ଅଭିନେତା ଆମିର୍ ଖାନ୍ ଓ ତାଙ୍କ ପତ୍ନୀ କିରଣ ରାଓ ସ୍ୱାଇନ୍ ଫ୍ଲୁରେ ପୀଡିତ । ବର୍ତ୍ତମାନ ଦୁହେଁ ନିଜର ଘରେ ରହି ଚିକିତ୍ସିତ ହେଉଛନ୍ତି । ଆଜତକରେ ପ୍ରକାଶିତ ଏହି ଖବର ଏବେ ଚର୍ଚ୍ଚାରେ । ଆମିରଙ୍କ ଟିମ୍ କହିଛନ୍ତି ,କିରଣଙ୍କୁ ଆମିରଙ୍କ କାରଣରୁ ଏହି ସ୍ୱାଇନ୍ ଫ୍ଲୁ ହୋଇଛି । ଆମିର ଓ କିରଣ ଆଜି ପୁଣେର ପାନି ଫାଉଣ୍ଡେସନ ଇଭେଣ୍ଟରେ ଅଂଶ ଗ୍ରହଣ କରିବାର ଥିଲା । କିନ୍ତୁ ଏହି ରୋଗରେ ପୀଡିତ ଥିବାରୁ ଦୁହେଁ ଯାଇପାରିନଥିଲେ ।
ପୁଣେର ପାନି ଫାଉଣ୍ଡେସନ ଇଭେଣ୍ଟରେ ଏକ ଭିଡିଓ ପ୍ଲେ କରାଯାଇଥିଲା । ଯେଉଁଥିରେ ଆମିର୍ ଓ କିରଣ ଏହି ଇଭେଣ୍ଟକୁ ନଆସିପାରିବାର ଦୁଃଖ ଜଣାଇଥିଲେ । ଆମିର କହିଥିଲେ , ‘ଆମେ ଏମିତି ରୋଗରେ ପୀଡିତ ହୋଇଛୁ ,ଯାହା ଖୁବ୍ ଶୀଘ୍ର ବଢିଯାଏ । ’ ଆଜତକରେ ଏ ଖବର ପ୍ରକାଶିତ ହେବାପରେ ଏହା ଏକ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରଶଂସକଙ୍କ ମହଲରେ ଚିନ୍ତା ଖେଳିଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/08/kiran-rao.jpg)