କନକ ବ୍ୟୁରୋ : ପ୍ରେମକୁ ପାଇବା ଏତେ ସହଜ ହୋଇନଥାଏ । ପ୍ରେମୀ ଯୁଗଳଙ୍କ ମିଳନ ପୂର୍ବରୁ ଅନେକ ବାଧାବିଘ୍ନ ସହିବାକୁ ପଡ଼ିଥାଏ । ତାହା ରିଲ ହେଉ ବା ରିୟଲ । ଅନେକ ଫିଲ୍ମରେ ପ୍ରେମପାଇଁ ନାୟକ ନାୟିକା କେତେ କଷ୍ଟ ସହିଥାନ୍ତି ଆଉ ପରିବାର ଲୋକଙ୍କୁ ଛାଡ଼ି ବିବାହ କରନ୍ତି ଆପଣମାନେ ଦେଖିଥିବେ ନିଶ୍ଚୟ । ପ୍ରେମକୁ ବିବାହର ରୂପଦେବା ଲାଗି କେତେ ଯେ କଷ୍ଟ ସହିବାକୁ ପଡ଼ିଥାଏ ତାହା କେବେଳ ଯିଏ ସଫଳ ହୋଇଛି ତାକୁ ବେଶ ଭଲଭାବେ ଜଣା । ତେବେ ରିଲରେ ଅନେକଙ୍କ ପ୍ରେମରେ ପଡ଼ିଥିବା ଅଭିନେତା ଅଭିନେତ୍ରୀମାନେ ନିଜ ପ୍ରେମକୁ ପାଇବା ପାଇଁ ଘରେ ନଜଣାଇ ବିବାହ କରିଛନ୍ତି । ତେବେ ଆସନ୍ତୁ ନଜର ପକାଇବା ଏଭଳି କିଛି ଯୋଡ଼ିଙ୍କ ଉପରେ..
ଅମିର ଖାନ୍ ବଲିଉଡର ଜଣାଶୁଣା ଏହି ଅଭିନେତା ନିଜ ପରିବାର ଲୋକଙ୍କୁ ନଜଣାଇ ନିଜ ପ୍ରେମିକାଙ୍କୁ ବିବାହ କରିଥିଲେ । ପଡ଼ୋଶୀ ରୀନା ଦତଙ୍କୁ ପ୍ରଥମ ବିବାହ କରିଥିଲେ । ଜାତି ଧର୍ମକୁ ନେଇ ଉଭୟଙ୍କ ପ୍ରେମରେ ବାଧା ଉପୁଜୁଥିବାବେଳେ ସେମାନେ ଘରୁ ଭାଗିକି ବିବାହ କରିଥିଲେ । ଦୀର୍ଘ ୧୬ ବର୍ଷ ଧରି ସେମାନେ ଏକାଠି ରହିଥିବାବେଳେ ଅଲଗା ହୋଇଥିଲେ । ସେମାନଙ୍କର ୨ଟି ସନ୍ତାନ ମଧ୍ୟ ରହିଛନ୍ତି ।
ଶକ୍ତି କପୁର ଅନେକ ଫିଲ୍ମରେ କମେଡି ଏବଂ ଖଳନାୟକଭାବେ ନଜର ଆସିଥିବା ଶକ୍ତି କପୁର । ୧୯୮୨ ମସିହାରେ ଶକ୍ତି ଶିବାଙ୍ଗୀଙ୍କୁ ବିବାହ କରିଥିଲେ । ଶିବାଙ୍ଗୀଙ୍କ ପରିବାର ଲୋକେ ସେମାନଙ୍କ ପ୍ରେମକୁ ସ୍ୱିକାର କରୁନଥିଲେ । ଏଣୁ ଶିବାଙ୍ଗୀଙ୍କୁ ନେଇ ବିବାହ କରିଥିଲେ ଶକ୍ତି କପୁର ।
ନିର୍ଦ୍ଦେଶକ ଜେପି ଦତ ଏବଂ ଅଭିନେତ୍ରୀ ବିନ୍ଦିଆ ଗୋସ୍ୱାମୀଙ୍କ ପ୍ରେମ କାହାଣୀ କିନ୍ତୁ ଟିକେ ନିଆରା । ବିନ୍ଦିଆ ପୂର୍ବରୁ ବିନୋଦଙ୍କୁ ବିବାହ କରିଥିଲେ । କିନ୍ତୁ ଜେପିଙ୍କ ସହ ୧୯୮୫ରେ ନିକଟତର ହୋଇଥିଲେ । ଉଭୟ ପ୍ରେମରେ ପଡ଼ିବା ସହ ଭାଗିକି ବିବାହ କରିଥିଲେ । ଉଭୟ ଏବେ ବେଶ ଖୁସିରେ ମୁମ୍ବାଇରେ ରହୁଥିବାବେଳେ ସେମାନଙ୍କର ଦୁଇ ଝିଅ ଅଛନ୍ତି ।
ଅଭିନେତ୍ରୀ ଅର୍ଚ୍ଚନା ଏବଂ ପରମିତଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ଉଭୟ ବିବାହ କରିବା ପାଇଁ ନିଷ୍ପତି ନେଇଥିଲେ । କିନ୍ତୁ ପୂର୍ବରୁ ଅର୍ଚ୍ଚନା ବିବାହ କରିବା ସହ ଡିଭୋର୍ସ ପାଇଛନ୍ତି । ଯେଉଁଥିପାଇଁ ପରମିତଙ୍କ ଘର ଲୋକେ ବୋହୂଭାବେ ଗ୍ରହଣ କରିବାକୁ ନାରାଜ ଥିଲେ । ଶେଷରେ ସେମାନେ ଘରୁ ଭାଗିକି ବିବାହ କରିବାକୁ ବାଧ୍ୟ ହୋଇଥିଲେ ।
ଦୂରଦର୍ଶନରେ ପ୍ରସାରିତ ଟିଭି ସୋ’ ଶାନ୍ତି’ ପାଇଁ ଘରେ ଘରେ ପରିଚିତ ମନ୍ଦିର ବେଦୀଙ୍କ ପ୍ରେମରେ ପଡ଼ିଥିଲେ ଦିବଙ୍ଗତ ରାଜ କୌଶଲ । ଉଭୟ ବିବାହ କରିବା ଲାଗି ପରିବାର ଲୋକଙ୍କୁ ବୁଝାଇଥିଲେ । କିନ୍ତୁ ମନ୍ଦିରାଙ୍କ ପରିବାର ଲୋକେ ରଙ୍କକ୍ସକ୍ଟ ହୋଇନଥିଲେ । ଶେଷରେ ଉଭୟ ଘରୁ ଭାଗିକି ବିବାହ କରିଥିଲେ ।
ସିରିଏଲ ରାମ ସୀତାରେ ଅଭିନୟ କରୁଥିବା ଗୁରମିତ ଏବଂ ଦେବିନା ସୁଟିଂରୁ ପ୍ରେମରେ ପଡ଼ିଥିଲେ । ସେମାନେ ଘରଲୋକଙ୍କୁ ନଜଣାଇ ଭାଗିକି ବାହାହୋଇଥିଲେ । ପରବର୍ତୀ ସମୟରେ ଘର ଲୋକଙ୍କୁ ଜଣାଇ ୨୦୧୧ ମସିହାରେ ରେଜଷ୍ଟର ମ୍ୟାରେଜ କରିଛନ୍ତି ।