜଣାଶୁଣା ଅଭିନେତା ଅମୀର ଖାନ ଓ ତାଙ୍କର ଦ୍ୱିତୀୟ ପତ୍ନୀ କିରଣ ରାଓଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଛି । ବିବାହର ଦୀର୍ଘ ୧୫ ବର୍ଷ ପରେ ସେମାନେ ପରସ୍ପର ଠାରୁ ଅଲଗା ହୋଇଛନ୍ତି । ଏନେଇ ଅମୀର ଓ କିରଣ ମିଳିତ ଭାବେ ପ୍ରଶଂସକ ମାନଙ୍କୁ ସୂଚନା ଦେଇଛନ୍ତି । ସେମାନେ କହିଛନ୍ତି କି ଏବେ ଅଲଗା ଅଲଗା ଭାବେ ନିଜର ଜୀବନକୁ ନେଇ ବଞ୍ଚିବେ ।

ମିଳିତ ଭାବେ ଦେଇଥିବା ବୟାନରେ କିରଣ ଓ ଅମୀର ଖାନ କହିଛନ୍ତି କି ସେମାନେ ଦୀର୍ଘ ୧୫ ବର୍ଷ କାଳ ଏକା ସାଙ୍ଗରେ ଜୀବନକୁ ଅନୁଭବ କରିଛନ୍ତି । ସେମାନଙ୍କର ସଂପର୍କ ବିଶ୍ୱାସ ଓ ସମ୍ମାନର ସହ ଆଗକୁ ବଢିଥିଲା ବୋଲି ଉଭୟ କହିଛନ୍ତି   । ହେଲେ ଏବେ ଆମେ ଆମ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଇଚ୍ଛା କରିଛୁ ବୋଲି ସେ କହିଛନ୍ତି  ।

ଏହା ସହ ସେମାନେ ଆହୁରି କହିଛନ୍ତି କି ସେମାନେ କିଛିଦିନ ପୂର୍ବରୁ ଏକ ଯୋଜନା ପ୍ରସ୍ତୁତ କରିଥିଲେ । ଏହି ଯୋଜନାକୁ ଔପଚାରିକ ରୂପ ଦେବା ଏବେ ସହଜ ହେବ । ଅଲଗା ଅଲଗା ରହିଲେ ବି ଉଭୟଙ୍କ ଜୀବନକୁ ଏକ ବଡ ପରିବାର ଭାବେ ମନେ କରି ଦାୟୀତ୍ୱ ତୁଲାଇବେ । ଏହାସହ ସେମାନେ ତାଙ୍କ ପୁଅ ଆଜାଦ ପ୍ରତି ସମର୍ପିତ ପିତା ମାତା ହିସାବରେ ଉଭୟ ଲାଳନ ପାଳନର ଦାୟୀତ୍ୱ ନେବେ ବୋଲି କହିଛନ୍ତି । ଏହାସହ ଚଳିଚିତ୍ର ଓ ପାନୀ ଫାଉଣ୍ଡେସନ ପାଇଁ ଉଭୟ ସହଯୋଗୀ ଭାବେ କାମ କରିବେ ବୋଲି ପ୍ରଶଂସକ ମାନଙ୍କୁ କହିଛନ୍ତି ।

ଅନ୍ୟପଟେ ଉଭୟ କହିଛନ୍ତି କି ଆମର ସଂପର୍କକୁ ନିରନ୍ତର ସମର୍ଥନ ଦେଇଥିବା ଓ ବୁଝିଥିବା ଆମ ପରିବାର ଓ ବନ୍ଧୁ ପରିଜନଙ୍କୁ ଧନ୍ୟବାଦ ଦେଉଛୁ । ଆଶା କରୁଛୁ କି ଆମର ବିବାହ ବିଛେଦକୁ ସଂପର୍କର ଶେଷ ବୋଲି ନଭାବି ଏହା ଆମ ଜୀବନର ଏକ ନୂଆ ଯାତ୍ରାର ଆରମ୍ଭ ବୋଲି ଭାବିବାକୁ ସେ ପ୍ରଶଂସକ ମାନଙ୍କୁ ଅନୁରୋଧ କରିଛନ୍ତି ।

କହିରଖୁ କି, ଏକ ଇଣ୍ଟରଭ୍ୟୁରେ ଅମୀର ଖାନ କହିଥିଲେ କିରଣଙ୍କ ସହ ତାଙ୍କର ପ୍ରଥମ ଭେଟ ‘ଲଗାନ’ ଫିଲ୍ମର ସୁଟିଂ ସେଟରେ ହୋଇଥିଲା । ସେତେବେଳେ କିରଣ ଜଣେ ସହ ନିର୍ଦ୍ଦେଶକ ଭାବେ କାମ କରୁଥିଲେ । ସୂଚନା ଥାଉକି ଅମୀର ଖାନଙ୍କ ପ୍ରଥମ ବିବାହ ରୀନା ଦତ୍ତାଙ୍କ ସହ ହୋଇଥିଲେ । ୧୬ ବର୍ଷ ପରେ ୨୦୦୨ ମସିହରେ ସେମାନଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା । ଏହାପରେ ୨୦୧୫ ମସିହାରେ ସେ କିରଣ ରାଓଙ୍କୁ ବିବାହ କରିଥିଲେ ।