ବଲିଉଡର କିଙ୍ଗ୍ ଖାନ୍ ଶାହରୁଖ୍ ଖାନଙ୍କ ସିନେମା ପଠାନ୍ ଏବେ ବକ୍ସ ଅଫିସ୍ ରେ ଧୁମ୍ ମଚାଉଛି । ବିବାଦ ସତ୍ତେ୍ୱ ବି ସିନେମା ଦେଖିବା ପାଇଁ ପ୍ରେକ୍ଷାଳୟରେ ଖଚାଖଚ୍ ଭିଡ଼ ଦେଖିବାକୁ ମିଳୁଛି । ସାରାବିଶ୍ୱରେ ଏହି ସିନେମା ୧୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିସାରିଲାଣି । କମ୍ ସମୟ ଭିତରେ ଏତେ ସଫଳତା ପାଇଥିବା ବଲିଉଡର ଏହା ହେଉଛି ପ୍ରଥମ ଫିଲ୍ମ । ସିନେମାରେ ଶାହରୁଖଙ୍କ ସହ ଦୀପିକା ପାଦୁକୋନ୍ ଏବଂ ଜନ୍ ଆବ୍ରାହମଙ୍କୁ ମଧ୍ୟ ଦେଖିବାକୁ ମିଳୁଛି । ତେବେ ସିନେମାରେ ସଲମାନ ଖାନ୍ ଙ୍କ ସମେତ ଆମିର ଖାନଙ୍କ ଭଉଣୀ ନିଖତ୍ ଖାନ୍ ହେଗଡେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି । ସିନେମାରେ ଶାହରୁଖଙ୍କ ମା’ ଭୂମିକାରେ ନଜର ଆସିଛନ୍ତି ନିଖତ୍ । ସେ ଜଣେ ଅଫଗାନି ମହିଳା ରୂପେ ନଜର ଆସିଛନ୍ତି । ଯିଏ ସିନେମାରେ ଶାହରୁଖଙ୍କୁ ପଠାନ୍ ନାଁ ଦେଇଛନ୍ତି । ସିନେମାରେ ଅନାଥର ଚରିତ୍ର ନିଭାଉଥିବା ଶାହରୁଖ୍ ଙ୍କୁ ସେ ନିଜ ପୁଅ ଭଳି ଭାବି ତାଙ୍କ ହାତରେ ତାବିଜ୍ ବାନ୍ଧିଛନ୍ତି । ଯେଉଁଥିରେ ସେ ସତସତିକା ଭାବବିହ୍ୱଳ ହୋଇଥିବା କଥା ବି କୁହନ୍ତି ।
ନିଖତ୍ ଖାନ୍ ହେଗଡ଼୍ ଗତବର୍ଷ ଟିଭିରେ ଡେବ୍ୟୁ କରିଛନ୍ତି । ଷ୍ଟାର ପ୍ଲସର ଏକ ଶୋ’ ବନ୍ନି ଚାଓ ହୋମ୍ ଡେଲିଭରୀରେ ମଧ୍ୟ ନଜର ଆସିଥିଲେ । ମିଶନ୍ ମଙ୍ଗଲ୍ , ତାନ୍ହାଜୀ ଏବଂ ସାଣ୍ଢ୍ କି ଆଖ୍ ସିନେମାରେ ମଧ୍ୟ ସେ ନଜର ଆସିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2023/01/nikhat1khan_2023-1-27-5-18-40_thumbnail.jpg)
/kanak/media/post_attachments/wp-content/uploads/2023/01/Nikhat-Khan1674744996122-300x169.jpg)