ୟଶ ରାଜ ପ୍ରଡକ୍ସନରେ ନିର୍ମିତ ‘ଠଗ୍ସ ଅଫ ହିନ୍ଦୋସ୍ତାନ’ର ସମସ୍ତ କଳାକାରଙ୍କର ଲୁକ ସାମ୍ନାକୁ ଆସିଥିବା ବେଳେ ଆମିର ଖାନଙ୍କ ଲୁକକୁ ସମସ୍ତେ ଅପେକ୍ଷା କରି ରହିଥିଲେ । ଶେଷରେ ଆମିର ଖାନ ‘ଠଗ୍ସ ଅଫ ହିନ୍ଦୋସ୍ତାନ’ରେ ନିଜର ଲୁକର ଖୁଲାସ କରିଛନ୍ତି ।ଏହି ମୋଶନ ପୋଷ୍ଟରକୁ ଆମିର ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ଲୁକରେ ଆମିର ଖାନ ଖୁବ ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି ।/kanak/media/post_attachments/wp-content/uploads/2018/09/h15nbuo_aamir-khan-youtube-_625x300_24_September_18-300x185.jpg)
ଫିଲ୍ମ ‘ଠଗ୍ସ ଅଫ ହିନ୍ଦୋସ୍ତାନ’ରେ ଆମିର ଫିରଙ୍ଗି ମଲ୍ଲାହ ଚରିତ୍ରରେ ନଜର ଆସିବେ । ଇଂଷ୍ଟାଗ୍ରାମରେ ନିଜର ଲୁକକୁ ସେୟାର କରି ଆମିର ଲେଖିଥିଲେ, ‘ଇଏ ହେଇଛି ମୁଁ, ଫିରଙ୍ଗି ମଲ୍ଲାହ । ମୋ ଠାରୁ ଅଧିକ ଭଲ ବ୍ୟକ୍ତି ଏହି ଦୁନିଆରେ ଆପଣଙ୍କୁ ମିଳିବେ ନାହିଁ । ମୋର ଦ୍ୱିତୀୟ ନାମ ହେଉଛି ସତ ଏବଂ ବିଶ୍ୱାସ ଆମର ଖାମ.. ଦାଦୀ କସମ !!!’ ଆମିର ଖାନଙ୍କ ଲୁକ ସହିତ ‘ଠଗ୍ସ ଅଫ ହିନ୍ଦୋସ୍ତାନ’ର ଟ୍ରେଲର ଡେଟ ମଧ୍ୟ ସାମ୍ନାକୁ ଆସିଛି ।
୨୭ ସେପ୍ଟେମ୍ବରରେ ଫିଲ୍ମରେ ଟ୍ରେଲର ରିଲିଜ ହେବ । ଏହା ପୂର୍ବରୁ ଫିଲ୍ମରେ ଅମିତାଭ ବଚ୍ଚନ, କ୍ୟାଟ୍ରିନା କୈଫ ଏବଂ ଫାତିମା ସନା ଶେଖଙ୍କ ଲୁକ ସାମ୍ନାକୁ ଆସିଥିଲା ଯାହାକୁ ଲୋକେ ଖୁବ ପସନ୍ଦ କରିଛନ୍ତି । ଫିଲ୍ମ ଚଳିତ ବର୍ଷ ୮ ନଭେମ୍ବରରେ ରିଲିଜ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/09/aa-Cover-phrfjk13cpjb9a8uj0ujo3idg0-20180829222732.Medi_.jpeg)
/kanak/media/post_attachments/wp-content/uploads/2018/09/Thugs-of-Hindostan-all-posters-784x441-300x169.jpg)