କନକ ବ୍ୟୁରୋ : ପୁଣି ବିବାଦରେ ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନ୍ । ବିଜ୍ଞାପନକୁ ବିବାଦରେ ଆମିର ଛନ୍ଦି ହୋଇଛନ୍ତି । ଘରୋଇ ବ୍ୟାଙ୍କର ବିଜ୍ଞାପନରେ ଘର ଜ୍ୱାଇଁ ଭାବେ ନଜର ଆସିଥିଲେ ଆମିର । ବିଜ୍ଞାପନରେ ଆମିର- କିଆରା ନବବିବାହିତ ଦମ୍ପତି ଭାବେ ନଜର ଆସିଛନ୍ତି ।

Advertisment

ବିବାହ ପରେ କନ୍ୟାଙ୍କ ଗୃହ ପ୍ରବେଶ ବଦଳରେ ଘର ଜ୍ୱାଇଁ ଭାବେ ଆମିର ଗୃହ ପ୍ରବେଶ କରୁଥିବା ବିଜ୍ଞାପନରେ ଦେଖିବାକୁ ମିଳିଛି । ବିଜ୍ଞାପନରେ ପରମ୍ପରାରେ ପରିବର୍ତ୍ତନକୁ ବିରୋଧ ଦର୍ଶାଇ ଆମିରଙ୍କୁ ବିରୋଧ କରାଯାଇଛି । ମଧ୍ୟ ପ୍ରଦେଶ ଗୃହମନ୍ତ୍ରୀ କହଛନ୍ତି ଏହା ହିନ୍ଦୁ ସଂସ୍କୃତି ବିରୋଧୀ । ଏଭଳି ବିଜ୍ଞାପନ ଦ୍ୱାରା ସମାଜ ଉପରେ ଖରାପ ପ୍ରଭାବ ପଡୁଛି । ବିଜ୍ଞାପନକୁ ବିରୋଧ କରି ଅନେକ ଅଭିଯୋଗ ହେଉଛି ।